ଅଙ୍ଗୁଳିରେ କରିଛନ୍ତି ଆୟତ୍ତ

ଢେଙ୍କାନାଳ ଅଫିସ,୨୦।୨(ରତନ ନାୟାର): କାହା ପାଇଁ ବଜରଙ୍ଗୀ ତ କାହା ପାଇଁ ବିରାଜ। ପୁଣି କିଏ ଶ୍ରଦ୍ଧାରେ ଡାକନ୍ତି ଗୋବିନ୍ଦ। ନଁା ଅଲଗା, ହେଲେ ପରିଚୟ ଗୋଟିଏ। ଏବେ ସେଥିରେ ଯୋଡ଼ିହୋଇଛି କୁନି ମୃଦଙ୍ଗ ବାଦକର ସୁନାମ। ଖେଳିବୁଲିବା ବୟସରେ ପାରମ୍ପରିକ ମୃଦଙ୍ଗ ବାଦନ କଳାକୁ କରାୟତ୍ତ କରି ଢେଙ୍କାନାଳ ଜିଲାବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୪ବର୍ଷର ଏହି କୋମଳମତି କଳାକାରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ନୂଆବତାସିଂହ ଗ୍ରାମନିବାସୀ ତଥା ଟାଟା କନସଲ୍‌ଟାନ୍ସି ସର୍ଭିସରେ କାର୍ଯ୍ୟରତ ସଫ୍ଟଓ୍ବେର ଇଞ୍ଜିନିୟର କୃଷ୍ଣଚନ୍ଦ୍ର ପାଣି ଏବଂ ରାଜଶ୍ରୀ ସୁମିତ୍ରା ରଥଙ୍କ ଏକମାତ୍ର ପୁଅ ହେଉଛନ୍ତି ଗୋବିନ୍ଦ। ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀର ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ସେ ଯେତିକି ଜଣାଶୁଣା, ସେତିକି ଚର୍ଚ୍ଚିତ ମୃଦଙ୍ଗ ବାଦନ ପାଇଁ। ଅଷ୍ଟପ୍ରହର ନାମଯଜ୍ଞ, ଯାନିଯାତ୍ରା, ମେଳା, ମହୋତ୍ସବରେ ନାମସଂକୀର୍ତ୍ତନ ଆୟୋଜନ ହେଲେ ପ୍ରଥମେ ଖୋଜାପଡ଼ନ୍ତି ଗୋବିନ୍ଦ। କୋମଳମତି ଚେହେରା ଏବଂ ନିଆରା ମୃଦଙ୍ଗ ବାଦନ ଶୈଳୀ ତାଙ୍କୁ ଦେଇଛି ନୂଆ ପରିଚୟ।
ଜଣେ ଭଲ ତାବଲା ଓ ଢୋଲକ ବାଦକ ଭାବେ ବାପା କୃଷ୍ଣଚନ୍ଦ୍ରଙ୍କ ଖ୍ୟାତି ରହିଥିବାବେଳେ ଏହାଦ୍ୱାରା ପିଲାଟି ଦିନରୁ ପ୍ରଭାବିତ ହୋଇଥିଲେ ଗୋବିନ୍ଦ। ମାତ୍ର ଦୁଇବର୍ଷରୁ ବାପାଙ୍କଠାରୁ ଆରମ୍ଭ ହୋଇଥିବା ମୃଦଙ୍ଗ ବାଦନ ଯାତ୍ରା ଏବେ ଆହୁରି ପରିପକ୍ୱ ହୋଇଛି। ସେ ଭୋର୍‌ ୪ଟା ଏବଂ ସନ୍ଧ୍ୟା ୬ଟାରେ ଦୁଇଓଳି ବାପାଙ୍କ ସହ ଘରେ ଅଭ୍ୟାସ କରୁଛନ୍ତି। ଯମୁନା ଯିବାକୁ ମୋତେ ହେଇଚି ମନା… ଗୀତର ତାଳେତାଳେ ଗୋବିନ୍ଦଙ୍କ ତବଲା ବାଦନ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ତାଙ୍କୁ ଜଣେ ଖ୍ୟାତିସମ୍ପନ୍ନ ତବଲା, ଢୋଲକ, ମୃଦଙ୍ଗ ବାଦକ କରିବା ଲାଗି ସମସ୍ତ ଉଦ୍ୟମ କରିବେ ବୋଲି ମା’ବାପା, ଜେଜେବାପା ବସନ୍ତ ପାଣି, ଜେଜେ ମା’ ପ୍ରତିମା ପାଣି କହିଛନ୍ତି। ସୂଚନାଯୋଗ୍ୟ, ଗୋବିନ୍ଦ ଏବେ ତାଳଚେର-ଥର୍ମାଲସ୍ଥିତ ଏଜୁକିଡ୍ସରେ ନର୍ସରିରେ ପଢୁଛନ୍ତି।

ସଙ୍ଗୀତ ସ୍କୁଲରେ ପଢ଼ାଇବାକୁ ଚିନ୍ତା କରିଛୁ
ଛୋଟ ବୟସରୁ ଗୋବିନ୍ଦ ଗୀତର ତାଳେତାଳେ ମୃଦଙ୍ଗ ବଜାଇବା ଦେଖି ଖୁସି ଲାଗୁଛି। ପୁଅର ଇଚ୍ଛାଶକ୍ତି ଦେଖି ଭବିଷ୍ୟତରେ ତାକୁ କୌଣସି ଏକ ସଙ୍ଗୀତ ସ୍କୁଲରେ ପଢ଼ାଇବା ପାଇଁ ଚିନ୍ତା କରିଛୁ ା
-ରାଜଶ୍ରୀ ସୁମିତ୍ରା ରଥ, ମା’
ଭଲ କଳାକାର କରିବା ପାଇଁ ଉଦ୍ୟମ କରିବୁ
ଗୋବିନ୍ଦ ୨ବର୍ଷରୁ ମୃଦଙ୍ଗ ବଜାଇବା ଆରମ୍ଭ କରିଛି। ନାମ ସଂକୀର୍ତ୍ତନରେ ସାମିଲ ହେଉଛି। ପାଠ ପଢ଼ାଇବା ସହ ତାକୁ ଜଣେ ଭଲ କଳାକାର କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବୁ ା
-କୃ୍‌ଷ୍ଣଚନ୍ଦ୍ର ପାଣି, ବାପା
ନିଜ ନାମକୁ ସାର୍ଥକ କରିଛି
ପିଲାଟି ଦିନରୁ ଆଧ୍ୟାତ୍ମିକତା ଲକ୍ଷଣ ଥିବା ଦେଖି ତା’ର ନାମ ଗୋବିନ୍ଦ ଓ ବଜରଙ୍ଗୀ ଦେଇଥିଲି। ସେ ନିଜ ନାମକୁ ସାର୍ଥକ କରିଛି। ତାକୁ ଭଲ କଳାକାର କରିବା ପାଇଁ ଭୁବନେଶ୍ୱରରେ ଯାଇ ରହିବୁ ବୋଲି ଚିନ୍ତା କରିଛୁ।
-ବସନ୍ତ କୁମାର ପାଣି, ଜେଜେବାପା
ଇଚ୍ଛାଶକ୍ତି ଦେଖି ଉତ୍ସାହିତ କରୁ
ଗ୍ରାମର ଭାଗବତ ଗୃହରେ କୀର୍ତ୍ତନ ହେଲେ ଗୋବିନ୍ଦ ଆସି ପାଖରେ ବସେ। ଆମ ସହ ଗିନି ବଜାଏ। ଏବେ ସେ ଭଲ ମୃଦଙ୍ଗ ବଜାଉଛି। କୁନି ବୟସରୁ ଏଭଳି ଇଚ୍ଛାଶକ୍ତି ଦେଖି ଆମେ ସବୁବେଳେ ଉତ୍ସାହିତ କରୁ।
-ସୁଧାକର ବିଶ୍ୱାଳ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?