ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ ହୋଇଥିବା ଚବିଶି ପ୍ରହର ମହାଯଜ୍ଞ ସୋମବାର ଚତୁର୍ଥ ଦିବସରେ ପହଂଚିଛି । ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଏବଂ ନୂତନ ଚୈତନ୍ୟ ମଠ ପ୍ରତିଷ୍ଠା ଉପଲକ୍ଷେ ଏହି ଯଜ୍ଞ ଆୟୋଜନ କରାଯାଇଥିବା ଗ୍ରାମବାସୀ ପକ୍ଷରୁ କୁହାଯାଇଛି । ଗ୍ରାମ ମଝିରେ ନାମ ଯଜ୍ଞ ଚାଲିଥିବା ବେଳେ ଘୃତ ଯଜ୍ଞ, ଅର୍ଣ୍ଣ ଯଜ୍ଞ ଆଦି ଅନୁଷ୍ଠିତ ହେଉଅଛି । ସୋମବାର ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ ଲକ୍ଷ୍ମୀପୁର ଗ୍ରାମ ଗ୍ରସ୍ତ କରି ପ୍ରଭୁକୃପା ଲାଭ କରିଥିଲେ। ସାଂସଦଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହା ସହ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଯାଇ ଦର୍ଶନ କରିଥିବା ଜଣାପଡିଛି।
ବର୍ଷା ସତେ ପ୍ରସାଦ ସେବନ ନିମନ୍ତେ ଆନନ୍ଦ ବଜାରରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ଗ୍ରାମ ନିକଟସ୍ଥ ଏକ ପଡିଆରେ ରାମ ଦୋଳି, ମିନା ବଜାର ଆଦି ୫୦ରୁ ଅଧିକ ଷ୍ଟଲ ପଡିଛି । ଏଥିପାଇଁ ଗ୍ରାମ୍ୟ ଭଦ୍ରଲୋକ ଆଇନଜୀବୀ ଦୁର୍ଯ୍ୟୋଧନ ରେଡି, ସଭାପତି ଆର ହରିହର ରେଡି, ଏନ ଗଙ୍ଗାଧର ରେଡି,ଏ ଗୌରା ରେଡି, ସୁମୁନାଥ ରେଡି, ଆର ସନ୍ତୋଷ ରେଡି, ଏସ ପର୍ଶୁରାମ ରେଡି, ଆର ଶ୍ରୀରାମ ରେଡିଙ୍କ ସମେତ ଗ୍ରାମବାସୀ ଏହାକୁ ପରିଚାଳନା କରୁଛନ୍ତି। ଅତି ଶାନ୍ତି ଶୃଙ୍ଖଳାର ଶହ ଯଜ୍ଞ ଚାଲିଛି । ସାରେ ଏହି ଯଜ୍ଞ ଦେଖିବାକୁ ଆଖପାଖ ଅଞ୍ଚଳ ପ୍ରାୟ ହଜାର ହଜାର ମହିଳା ପୁରୁଷ ଭକ୍ତଙ୍କ ସୁଅ ଛୁଟୁଛି । ଭକ୍ତମାନଙ୍କ ସୁରକ୍ଷିତ ଠକୁର ଦର୍ଶନ ନିମନ୍ତେ ଯଜ୍ଞ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆସନ୍ତାକାଲି ଯଜ୍ଞ ଶେଷ ହେବ । ହୋମ ଯଜ୍ଞରେ ଗଞ୍ଜାମ ଥାନା ପୋଲିସ କର୍ମଚାରୀ ସୋମନାଥ ରେଡି ଓ ତାଙ୍କ ସହଧର୍ମିଣୀ ଦାୟିତ୍ୱ ତୁଲାଇଛନ୍ତି । ରାମ ନାମ ଏବଂ ପୁରୋହିତମାନଙ୍କ ବେଦ ମନ୍ତ୍ର ଧ୍ୱନିରେ ଲକ୍ଷ୍ମୀପୁର ଗ୍ରାମ ପ୍ରକମ୍ପିତ ହୋଇଉଠୁଛି । ରୋଡ଼ ପାର୍ଶ୍ୱରେ ଯଜ୍ଞ ହେଉଥିବା ଏବଂ ରାମଦୋଳି ମିନବଜାର ଆଦି ଯୋଗୁ ଆଇନଶୃଙ୍ଖଳା ନିମନ୍ତେ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି ।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

ଶୋଇଥିବା ବେଳେ ମାଆ ସହିତ ୭ ବର୍ଷର ପୁଅକୁ କାମୁଡିଲା ରଣା ସାପ, ଛଟପଟ ହୋଇ ଚାଲିଗଲା ଜୀବନ

ଗଜପତି,୭।୮(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ…

୨୨.୧୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ PACS ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ପ୍ରାଥମିକ କୃଷି ସମବାୟ ସମିତି (PACS)ଗୁଡ଼ିକରେ ଆର୍ଥିକ ଅନିୟମିତତା ବିରୋଧରେ ବଡ଼ ଧରଣର ପଦକ୍ଷେପ ନେଇଛି ଓଡ଼ିଶା ଭିଜିଲାନ୍ସ । ବଲାଙ୍ଗୀର ଜିଲା…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri