Posted inଖେଳ

ଅଭ୍ୟାସ ମ୍ୟାଚ୍‌ରେ ଧୋନୀଙ୍କ ଛକା ବର୍ଷା; ବୁଦାରେ ହଜିଲା ବଲ୍‌; ନିଜେ ଯାଇ…

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ନେଇ ସବୁ ଦଳର ଖେଳାଳି ନିଜ ନିଜର ଅଭ୍ୟାସ ଆରମ୍ଭ କରିଦେଲେଣି। ଏହି କ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇର ବାକି ଖେଳାଳିଙ୍କ ସହ ପ୍ରଶିକ୍ଷଣ ଅଧିବେଶନରେ ଯୋଗ ଦେଉଛନ୍ତି। ନିକଟରେ ଅଭ୍ୟାସ ମ୍ୟାଚ୍‌ ସମୟରେ ଧୋନୀ କିଛି ଲମ୍ବା ଛକା ମାରିଥିଲେ। ଫଳରେ ବଲ୍‌ଗୁଡ଼ିକ ପାଖରେ ଥିବା ବୁଦା ଭିତରେ ପଡ଼ିଥିଲା। ପରେ ଧୋନୀ ନିଜେ ସାଥୀଙ୍କ ସହ ବୁଦାରୁ ବଲ୍‌ ଖୋଜିବା ପାଇଁ ଯାଇଥିବା ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ନିଜ ବଲ୍‌ ନିଜକୁ ହିଁ ଖୋଜିବାକୁ ହୋଇଥାଏ ବୋଲି କେହି କେହି କହୁଛନ୍ତି।

ପ୍ରକାଶ ଯେ, ଚେନ୍ନାଇ ଟିମ୍‌ ୨୦୨୦ ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା। ୨୦୨୧ ସଂସ୍କରଣରେ ଟିମ୍‌ କିନ୍ତୁ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଦଳ ସାତଟି ମ୍ୟାଚ୍‌ରୁ ୫ଟିରେ ବିଜେତା ହୋଇଛି। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୯ରେ ଖେଳାଯିବାକୁ ଥିବା ବେଳେ ଏଥିରେ ସିଏସ୍‌କେ ଏମ୍‌ଆଇକୁ ଭେଟିବ। ପରେ ସେପ୍ଟେମ୍ବର ୨୪ରେ ଚେନ୍ନାଇ ବାଙ୍ଗାଲୋରକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ୟ ପଥରେ ହର୍ଡଲ୍ସ ପ୍ରତିଭା

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ବୟସ ମାତ୍ର ୧୫ ହୋଇଥିଲେ ହେଁ ସ୍ଥାନୀୟ ରିଲିଆନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ଆଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ସବିତା ଟପ୍ପୋ...

ବିଶ୍ୱକପ୍‌ ଫାଇନାଲ ଟାଇ ହେଲେ ଚାମ୍ପିୟନ ନିର୍ଣ୍ଣୟ ଲାଗି ଦଳୀୟ ପଏଣ୍ଟକୁ ହିସାବକୁ ନିଆଯାଉ: ଚାପେଲ

ନୂଆଦିଲ୍ଲୀ,୨୨।୭(ପି.ଟି.)- ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଯେଉଁଭଳି ବିଜେତା ନିର୍ଣ୍ଣୟ ହେଲା, ତାହାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଇଆନ ଚାପେଲ।...

ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ନିର୍ଦ୍ଧାରିତ...

ପନ୍ତଙ୍କ ପିଲାଳିଆମୀ କାର୍ତ୍ତିକଙ୍କ ଉପରେ ପଡିଥାନ୍ତି ଭାରି,ପଡିଆରେ ବଡ ଦୁର୍ଘଟଣା ଟଳିଲା: ଦେଖନ୍ତୁ ଭିଡିଓ

ୟୁଏଇ,୨୯।୯: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ୪୧ତମ ମ୍ୟାଚ ସମୟରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।...

ଖେଳରତ୍ନ ପାଇଁ ରୋହିତ, ନୀରଜଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ମର୍ଯ୍ୟାଦାପୂର୍ଣ୍ଣ ଖେଳରତ୍ନ ପୁରସ୍କାର ପାଇଁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ତାରକା ଆଥଲେଟ୍‌ ନୀରଜ ଚୋପ୍ରାଙ୍କ ନାମ ସୁପାରିସ ହୋଇଛି।...

ତାହିର, ଡୁମିନିଙ୍କ ଅବସର

ମାଞ୍ଚେଷ୍ଟର,୭।୭- ଭେଟେରାନ ସ୍ପିନର ଇମ୍ରାନ ତାହିର ଓ ଜେପି ଡୁମିନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଏଠାରେ ଖେଳାଯାଇଥିବା ଚଳିତ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌...

ଅଭିମନ୍ୟୁ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ, ୨।୭-ଭାରତୀୟ ବଂଶୋଦ୍ଭବ ଆମେରିକାର ଅଭିମନ୍ୟୁ ମିଶ୍ର ବିଶ୍ୱର ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ତୃତୀୟ...

ସୌରଭ ସେମିଫାଇନାଲରେ

ହୋ ଚି ମିନ୍‌ ସିଟି, ୧୩ା୯ (ପି.ଟି.)-ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସୌରଭ ବର୍ମା ଭିଏତ୍‌ନାମ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ...

Advertisement
Archives

Model This Week