ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ କରିବାକୁ ଏମ୍‌ପିଙ୍କ ପ୍ରତିଶ୍ରୁତି

ଥୁଆମୂଳ ରାମପୁର,୬ା୧୦(ଦୁର୍ଗା କୀର୍ତ୍ତି): ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର
ବ୍ଲକ ଅନ୍ତର୍ଗତ ବିରିକୋଟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ରାଜ୍ୟର ମୋହନ ମାଝୀ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଅନୁପ୍ରାଣୀତ ହୋଇ ଥୁଆମୂଳ ରାମପୁର ବ୍ଲକର ବିଜେଡି ଏସ୍‌ସି ସେଲ୍‌ ପୂର୍ବତନ ସଭାପତି ସଞ୍ଜୟ ନାଏକ, ବରିଷ୍ଠ କଂଗ୍ରେସ ନେତା ସଦା ନାଏକ, ଯୁବ କଂଗ୍ରେସ ନେତା ଉମାଶଙ୍କର ନାଏକଙ୍କ ସହ ଶତାଧିକ ବିଜେଡି କଂଗ୍ରେସ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ପୂର୍ବତନ ଏମ୍‌ପି ଅର୍କ କେଶରୀ ଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ ଉପସ୍ଥିତ ରହି ନୂତନ ଭାବରେ ଦଳରେ ଯୋଗଦେଇଥିବା ନେତା ଓ କର୍ମୀଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଏମ୍‌ପି ପ୍ରତିନିଧି ପବିତ୍ର ନାଏକ, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ମଣ୍ଡଳ ସଭାପତି ପୁଷ୍ପ ନାଏକ, ମଣ୍ଡଳ ସଭାପତି ଦୟାନିଧି ଭୋଇ, ସାଧାରଣ ସମ୍ପାଦକ ତପନ ମାଝୀ, ମଣ୍ଡଳ ସାଧାରଣ ସମ୍ପାଦକ ଆଲୋକ କୁମାର ନାଏକ, ସାଧାରଣ ସମ୍ପାଦକ ଚନ୍ଦନ ନାଏକ, ବ୍ଲକ ଭାଜପା ମଣ୍ଡଳର ଉପସଭାପତି ରାଧାକୃଷ୍ଣ ନାଏକ ଏବଂ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ କିୟାମଣି ନାଏକ, ଜିଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକଙ୍କ ସମତେ ସହସ୍ରାଧିକ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।

ଏହି ମିଶ୍ରଶ ପର୍ବ ପରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଯୋଗ ଦେଇ ଅଞ୍ଚଳର ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏକ ମହାପ୍ରୟାଣ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ବିରିକୋଟଠାରେ ଜଗନ୍ନାଥ ସେବାଶ୍ରମ ପକ୍ଷରୁ ଦିଆଯାଇଥିବା କମ୍ବଳଗୁଡ଼ିକୁ ମାନ୍ୟବର ଏମ୍‌ପି ଓ ଜିଲା ସଭାପତି ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶରୁ ମୋଦିଙ୍କ ବଡ଼ ବୟାନ, ପଶ୍ଚିମବଙ୍ଗ ଭୋଟିଂ ଭିତରେ ଚହଳ!

କୋଲକାତା,୨୯।୪: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ମତ…

ଆନନ୍ଦପୁର ବଜାରରେ ଚାଞ୍ଚଲ୍ୟ: ମାଛ କଟା ପନିକି ଗଳିଲା ଛାତିରେ, ଜଣେ ଗୁରୁତର…

ବଞ୍ଚୋ,୨୯(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। କାଳନ୍ଦୀ ବେହେରା ନାମକ ଜଣେ ମାଛ ବ୍ୟବସାୟୀ ବୁଧବାର ତାଙ୍କ ଦୋକାନରେ ମାଛ…

ବିଧାନସଭା ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା କଡାକଡି: ଲୋୟର ପିଏମ୍‌ଜିରେ ୧୪୪ ଧାରା

ଭୁବନେଶ୍ୱର,୨୯।୪: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା।…

୫ହାଜର ନୁହେଁ ମାସକୁ ୯ହଜାର ଦେବେ ସରକାର, ଛାତ୍ରୀଛାତ୍ର ଏମିତି କରନ୍ତୁ ଆପ୍ଲାଏ…

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଯୁବବର୍ଗମାନେ ଶିକ୍ଷା ଏବଂ କାର୍ଯ୍ୟ ଅଭିଜ୍ଞତା ଉଭୟ ପାଇପାରିବେ ଯାହା…

ଜିତୁ ମୁଣ୍ଡାଙ୍କୁ ମିଳୁ ନ୍ୟାୟ: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡିି

ପାଟଣା,୨୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା…

ବୁଲିବାକୁ ଯାଉଥିବା ସମୟରେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର

ଜୟପୁର,୨୯।୪ (ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୩ ତାରିଖ ସକାଳେ ଯୁବତୀ ନିକଟସ୍ଥ…

ଏହି ଦିନ ପରଦାକୁ ଆସିବ ଥାଲାପତି ବିଜୟଙ୍କ ଶେଷ ଅଭିନୀତ ଚଳଚ୍ଚିତ୍ର

ମୁମ୍ବାଇ: ଶେଷରେ ସିନେମା ହଲ୍‌କୁ ଆସିବାକୁ ପ୍ରସ୍ତୁତ ଅଭିନେତା-ରାଜନେତା ଥାଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟାଗନ’। ରାଜନୀତିକୁ ଆସିବା ପୂର୍ବରୁ ତାମିଲ ଫିଲ୍ମ ସୁପରଷ୍ଟାର ବିଜୟଙ୍କର ଏହା…

କେଭିର ଉନ୍ନତିରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସମାଜ-ସ୍କୁଲ ମିଶି ଶିକ୍ଷାକୁ ଆଗକୁ ନେବ ବିଦ୍ୟାଞ୍ଜଳି ଯୋଜନା

ଭଞ୍ଜନଗର,୨୯/୪(ବାବୁଲା ପ୍ରଧାନ):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଉନ୍ନତ ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗ ଲୋଡ଼ିଥାଆନ୍ତି। ଛାତ୍ରୀଛାତ୍ରମାନେ ଯେତିକି ସହଯୋଗ କରନ୍ତି ସେଥିରେ ରାଜ୍ୟ ସରକାର ଦୁଇଗୁଣା ଆର୍ଥିକ ସହାୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri