Posted inଖେଳ

ସତ ହେଲା ମାହିଙ୍କ ଭବିଷ୍ୟବାଣୀ! ସ୍ପେନ-ଆର୍ଜେଣ୍ଟିନା ଫାଇନାଲ ପୂର୍ବରୁ ହଇଚଇ ସୃଷ୍ଟି କଲା ଧୋନୀଙ୍କ ୧୦ ବର୍ଷ ତଳର ପୋଷ୍ଟ

ନୂଆଦିଲ୍ଲୀ,୧୭।୭: ଫିଫା ବିଶ୍ୱକପ ୨୦୨୬ର ଆଭିମୁଖ୍ୟ ସ୍ପଷ୍ଟ ହୋଇସାରିଛି। ଚଳିତ ସଂସ୍କରଣର ମେଗା ଫାଇନାଲ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ସ୍ପେନ ଏବଂ ଆର୍ଜେଣ୍ଟିନା ମୁହାଁମୁହିଁ ହେବାକୁ ଯାଉଛନ୍ତି। ୧୯୬୬ ଠାରୁ ପ୍ରଥମ ଥର ପାଇଁ ଏହି ଦୁଇ ଦେଶ ବିଶ୍ୱକପ ମଞ୍ଚରେ ପରସ୍ପରକୁ ଭେଟିବେ, ଆଉ ସେ ପୁଣି ଟ୍ରଫି ପାଇଁ। ଗୋଟିଏ ପଟେ ଲିଓନେଲ ମେସି ଥିବାବେଳେ ଅନ୍ୟପଟେ ଲାମିନ ୟାମାଲ ଏବଂ ସ୍ପେନର ସେହି ଶକ୍ତିଶାଳୀ ଡିଫେନ୍ସ ଅଛି, ଯାହା ବିପକ୍ଷରେ ଚଳିତ ବିଶ୍ୱକପରେ ମାତ୍ର ଗୋଟିଏ ଗୋଲ ହୋଇଛି।

ଏହି ମହାମୁକାବିଲା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କର ଏକ ୧୦ ବର୍ଷ ତଳର ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଧୋନୀଙ୍କ ପ୍ରଶଂସକମାନେ ଦାବି କରୁଛନ୍ତି ଯେ ତାଙ୍କର ପୁରୁଣା ଭବିଷ୍ୟବାଣୀ ଏବେ ସତ ପ୍ରମାଣିତ ହୋଇଛି।

ପ୍ରକାଶ ଥାଉ କି, ସେମିଫାଇନାଲରେ ସ୍ପେନ ଫ୍ରାନ୍ସକୁ ୨-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିବାବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରି ଶୀର୍ଷ ଲଢ଼େଇ ପାଇଁ ଟିକେଟ ପାଇଛି। ଭାରତୀୟ ସମୟ ଅନୁସାରେ ଏହି ହାଇଭୋଲ୍ଟେଜ ଫାଇନାଲ ମ୍ୟାଚ ଜୁଲାଇ ୨୦ (ସୋମବାର) ରାତି ୧୨:୩୦ (ଅର୍ଥାତ୍‌ ରବିବାର ବିଳମ୍ବିତ ରାତି) ରେ ଖେଳାଯିବ।

ଫିଫା ବିଶ୍ୱକପ ଫାଇନାଲ ଲାଇନ-ଅପ ସ୍ଥିର ହେବା ମାତ୍ରେ ଧୋନୀଙ୍କର ୨୦୧୬ର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ସେତେବେଳେ ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ଥିଲା ଏବଂ ଧୋନୀ ଦଳର ଅଧିନାୟକ ଥିଲେ। ପୋଷ୍ଟ କରାଯାଇଥିବା ଫଟୋରେ ଧୋନୀଙ୍କ ସହ ଅକ୍ଷର ପଟେଲ, କରୁଣ ନାୟାର ଓ ଜୟଦେବ ଉନାଦକତ ବସିଥିବା ଦେଖାଯାଇଛି।

ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ ମୋବାଇଲ କିମ୍ବା ଗେମିଂ କନସୋଲରେ‘ଫିଫା ଗେମ’ ଖେଳୁଥିଲେ। ଏହି ଫଟୋର କ୍ୟାପସନରେ ଧୋନୀ ଲେଖିଥିଲେ, ‘ସ୍ପେନ ବନାମ ଆର୍ଜେଣ୍ଟିନା’। ଧୋନୀଙ୍କ ପ୍ରଶଂସକଙ୍କ କହିବା କଥା ହେଉଛି, ମାହି ୧୦ ବର୍ଷ ପୂର୍ବରୁ ହିଁ ଜାଣିସାରିଥିଲେ ଯେ ଦିନେ ଏହି ଦୁଇ ଦଳ ବିଶ୍ୱକପ ଭଳି ଏକ ବଡ଼ ମଞ୍ଚର ଫାଇନାଲରେ ମୁହାଁମୁହିଁ ହେବେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri