ଅଙ୍ଗୁଳିରେ କରିଛନ୍ତି ଆୟତ୍ତ

ଢେଙ୍କାନାଳ ଅଫିସ,୨୦।୨(ରତନ ନାୟାର): କାହା ପାଇଁ ବଜରଙ୍ଗୀ ତ କାହା ପାଇଁ ବିରାଜ। ପୁଣି କିଏ ଶ୍ରଦ୍ଧାରେ ଡାକନ୍ତି ଗୋବିନ୍ଦ। ନଁା ଅଲଗା, ହେଲେ ପରିଚୟ ଗୋଟିଏ। ଏବେ ସେଥିରେ ଯୋଡ଼ିହୋଇଛି କୁନି ମୃଦଙ୍ଗ ବାଦକର ସୁନାମ। ଖେଳିବୁଲିବା ବୟସରେ ପାରମ୍ପରିକ ମୃଦଙ୍ଗ ବାଦନ କଳାକୁ କରାୟତ୍ତ କରି ଢେଙ୍କାନାଳ ଜିଲାବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୪ବର୍ଷର ଏହି କୋମଳମତି କଳାକାରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ନୂଆବତାସିଂହ ଗ୍ରାମନିବାସୀ ତଥା ଟାଟା କନସଲ୍‌ଟାନ୍ସି ସର୍ଭିସରେ କାର୍ଯ୍ୟରତ ସଫ୍ଟଓ୍ବେର ଇଞ୍ଜିନିୟର କୃଷ୍ଣଚନ୍ଦ୍ର ପାଣି ଏବଂ ରାଜଶ୍ରୀ ସୁମିତ୍ରା ରଥଙ୍କ ଏକମାତ୍ର ପୁଅ ହେଉଛନ୍ତି ଗୋବିନ୍ଦ। ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀର ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ସେ ଯେତିକି ଜଣାଶୁଣା, ସେତିକି ଚର୍ଚ୍ଚିତ ମୃଦଙ୍ଗ ବାଦନ ପାଇଁ। ଅଷ୍ଟପ୍ରହର ନାମଯଜ୍ଞ, ଯାନିଯାତ୍ରା, ମେଳା, ମହୋତ୍ସବରେ ନାମସଂକୀର୍ତ୍ତନ ଆୟୋଜନ ହେଲେ ପ୍ରଥମେ ଖୋଜାପଡ଼ନ୍ତି ଗୋବିନ୍ଦ। କୋମଳମତି ଚେହେରା ଏବଂ ନିଆରା ମୃଦଙ୍ଗ ବାଦନ ଶୈଳୀ ତାଙ୍କୁ ଦେଇଛି ନୂଆ ପରିଚୟ।
ଜଣେ ଭଲ ତାବଲା ଓ ଢୋଲକ ବାଦକ ଭାବେ ବାପା କୃଷ୍ଣଚନ୍ଦ୍ରଙ୍କ ଖ୍ୟାତି ରହିଥିବାବେଳେ ଏହାଦ୍ୱାରା ପିଲାଟି ଦିନରୁ ପ୍ରଭାବିତ ହୋଇଥିଲେ ଗୋବିନ୍ଦ। ମାତ୍ର ଦୁଇବର୍ଷରୁ ବାପାଙ୍କଠାରୁ ଆରମ୍ଭ ହୋଇଥିବା ମୃଦଙ୍ଗ ବାଦନ ଯାତ୍ରା ଏବେ ଆହୁରି ପରିପକ୍ୱ ହୋଇଛି। ସେ ଭୋର୍‌ ୪ଟା ଏବଂ ସନ୍ଧ୍ୟା ୬ଟାରେ ଦୁଇଓଳି ବାପାଙ୍କ ସହ ଘରେ ଅଭ୍ୟାସ କରୁଛନ୍ତି। ଯମୁନା ଯିବାକୁ ମୋତେ ହେଇଚି ମନା… ଗୀତର ତାଳେତାଳେ ଗୋବିନ୍ଦଙ୍କ ତବଲା ବାଦନ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ତାଙ୍କୁ ଜଣେ ଖ୍ୟାତିସମ୍ପନ୍ନ ତବଲା, ଢୋଲକ, ମୃଦଙ୍ଗ ବାଦକ କରିବା ଲାଗି ସମସ୍ତ ଉଦ୍ୟମ କରିବେ ବୋଲି ମା’ବାପା, ଜେଜେବାପା ବସନ୍ତ ପାଣି, ଜେଜେ ମା’ ପ୍ରତିମା ପାଣି କହିଛନ୍ତି। ସୂଚନାଯୋଗ୍ୟ, ଗୋବିନ୍ଦ ଏବେ ତାଳଚେର-ଥର୍ମାଲସ୍ଥିତ ଏଜୁକିଡ୍ସରେ ନର୍ସରିରେ ପଢୁଛନ୍ତି।

ସଙ୍ଗୀତ ସ୍କୁଲରେ ପଢ଼ାଇବାକୁ ଚିନ୍ତା କରିଛୁ
ଛୋଟ ବୟସରୁ ଗୋବିନ୍ଦ ଗୀତର ତାଳେତାଳେ ମୃଦଙ୍ଗ ବଜାଇବା ଦେଖି ଖୁସି ଲାଗୁଛି। ପୁଅର ଇଚ୍ଛାଶକ୍ତି ଦେଖି ଭବିଷ୍ୟତରେ ତାକୁ କୌଣସି ଏକ ସଙ୍ଗୀତ ସ୍କୁଲରେ ପଢ଼ାଇବା ପାଇଁ ଚିନ୍ତା କରିଛୁ ା
-ରାଜଶ୍ରୀ ସୁମିତ୍ରା ରଥ, ମା’
ଭଲ କଳାକାର କରିବା ପାଇଁ ଉଦ୍ୟମ କରିବୁ
ଗୋବିନ୍ଦ ୨ବର୍ଷରୁ ମୃଦଙ୍ଗ ବଜାଇବା ଆରମ୍ଭ କରିଛି। ନାମ ସଂକୀର୍ତ୍ତନରେ ସାମିଲ ହେଉଛି। ପାଠ ପଢ଼ାଇବା ସହ ତାକୁ ଜଣେ ଭଲ କଳାକାର କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବୁ ା
-କୃ୍‌ଷ୍ଣଚନ୍ଦ୍ର ପାଣି, ବାପା
ନିଜ ନାମକୁ ସାର୍ଥକ କରିଛି
ପିଲାଟି ଦିନରୁ ଆଧ୍ୟାତ୍ମିକତା ଲକ୍ଷଣ ଥିବା ଦେଖି ତା’ର ନାମ ଗୋବିନ୍ଦ ଓ ବଜରଙ୍ଗୀ ଦେଇଥିଲି। ସେ ନିଜ ନାମକୁ ସାର୍ଥକ କରିଛି। ତାକୁ ଭଲ କଳାକାର କରିବା ପାଇଁ ଭୁବନେଶ୍ୱରରେ ଯାଇ ରହିବୁ ବୋଲି ଚିନ୍ତା କରିଛୁ।
-ବସନ୍ତ କୁମାର ପାଣି, ଜେଜେବାପା
ଇଚ୍ଛାଶକ୍ତି ଦେଖି ଉତ୍ସାହିତ କରୁ
ଗ୍ରାମର ଭାଗବତ ଗୃହରେ କୀର୍ତ୍ତନ ହେଲେ ଗୋବିନ୍ଦ ଆସି ପାଖରେ ବସେ। ଆମ ସହ ଗିନି ବଜାଏ। ଏବେ ସେ ଭଲ ମୃଦଙ୍ଗ ବଜାଉଛି। କୁନି ବୟସରୁ ଏଭଳି ଇଚ୍ଛାଶକ୍ତି ଦେଖି ଆମେ ସବୁବେଳେ ଉତ୍ସାହିତ କରୁ।
-ସୁଧାକର ବିଶ୍ୱାଳ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri