Posted inଖେଳ

ଆଇପିଏଲ୍‌ରେ ପ୍ରଥମ କ୍ରିକେଟର୍‌ ଭାବେ ଏମିତି କାରନାମା କଲେ ଧୋନୀ

ଶାରଜା,୧।୧୦:ଆଇପିଏଲ ୨୦୨୧ରେ ଆଉ ଏକ ରେକର୍ଡ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ସିଜିନର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନୀ ଗୁରୁବାର ଶାରଜାଠାରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ କ୍ୟାଚ ରେକର୍ଡ କରିଛନ୍ତି। ଏହି ଟି -୨୦ ଲିଗରେ ଫ୍ରାଞ୍ଚାଇଜ ପାଇଁ ୧୦୦ଟି କ୍ୟାଚ ପୂରଣ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ଚେନ୍ନାଇ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରିଛି ଏବଂ ବିଜୟ ସହ ସିଜିନର ପ୍ରଥମ ଦଳଭାବେ ପ୍ଲେ ଅଫରେ ପହଞ୍ଚିଛି ସିଏସକେ। ଚେନ୍ନାଇ ଦଳର ସୁରେଶ ରାଇନା୯୮ କ୍ୟାଚ୍‌ ଏବଂ କିରନ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୯୪ଟି କ୍ୟାଚ୍‌ ନେଇଛନ୍ତି।
ଆଇପିଏଲରେ ଜଣେ ଉଇକେଟ କିପର ସର୍ବାଧିକ ଖେଳାଳିଙ୍କୁ ଆଉଟ୍‌ କରିବା ତାଲିକାର ଶୀର୍ଷରେ ଏମଏସ ଧୋନୀ ରହିଛନ୍ତି। ନିକଟରେ ସେ ପୂର୍ବତନ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଦୀନେଶ କାର୍ତ୍ତିକଙ୍କୁ ଅତିକ୍ରମ କରିଛନ୍ତି। ଧୋନୀ ଉଇକେଟ ରକ୍ଷକ ଭାବରେ ୨୧୫ ମ୍ୟାଚରେ ୧୫୮ ବ୍ୟାଟ୍ସମ୍ୟାନଙ୍କ ପାଭିଲିୟନକୁ ପଠାଇଛନ୍ତି। କାର୍ତ୍ତିକଙ୍କ ୨୦୭ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଛନ୍ତି। ଏହି ଟି -୨୦ ଲିଗରେ ଧୋନୀ ଉଇକେଟ କିପର ଭାବରେ ୧୧୯ କ୍ୟାଚ ଏବଂ ୩୯ ଷ୍ଟମ୍ପିଂ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆନ ଓପନ କ୍ୱାଲିଫାୟର: ରାମକୁମାର, ଅଙ୍କିତା ଦ୍ୱିତୀୟ ରାଉଣ୍ଡରେ

ମେଲବୋର୍ନ, ୧୧ା୧ (ପି.ଟି.)-ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଓ ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏପର୍ଯ୍ୟନ୍ତ ଏକ...

ଆଇପିଏଲ୍‌ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଓ୍ବାସିମ୍‌ ଜାଫର ଶୁକ୍ରବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି।...

ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ସ୍ଥଗିତ

ନୂଆଦିଲ୍ଲୀ, ୨୫।୩ (ପି.ଟି.)- କରୋନା ଭାଇରସ୍‌ ଆତଙ୍କକୁ ନଜରରେ ରଖି ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୮୪ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଛି। ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌...

ବୁମରାଙ୍କୁ କେମିତି ଖେଳିବେ ଡାହାଣହାତୀ ବ୍ୟାଟ୍ସମ୍ୟାନ

ସାଉଥମ୍ପ୍‌ଟନ, ୬।୬(ପି.ଟି.)- ଭାରତୀୟ ପେସର ଯଶପ୍ରୀତ୍‌ ବୁମରାଙ୍କ ସମ୍ମୁଖୀନ ହେବା ଯେକୌଣସି ବ୍ୟାଟ୍ସମ୍ୟାନ୍‌ଙ୍କ ପକ୍ଷେ କଷ୍ଟକର ହେଉଛି। ଏଥିଲାଗି ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସନ୍‌...

ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ

ଭୁବନେଶ୍ୱର, ୩୦।୫(କ୍ରୀଡ଼ା ପ୍ରତିନିଧି): ମେ’ ୨୯ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ଏଭରେଷ୍ଟ ଆରୋହଣକାରୀ ଯୋଗବ୍ୟାସ ଭୋଇଙ୍କ ସହିତ କେସିଙ୍ଗାର ପର୍ବତାରୋହୀ ହରେଶ...

ଦଶନ୍ଧିର ଶ୍ରେଷ୍ଠ ଦଳ ଘୋଷଣା କଲା ଆଇସିସି, କୋହଲିଙ୍କୁ ପ୍ରତ୍ୟେକ ଦଳରେ ସ୍ଥାନ

ଦୁବାଇ,୨୭।୧୨: ଚଳିତ ଦଶନ୍ଧିର ପ୍ରତ୍ୟେକ ଫର୍ମାଟ ପାଇଁ ରବିବାର ଶ୍ରେଷ୍ଠ ଦଳ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଟି୨୦ ଓ ଦିନିକଆ ଫର୍ମାଟରେ...

ଐଶ୍ୱର୍ଯ୍ୟା ଜିତିଲେ ଏଫ୍‌ଆଇଏମ୍‌ ବିଶ୍ୱକପ୍‌

ଭାର୍ପାଲୋଟା (ହଙ୍ଗେରୀ), ୧୨ା୮ (ପି.ଟି.)- ଐଶ୍ୱର୍ଯ୍ୟା ପିସା ପ୍ରଥମ ଭାରତୀୟ ମହିଳା ଭାବେ ମୋଟର ସ୍ପୋଟର୍‌ସରେ ଏକ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ...

ସେଲ୍‌ଫ ଆଇସୋଲେଶନରେ ବିଶ୍ୱ ଚାମ୍ପିୟନ ଜୋଶୁଆ

ଲଣ୍ଡନ,୨୬।୩- ବିଶ୍ୱ ହେବିଓ୍ବେଟ ବକ୍ସିଂ ଚାମ୍ପିୟନ ଆନ୍ଥୋନୀ ଜୋଶୁଆ ନିଜକୁ ସେଲ୍‌ଫ ଆଇସୋଲେଶନରେ ରଖିଛନ୍ତି। ସେ କରୋନାରେ ପୀଡ଼ିତ ପ୍ରିନ୍ସ ଚାଲର୍‌ସଙ୍କୁ ଭେଟିଥିଲେ। ବ୍ରିଟେନର ରାଣୀ...

Advertisement
Archives

Model This Week