ରିଲିଜ୍ ହେଲା ରାଣୀ ମୁଖାର୍ଜୀଙ୍କ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ଦମଦାର ଟ୍ରେଲର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅପକମିଂ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ପ୍ରଥମ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଖୁବ୍ ଦମଦାର ଲାଗୁଥିବା ବେଳେ ଏଥିରେ ରାଣୀଙ୍କ ଶାନଦାର ପରଫରମାନ୍ସ ନଜର ଆସୁଛି । ଫିଲ୍ମଟି ନରୱେରେ ରହୁଥିବା ଜଣେ ବଙ୍ଗାଳି ମହିଳାଙ୍କ କାହାଣୀ ଉପରେ ଆଧାରିତ, ଯେକି ତାଙ୍କ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ନରୱେରେ ରହୁଛନ୍ତି ।
ସେଠାରେ ଥିବା ବାଲ ସୁରକ୍ଷା ସେବା ଦ୍ୱାରା ରାଣୀଙ୍କ ପିଲାଙ୍କୁ ତାଙ୍କଠାରୁ ଛଡାଇ ନିଆଯାଉଛି । ଟ୍ରେଲର ଆରମ୍ଭରେ ମିସେସ ଚାଟାର୍ଜୀ ନରୱେରେ ନୂଆ ଜୀବନର ଠିକ୍ ଚିତ୍ର ଦେଖାଇବାରୁ ଆରମ୍ଭ ହେଉଛି । ନରୱେରେ ନୂଆ ଜୀବନ ଆରମ୍ଭ କରିବାକୁ ମିସେସ ଚାଟାର୍ଜୀ ସ୍ୱାମୀଙ୍କ ସହ ଦେଶ ଛାଡି ଚାଲିଯାଇଛନ୍ତି । ସେ ତାଙ୍କର ଦୁଇଟି ପିଲା ଶୁଭ ଓ ସୂଚିକୁ ବହୁତ ଭଲପାଆନ୍ତି । ହେଲେ ଗୋଟିଏ ଦିନ ୨ ଜଣ ମହିଳା ତାଙ୍କ ପିଲାଙ୍କୁ ତାଙ୍କଠାରୁ ଛଡାଇ ନେଇଯାଉଛନ୍ତି । ପରେ ଜଣାପଡିଛି କି ଚାଟାର୍ଜୀ ତାଙ୍କ ପିଲାଙ୍କ ଦେଖାଶୁଣା ଠିକ୍ ଭାବେ କରି ନ ପାରିବାରୁ ସେମାନଙ୍କୁ ତାଙ୍କ ମାତାପିତାଙ୍କ ନିକଟରୁ ଛଡାଇ ନିଆଯାଉଛି ।
ସୂଚନାଯୋଗ୍ୟ, ନରୱେ ଓ ଭାରତ ସାସ୍କୃତିକ ପରମ୍ପରା ଅନୁଯାୟୀ ଅନେକାଂଶରେ ଭିନ୍ନ । ଉଭୟଙ୍କ ଜବୀନ ଶୈଳି ବି ଅଲଗା । ତେଣୁ ମିସେସ ଚାଟାର୍ଜୀ ତାଙ୍କ ପିଲାମାନଙ୍କୁ ଯେମିତି ଲାଳନ ପାଳନ କରୁଛନ୍ତି, ତାହାକୁ ନରୱେରେ ଭୁଲ ବୋଲି କୁହାଯାଉଛି । ଯେମିତିକି ମିସେସ ଚାଟାର୍ଜୀ ପିଲାମାନଙ୍କୁ ହାତରେ ଖୁଆଇ ଦେବା, ଗୋଟିଏ ବିଛଣାରେ ପିଲାମାନଙ୍କ ସହ ଶୋଇବା, ପିଲାଙ୍କୁ କଳା ଟିକା ଲଗାଇବା ଇତ୍ୟାଦି । ନରୱେବାସୀଙ୍କ ମତରେ ପିଲାଙ୍କୁ ମାଆଠାରୁ ଅଲଗା କରିବାକୁ ଏମିତି କରାଯାଇଥାଏ । ଏଥିରେ କିନ୍ତୁ ମିସେସ ଚାଟାର୍ଜୀ ହାର ମାନି ନାହାନ୍ତି । ସେ ତାଙ୍କ ସ୍ୱାମୀଙ୍କ ସମର୍ଥନ ସହ ହେଉ ଅବା ଏକେଲା ପିଲାମାନଙ୍କ ପାଇଁ ଲଢିବାକୁ ନରୱେ ଓ ଭାରତର ଅଦାଲତରେ ପହଞ୍ଚିଛନ୍ତି ।
ଆଶିମା ଚିବ୍ୱରଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି ‘ ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ଏକ ସତ ଘଟଣା ଉପରେ ଆଧାରିତ । ଫିଲ୍ମଟି ପ୍ରଥମେ ୩ ମାର୍ଚ୍ଚରେ ରିଲିଜ୍ ହେବାକୁ ଘୋଷଣା କରାଯାଇଥିବା ବେଳେ ପରେ କିନ୍ତୁ ଏହା ୨୧ ମାର୍ଚ୍ଚ ୨୦୨୩ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri