Posted inଖେଳ

ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ମିଳିଲା ବଡ଼ ଉପହାର, ଏ ପର୍ଯ୍ୟନ୍ତ କୌଣସି ଖେଳାଳିଙ୍କୁ ମିଳିନାହିଁ ଏଭଳି…

ନୂଆଦିଲ୍ଲୀ,୬।୭: ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶୁକ୍ରବାର ଅର୍ଥାତ୍‌ ୭ ଜୁଲାଇରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରିବେ। ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଥିବା ଧୋନିଙ୍କର ବହୁତ ପ୍ରଶଂସକ ଅଛନ୍ତି। ଧୋନିଙ୍କ ଜନ୍ମଦିନକୁ ନେଇ ଅନେକ ପ୍ରଶଂସକ ଉତ୍ସାହିତ ଅଛନ୍ତି। ଏଥର ମଧ୍ୟ ପ୍ରଶଂସକମାନେ ଧୋନିଙ୍କ ଜନ୍ମଦିନରେ କୌଣସି କମି ରଖିବାକୁ ଚାହାଁନ୍ତିନାହିଁ। ତାଙ୍କର ୪୨ତମ ଜନ୍ମଦିନ ପୂର୍ବରୁ ଧୋନି ଆନ୍ଧ୍ରପ୍ରଦେଶର ପ୍ରଶଂସକଙ୍କଠାରୁ ଏକ ବିଶେଷ ଉପହାର ପାଇଛନ୍ତି।

ଆନ୍ଧ୍ରପ୍ରଦେଶରେ ପ୍ରଶଂସକମାନେ ଧୋନିଙ୍କ ସବୁଠୁ ବଡ କଟଆଉଟ ଲଗାଇଛନ୍ତି। ଏହି କଟଆଉଟର ଲମ୍ବ ୭୭ଫୁଟ ବୋଲି କୁହାଯାଉଛି। ଏଥି ସହିତ ସୋସିଆଲ ମିଡିଆରେ ଦାବି ହେଉଛି ଯେ ଏହା ସମଗ୍ର ବିଶ୍ୱର କୌଣସି କ୍ରିକେଟରଙ୍କ ସବୁଠାରୁ ବଡ କଟଆଉଟ। ସୋସିଆଲ ମିଡିଆରେ ଏହି କଟଆଉଟର ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ନିକଟରେ ଖେଳାଯାଇଥିବା ଆଇପିଏଲ ୨୦୨୩ରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର କମାଣ୍ଡ ନେଉଥିବାର ନଜର ଆସିଥିଲେ। ଧୋନି ତାଙ୍କ ଅଧିନାୟକ ଦଳକୁ ବିଜେତା କରିଥିଲେ। ଆଇପିଏଲର ୧୬ତମ ସିଜନରେ ଚେନ୍ନାଇ ପଞ୍ଚମ ଥର ପାଇଁ ଆଇପିଏଲ ଚାମ୍ପିୟନ ହୋଇଛି। ଧୋନି ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୨୫୦ଟି ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୨୧୮ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୩୮.୭୯ରେ ୫୦୮୨ରନ ଏବଂ ଷ୍ଟ୍ରାଇକ ରେଟ ୧୩୫.୯୨ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୨୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri