Posted inଖେଳ

ନୂଆ ଅବତାରରେ ଧୋନୀ

ନୂଆଦିଲ୍ଲୀ,୩।୨:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ରୁ ଅବସର ନେଇସାରି ଥିଲେ ମଧ୍ୟ ତାଙ୍କ କ୍ରେଜ୍‌ କମିନି। ଭାରତର ଅନ୍ୟତମ ସଫଳ ଅଧିନାୟକ ଧୋନୀଙ୍କୁଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଗ୍ରାଫିକ ଉପନ୍ୟାସ ‘ଅଥର୍ବ’ରେ ସେ ନଜର ଆସିବେ। ଏହାର ପ୍ରଥମ ଲୁକ ମୁକ୍ତିଲାଭ କରିଛି। ଏଥିରେ ଧୋନୀ ଯୁଦ୍ଧକ୍ଷେତ୍ରରେ ଏକ ଆନିମେଟେଡ ଅବତାରରେ ନଜର ଆସିଛନ୍ତି। ଏହି ଗ୍ରାଫିକ ଉପନ୍ୟାସର ଶୀର୍ଷକ ହେଉଛି ଅଥର୍ବ- ଦ ଅରିଜିନ୍‌। ଏହା ରମେଶ ଥାମିଲାନୀଙ୍କ ଏକ କାହାଣୀ ଉପରେ ଆଧାରିତ। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଏହି ଏଣ୍ଟରଟେନମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।
ଧୋନୀ ଆଇପିଏଲର ପରବର୍ତ୍ତୀ ସିଜନରେ ୪ଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ଧୋନୀଙ୍କ ଅଧିନାୟକତ୍ୱରେ ଦଳ ଗତ ସିଜନରେ ମଧ୍ୟ ଚାମ୍ପିଅନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଓଡ଼ିଶା- କର୍ନାଟକ ସେମିଫାଇନାଲ ଆଜି

ଭୁବନେଶ୍ୱର,୧୫।୨: ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଜୟୀ ହେବା ସହ ଓଡ଼ିଶା ସେମିଫାଇନାଲରେ ପ୍ରବେଶ...

ବିବିସି ପୁରସ୍କାର ଦୌଡ଼ରେ ଦୂତୀ

ନୂଆଦିଲ୍ଲୀ, ୪।୨- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ବିବିସିର ସର୍ବପ୍ରଥମ ଭାରତୀୟ ‘ସ୍ପୋଟର୍‌ସ ଓମ୍ୟାନ୍‌ ଅଫ୍‌ ଦି ଇୟର’ ପୁରସ୍କାର ଦୌଡ଼ରେ ସାମିଲ...

ପଡ଼ୋଶୀ ଘର ଝିଅଙ୍କ ପ୍ରେମରେ ପଡ଼ିଥିଲେ ପୀୟୁଷ ଚାଓ୍ବଲା: ବାପାଙ୍କୁ ମିଛ କହି ଦିଲ୍ଲୀରେ କିଣିଥିଲେ ଘର

ନୂଆଦିଲ୍ଲୀ,୫।୬: ୨୦୦୭ରେ ଟି୨୦ ବିଶ୍ୱକପ୍‌ ଖେଳାଯିବା ସମୟରେ ୧୮ ବର୍ଷର ହୋଇଥିଲେ ଭାରତୀୟ ଲେଗ୍‌ ସ୍ପିନର ପୀୟୁଷ ଚାଓ୍ବଲା। ଏହି ଟୁର୍ନାମେଣ୍ଟରେ ବିଜେତା ହୋଇଥିଲା ଭାରତ।...

ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସରେ ଭାରତ ଟପ୍‌-୧୦ରେ ରହିବ: ରିଜିଜୁ

ନୂଆଦିଲ୍ଲୀ୨୫।୭(ପି.ଟି.): ଭାରତୀୟ କ୍ରୀଡ଼ାର ଉନ୍ନତି ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବେଶ୍‌ ଆଶାବାଦୀ ଅଛନ୍ତି। ଏପରିକି ୨୦୨୮ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ-୧୦ ମଧ୍ୟରେ ସ୍ଥାନିତ...

ଇଣ୍ଡିଆନ ସୁପର ଲିଗ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଇଷ୍ଟବେଙ୍ଗଲ

ଭାସ୍କୋ,୧୦।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଟୁର୍ନାମେଣ୍ଟରେ ଗୁରୁବାର ଇଷ୍ଟବେଙ୍ଗଲ ଓ ଜାମଶେଦପୁର ଏଫ୍‌ସି ପରସ୍ପରକୁ ଭେଟିବେ। ଏହି ମ୍ୟାଚ ଇଷ୍ଟ ବେଙ୍ଗଲ ପାଇଁ ବେଶ୍‌...

ସୁପର ଓଭର ନିୟମରେ ପରିବର୍ତ୍ତନ କଲା ଆଇସିସି

ଦୁବାଇ,୧୫ା୧୦ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ଏହାର ସମସ୍ତ ପ୍ରମୁଖ ଇଭେଣ୍ଟଗୁଡ଼ିକ ଲାଗି ସୁପର ଓଭର ନିୟମରେ ପରିବର୍ତ୍ତନ କରିଛି। ଏଣିକି ସେମିଫାଇନାଲ କିମ୍ବା...

ରୋଚ୍‌ଙ୍କ ଜନ୍ମଦିନ ପାଳିଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଲଣ୍ଡନ, ୨।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରିତ ହେବା କିମ୍ବା କୌଣସି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି। ଏ...

କ୍ୱାର୍ଟରରେ ଶରନ: ପ୍ରଜନେଶଙ୍କ ଅଭିଯାନ ଶେଷ

ଲସ୍‌ କାବୋସ (ମେକ୍ସିକୋ), ୧।୮ (ପି.ଟି.)- ଏଠାରେ ଚାଲିଥିବା ଏଟିପି ଲସ୍‌ କାବୋସ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ଭାରତର...

Advertisement
Archives

Model This Week