Posted inଖେଳ

ଏମ୍‌ପିଏଲ୍‌ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍‌ ପ୍ରାୟୋଜକ

ନୂଆଦିଲ୍ଲୀ: ନାଇକ୍‌ ସ୍ଥାନରେ ଫାଣ୍ଟାସି ଗେମିଂ ପ୍ଲାଟ୍‌ଫର୍ମ ମୋବାଇଲ ପ୍ରିମିୟର ଲିଗ୍‌ର ଏକ ସହାୟକ ସଂସ୍ଥା ‘ଏମ୍‌ପିଏଲ୍‌ ସ୍ପୋଟର୍‌ସ ଆପାରେଲ ଆଣ୍ଡ୍‌ ଆସେସୋରିଜ’ ୩ବର୍ଷ ପାଇଁ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍‌ ପ୍ରାୟୋଜକ ହୋଇଛି। ଆପେକ୍ସ କାଉନ୍‌ସିଲର ଜଣେ ସଦସ୍ୟ ସୋମବାର ଏହା ସ୍ପଷ୍ଟ କରିଛନ୍ତି। ଆପେକ୍ସ କାଉନ୍‌ସିଲ ନୂଆ ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏମ୍‌ପିଏଲ୍‌ ଭାରତୀୟ ପୁରୁଷ, ମହିଳା, ‘ଏ’ ଓ ୧୯ ବର୍ଷରୁ କମ୍‌ ଦଳକୁ କିଟ୍‌ ଯୋଗାଇ ଦେବ। କିଟ୍‌ ବାବଦରେ ନାଇକ୍‌ର ମ୍ୟାଚ୍‌ ପିଛା ମୂଲ୍ୟ ୮୮ଲକ୍ଷ ଥିବାବେଳେ ଏମ୍‌ପିଏଲ୍‌ର ୬୫ ଲକ୍ଷ ଟଙ୍କା ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆହୁରି ମଧ୍ୟ ରୟାଲଟି ବାବଦରେ ୧୦ ପ୍ରତିଶତ ପାଇବ। ପୋଷାକପତ୍ର ସ୍ପନସରଶିପ୍‌ ପାଇଁ ପୁମା ଓ ଆଡିଡାସ ମଧ୍ୟ ବିଡ୍‌ ପେପର ନେଇଥିଲେ। କିନ୍ତୁ ସେମାନେ ବିଫଳ ହୋଇଥିଲେ। ପୂର୍ବରୁ ନାଇକ୍‌ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। ଏବାବଦରେ କମ୍ପାନୀକୁ ୩୭୦ କୋଟି ଟଙ୍କା ଦେବାକୁ ପଡ଼ିଥିଲା। ରୟାଲଟି ବାବଦରେ ୩୦କୋଟି ଦେଇଥିଲା।ଏମ୍‌ପିଏଲ୍‌ ବର୍ତ୍ତମାନ ଦୁଇ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ (କେକେଆର ଓ ଆରସିବି), ସିପିଏଲ୍‌ର ଏକ ଫ୍ରାଞ୍ଚାଇଜ୍‌ ଟିକେଆର୍‌ ଏବଂ ଆୟର୍ଲାଣ୍ଡ ଓ ୟୁଏଇ କ୍ରିକେଟ ବୋର୍ଡ ସହିତ ସଂଶ୍ଳିଷ୍ଟ ରହିଛି। ସୂଚନାଯୋଗ୍ୟ, କୋଭିଡ୍‌ ଯୋଗୁ ବର୍ତ୍ତମାନ ଆର୍ଥତ୍କ ପରିସ୍ଥିତି ଯାହା କୌଣସି ପ୍ରମୁଖ କମ୍ପାନୀ ନାଇକ୍‌ ଯାହା ଦେଉଥିଲା ସେତେ ଦେବାକୁ ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର ସ୍କୁଲରେ ନାହାନ୍ତି ପିଲା, ବିନା ଛାତ୍ରୀଛାତ୍ରରେ ୧.୪୪ ଲକ୍ଷ ଶିକ୍ଷକ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ଭାରତର ୫,୦୦୦ରୁ ଅଧିକ ସ୍କୁଲରେ ଜଣେ ହେଲେ ପିଲା ନାହାନ୍ତି। ସେଥିରୁ ୭୦ ପ୍ରତିଶତ ବିଦ୍ୟାଳୟ କେବଳ ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ରହିଛି। ସେହିପରି...

ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ...

ଆଣବିକ ଶକ୍ତି କ୍ଷେତ୍ରରେ ପଶିବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ,୧୮ା୧୨(ପି.ଟି./ଏଜେନ୍ସି): ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାଓ୍ୱାଟ୍‌ ଅଣୁଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ବିଧେୟକକୁ ବୁଧବାର ଲୋକ ସଭାର ମଞ୍ଜୁରୀ ମିଳିଛି। ସଷ୍ଟେନେବଲ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri