ତ୍ରିଶତକରୁ ୨ଟି ଛକା ଦୂରରେ ଧୋନୀ

ଦୁବାଇ, ୨୫।୯: ଚଳିତ ଆଇପିଏଲ୍‌ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନାସାମ୍ନି ହେବେ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନିକଟରେ ଏକ ସ୍ବତନ୍ତ୍ର ଏଲିଟ୍‌ କ୍ଲବରେ ସାମିଲ ହେବାର ସୁଯୋଗ ରହିଛି। ଧୋନୀ ଯଦି ଏହି ମ୍ୟାଚ୍‌ରେ ୨ଟି ଛକା ମାରିବେ ତେବେ ଟି୨୦ କ୍ରିକେଟ୍‌ ଇତିହାସରେ ୩୦୦ ଛକା ମାରିବାର ସୌଭାଗ୍ୟ ଲାଭ କରିବେ। ଏହିକ୍ରମରେ ୩ୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଧୋନୀ ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ। ପୂର୍ବରୁ ରୋହିତ୍‌ ଶର୍ମା (୩୬୭ ଛକା) ଓ ସୁରେଶ ରାଇନା (୩୧୧) ଏହି ଏଲିଟ୍‌ କ୍ଲବରେ ସାମିଲ ହୋଇସାରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍‌, ଘରୋଇ ଟି୨୦ କ୍ରିକେଟ୍‌ ଏବଂ ଆଇପିଏଲ୍‌କୁ ମିଶାଇ ଧୋନୀ ବର୍ତ୍ତମାନ ସୁଦ୍ଧା ୨୯୮ ଛକା ମାରିସାରିଛନ୍ତି। ୩୦୦ କ୍ଲବରେ ସାମିଲ ହେବା ଲାଗି ସେ ଆଉ ୨ଟି ଛକା ଆବଶ୍ୟକ କରୁଛନ୍ତି।

ତେବେ ଓଭର୍‌ଅଲ୍‌ ଟି୨୦ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡ ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ (୯୭୮ ଛକା)ଙ୍କ ନାମରେ ରହିଛି। ଏହାପଛକୁ କିରନ ପୋଲାର୍ଡ (୬୭୩) ଓ ବ୍ରେଣ୍ଡନ ମ୍ୟାକ୍‌କୁଲମ (୪୮୫) ରହିଛନ୍ତି। ଅପରପକ୍ଷରେ ଆଇପିଏଲ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ଧୋନୀ ୩ୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଗେଲ୍‌ (୩୨୬) ସର୍ବାଗ୍ରେ ରହିଥିବାବେଳେ ୨ୟ ଓ ୩ୟ ସ୍ଥାନରେ ଯଥାକ୍ରମେ ଏବି ଡି ଭିଲର୍ସ (୨୧୫) ଓ ଧୋନୀ (୨୧୨) ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ କ୍ରିକେଟରଙ୍କ ପାଇଁ ଆଇସିଏର ୩୯ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ

ନୂଆଦିଲ୍ଲୀ,୨।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ସାରା ଦେଶରେ ଚାଲିଥିବା ଲକ୍‌ଡାଉନ୍‌ କାରଣରୁ ଅର୍ଥାଭାବ ଦେଇ ଗତି କରୁଥିବା ୩୦ ଜଣ ଖେଳାଳିଙ୍କୁ ସାହାଯ୍ୟ କରିବା ପାଇଁ...

ପି.ଭି. ସିନ୍ଧୁଙ୍କୁ ନେଇ ନିର୍ମାଣ ହେବ ଫିଲ୍ମ

ବଲିଉଡରେ ଏବେ ବାଓପିକ୍‌ ଟ୍ରେଣ୍ଡ୍‌ ଚାଲିଛି। ବିଭିନ୍ନ ସେଲିବ୍ରିଟିଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ। ନିକଟରେ ଅନେକ ଖେଳାଳିଙ୍କ ଜୀବନୀକୁ ନେଇ ମଧ୍ୟ ଫିଲ୍ମ...

ଫିଟ୍‌ ହେଲା ପରେ ମଧ୍ୟ ଧାଓ୍ବନଙ୍କ ସମସ୍ୟା ବଢ଼ିବ

ନୂଆଦିଲ୍ଲୀ,୧୪।୬: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକୀୟ ଇନିଂସବେଳେ ଶିଖର ଧାଓ୍ବନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ସମସ୍ୟା ଦୂର ହେଲା ପରେ...

ଆଜିଠୁ ଆଇପିଏଲ୍‌ ମହାକୁମ୍ଭ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଟାଇଟଲ ହାସଲ କରିବାକୁ ଜୋରଦାର...

ବାଦ୍‌ ପଡ଼ିଲେ କେ.ଏଲ୍‌. ରାହୁଲ; ଏହି କ୍ରିକେଟରଙ୍କୁ ମିଳିଲା ସୁଯୋଗ

ଟାରୌବା,୨୯।୭: ପ୍ରଥମେ ସର୍ଜରୀ ଏବଂ ପରେ କରୋନା ସଂକ୍ରମଣ ଯୋଗୁ ଟିମ୍‌ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର ଓପନର୍‌ କେ.ଏଲ୍‌.ରାହୁଲ। ଏବେ ତାଙ୍କ...

ଫିଟ୍‌ନେସ ପ୍ରମାଣ ଦେଲେ ହାର୍ଦ୍ଦିକ, ଭୁବି, ଧାଓ୍ବନ

ନବି ମୁମ୍ବାଇ,୨୯ା୨- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସିମର ଭୁବନେଶ୍ୱର କୁମାର, ଓପନର ଶିଖର ଧାଓ୍ବନ ଆହତ ସମସ୍ୟାରୁ ଫେରୁଛନ୍ତି। ସମସ୍ତେ ଡିଓ୍ବାଇ ପାଟିଲ ଟି୨୦ ଟୁର୍ନାମେଣ୍ଟରେ...

୨୦୧୧ ବିଶ୍ୱକପ୍‌ରୁ ବିଦାୟ ପରେ କ୍ରିକେଟରଙ୍କୁ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ, ୧୮।୫ : ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଫାଫ ଡୁପ୍ଲେସି ମଙ୍ଗଳବାର ଏକ ବଡ଼ ଖୋଲାସା କରିଛନ୍ତି। କ୍ୱାର୍ଟର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ...

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ...

Advertisement
Archives

Model This Week