ଲୋୟର ସୁକତେଲ ଡ଼୍ୟାମ ସମୀକ୍ଷା କଲେ ଏମ୍‌ପି ସଙ୍ଗୀତା ସିଂଦେଓ

ବଲାଙ୍ଗୀର,୧୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଶୁକ୍ରବାର ଲୋୟର ସୁକତେଲ ଡ଼୍ୟାମ ପରିଦର୍ଶନ କରିବା ସହ ପ୍ରକଳ୍ପ ସମୀକ୍ଷା କରିଥିଲେ। ଆସନ୍ତା ଖରିଫ ଋତୁରେ ଏହି ଡ଼୍ୟାମରୁ ଚାଷଜମିକୁ ପାଣି ଦିଆଯିବ। ସେଥିପାଇଁ ଡ଼୍ୟାମରେ ଚାଲିଥିବା ଆନୁସଙ୍ଗିକ ଉନ୍ନୟନ କାର୍ଯ୍ୟ କିଭଳି ତ୍ୱରାନ୍ବିତ ହେବ ସେ ଉପରେ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ ଯୋଗୁ ବିସ୍ଥାପିତ ହୋଇଥିବା ଲୋକେ ପୁନର୍ବାସ ଓ ଥଇଥାନ, କ୍ଷତିପୂରଣ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀଙ୍କ ଜମିକୁ ଏହି ପ୍ରକଳ୍ପରୁ ପାଣି ଲାଗିବା ପୂର୍ବରୁ ବିସ୍ଥାପିତଙ୍କ ସମସ୍ତ ସମସ୍ୟାର ସମାଧାନ ହେବା ଜରୁରୀ ବୋଲି ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମ୍‌ପିଙ୍କ ଲୋୟର ଶୁକତେଲ ଡ୍ୟାମ ପରିଦର୍ଶନ କାର୍ଯ୍ୟକ୍ରମରେ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇ ଓ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିବାବେଳେ ଭାଜପା ଜିଲା ସଭାପତି ଶ୍ରୀବତ୍ସ ସାହୁ, ଭାଜପା ନେତା ଗୋପାଳଜୀ ପାଣିଗ୍ରାହି ଓ ଦିନେଶ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁଲିବାକୁ ଯାଉଥିବା ସମୟରେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର

ଜୟପୁର,୨୯।୪ (ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୩ ତାରିଖ ସକାଳେ ଯୁବତୀ ନିକଟସ୍ଥ…

ଏହି ଦିନ ପରଦାକୁ ଆସିବ ଥାଲାପତି ବିଜୟଙ୍କ ଶେଷ ଅଭିନୀତ ଚଳଚ୍ଚିତ୍ର

ମୁମ୍ବାଇ: ଶେଷରେ ସିନେମା ହଲ୍‌କୁ ଆସିବାକୁ ପ୍ରସ୍ତୁତ ଅଭିନେତା-ରାଜନେତା ଥାଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟାଗନ’। ରାଜନୀତିକୁ ଆସିବା ପୂର୍ବରୁ ତାମିଲ ଫିଲ୍ମ ସୁପରଷ୍ଟାର ବିଜୟଙ୍କର ଏହା…

କେଭିର ଉନ୍ନତିରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସମାଜ-ସ୍କୁଲ ମିଶି ଶିକ୍ଷାକୁ ଆଗକୁ ନେବ ବିଦ୍ୟାଞ୍ଜଳି ଯୋଜନା

ଭଞ୍ଜନଗର,୨୯/୪(ବାବୁଲା ପ୍ରଧାନ):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଉନ୍ନତ ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗ ଲୋଡ଼ିଥାଆନ୍ତି। ଛାତ୍ରୀଛାତ୍ରମାନେ ଯେତିକି ସହଯୋଗ କରନ୍ତି ସେଥିରେ ରାଜ୍ୟ ସରକାର ଦୁଇଗୁଣା ଆର୍ଥିକ ସହାୟତା…

ବାଇକ୍‌ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍‌ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଦେଢଲକ୍ଷ ତଳକୁ ଖସିଲା ସୁନା, ୨୨k କିଣିଲେ ଦେବାକୁ ପଡିବ…

ନୂଆଦିଲ୍ଲୀ,୨୯।୪: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ବିଶ୍ୱ ସ୍ତରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ଘରୋଇ ଫ୍ୟୁଚର୍ସ ବଜାର (MCX) ରେ ସୁନା ମୂଲ୍ୟ ହ୍ରାସ ପାଇଛି, ଯାହା…

ହାଜତରେ ଯୁବକଙ୍କ ମୃତ୍ୟୁକୁ ନେଇ ବଢିଲା ଉତ୍ତେଜନା: ଥାନା ଆଗରେ ବସିଛନ୍ତି ପରିବାର ଲୋକେ, ଆଣିଲେ ସାଂଘାତିକ ଅଭିଯୋଗ

ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ହାଜତ ଭିତରେ ଗିରଫ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତେଜନା ଦେଖାଦେଇଛି। ମୃତ୍ୟୁ ଯୁବକଙ୍କ ପରିବାର ଲୋକେ…

କଙ୍କାଳ ନେଇ ବ୍ୟାଙ୍କ ଆଗରେ ରଖିବା ଘଟଣା: ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):କେନ୍ଦୁଝର ପାଟଣା ବ୍ୟାଙ୍କକୁ ଜଣେ ଭାଇ ତାଙ୍କ ଭଉଣୀଙ୍କ ଶବ ନେବା ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଦିଙ୍କୁ ଘାରିଲାଣି ‘ଭାଜପା’ ଭୟ: ବୁଲି ବୁଲି ଜଗୁଛନ୍ତି ବୁଥ୍‌, ଆଣିଲେ ସାଂଘାତିକ ଅଭିଯୋଗ

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri