Posted inଖେଳ

ଆଇସିସି ଧୋନୀଙ୍କୁ ଦେଲା ବଡ଼ ସମ୍ମାନ

ନୂଆଦିଲ୍ଲୀ,୨୭।୧୨: ଅନ୍ତର୍ଜାତୀୟ କ୍ରିକେଟ୍‌ ବୋର୍ଡ (ଆଇସିସି) ପୂର୍ବତନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଏକ ବଡ଼ ସମ୍ମାନ ଦେଇଛି। ଧୋନୀଙ୍କୁ ଦଶକର ଆଇସିସି ଟି୨୦ ଏବଂ ଏକଦିବସୀୟ ଦଳର ଅଧିନାୟକ ଚୟନ କରାଯାଇଛି। ଆଇସିସି ଟି -୨୦ ଟିମରେ ସମୁଦାୟ ଚାରିଜଣ ଭାରତୀୟ ଅଛନ୍ତି। ଧୋନୀଙ୍କ ସମେତ ଏକଦିବସୀୟ ଦଳରେ ମୋଟ ତିନିଜଣ ଭାରତୀୟ ଖେଳାଳି ଅଛନ୍ତି। ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମ୍‌ରା ଆଇସିସିର ଦଶକ ଟି -୨୦ ଦଳରେ ସ୍ଥାନ ପାଇଛନ୍ତି। ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଆଇସିସିର ଏକଦିବସୀୟ ଦଳରେ ସ୍ଥାନ ପାଇଛନ୍ତି। ଆଇସିସି ରବିବାର ଆଇସିସି ପୁରସ୍କାର ଘୋଷଣା କରିଛି ଯେଉଁଥିରେ ବିରାଟ କୋହଲିଙ୍କୁ ଦଶନ୍ଧିର ଆଇସିସି ଟେଷ୍ଟ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି।
ଆଇସିସି ୬ଟି ହିଟର୍‌ ରୋହିତ ଶର୍ମା, କ୍ରିସ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କୁ ସେମାନଙ୍କ ଟି -୨୦ ଏକାଦଶ ଦଳରେ ସାମିଲ କରିଛନ୍ତି। ଅଧିନାୟକତ୍ୱ ବ୍ୟତୀତ ଏମଏସ ଧୋନୀଙ୍କୁ ଉଇେକେଟ ରକ୍ଷକ ଦାୟିତ୍ୱ ମଧ୍ୟ ଦିଆଯାଇଛି।
କିରନ ପୋଲାର୍ଡ, ରସିଦ ଖାନ, ଜସପ୍ରୀତ ବୁମ୍‌ରା ଏବଂ ଲାସିଥ୍‌ ମାଲିଙ୍ଗା ମଧ୍ୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଇସିସି ଏକଦିବସୀୟ ଦଳରେ ଭାରତର ତିନି ଜଣ ଖେଳାଳି, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦୁଇଜଣ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାର ଜଣେ ଜଣେ ଖେଳାଳି ସାମିଲ ହୋଇଛନ୍ତି।

ଦଶନ୍ଧିର ଆଇସିସି ଏକଦିବସୀୟ ଦଳ: ରୋହିତ ଶର୍ମା, ଡେଭିଡ ୱାର୍ନର, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଶାକିବ ଅଲ ହାସନ, ଏମଏସ ଧୋନୀ, ବେନ ଷ୍ଟକସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର ଏବଂ ଲାସିଥ୍‌ ମାଲିଙ୍ଗା

ଦଶନ୍ଧିର ଆଇସିସି ଟି-୨୦ ଟିମ: ରୋହିତ ଶର୍ମା, କ୍ରିସ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଲେନ ମ୍ୟାକ୍ସୱେଲ, ଏମଏସ ଧୋନୀ, କିରନ ପୋଲାର୍ଡ, ରସିଦ ଖାନ, ଜସପ୍ରୀତ ବୁମ୍‌ରା, ଲାସିଥ୍‌ ମାଲିଙ୍ଗା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?