ଫଳକକୁ ନେଇ ସାଂସଦ-ବିଧାୟକ ମୁହାଁମୁହିଁ: ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଉତ୍ତେଜନା

ଖଲ୍ଲିକୋଟ, ୯।୬(ପ୍ରଶାନ୍ତ କୁମାର ମିଶ୍ର) : ଖଲ୍ଲିକୋଟ ବ୍ଲକରେ ରବିବାର ଦୁଇଟି ଫଳକ ଯୋଗୁ ସାଂସଦଙ୍କ କର୍ମୀ ଓ ବିଧାୟକଙ୍କ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ତେବେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବାବେଳେ ଖଲ୍ଲିକୋଟ ବ୍ଲକ କୋମଣ୍ଡ ପଞ୍ଚାୟତର ବଡ ରାମପଲ୍ଲୀର ପ୍ରାଥମିକ ବିଦ୍ୟାଳୟ ଏଥିରେ ସାମିଲ ହୋଇଥିଲା । ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ଆସିକା ସାଂସଦ ଅନିତା ଶୁଭ ଦର୍ଶିନୀ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ପହଞ୍ଚିଥିଲେ । କିନ୍ତୁ ସେଠୀ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଲାଗିଥିବା ଫଳକରେ ବିଧାୟକଙ୍କ ନାମ ପ୍ରଥମେ ରହିଥିଲା ଓ ସାଂସଦଙ୍କ ନାମ ଦ୍ୱିତୀୟରେ ଥିଲା । ଯାହାକୁ ନେଇ ସାଂସଦଙ୍କ କର୍ମୀ ଉତ୍ତେଜନା ସୃଷ୍ଟି କରିଥିଲେ । ପ୍ରଥମେ ସାଂସଦଙ୍କ ନାମ ଥିବା ଆଉ ଗୋଟିଏ ଫଳକ ଲଗାଇବା ପାଇଁ ଦାବି କରିଥିଲେ । ତେବେ ପ୍ରଥମେ ସାଂସଦ ନାମ ଫଳକକୁ ଆଗରୁ ଲଗାଯାଇଥିଲା । କିନ୍ତୁ ସକାଳେ ପୋଲିସ ଉପସ୍ଥିତିରେ ପ୍ରଥମେ ସାଂସଦଙ୍କ ନାମ ଥିବା ଫଳକକୁ ବାହାର କରି ପ୍ରଥମେ ବିଧାୟକଙ୍କ ନାମ ଥିବା ଫଳକକୁ ପୋଲିସ ଉପସ୍ଥିତିରେ ଲଗାଯାଇଥିଲା । ତେବେ ପୁଣି ପ୍ରଥମେ ସାଂସଦଙ୍କ ନାମ ଥିବା ଫଳକଟିକୁ ଲଗାଇବା ପାଇଁ ଅଡି ବସିଥିଲେ ସାଂସଦଙ୍କ କର୍ମୀ । ଯାହା ଫଳରେ ବିଦ୍ୟାଳୟ ପରିସରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତେଜନା ଫଳରେ ପୋଲିସ ଦୁଇ ଗୋଷ୍ଠୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସମସ୍ୟାର ସମାଧାନ ହୋଇ ପାରିନଥିଲା । କିନ୍ତୁ ତରବରିଆ ଭାବେ ସଭାକାର୍ଯ୍ୟ ସମାପ୍ତ କରି ଭିତ୍ତି ପ୍ରସ୍ତର ସ୍ଥାପନ ନ କରି ସେଠାରୁ ଚାଲି ଯାଇଥିଲେ । କିନ୍ତୁ ସାଂସଦଙ୍କ କର୍ମୀ ସାଂସଦଙ୍କ ନାମ ଥିବା ଫଳକକୁ ଆଣି ଭିତ୍ତି ପ୍ରସ୍ତର ସ୍ଥାପନ ଜାଗାରେ ରଖିଥିଲେ । ଏହା ଦେଖି ବିଧାୟକ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ ନକରି ବିଡିଓ ଦେବାଶିଷ ସାମଲ ଓ ଅତିରିକ୍ତ ତହସିଲଦାର ଅଜୟ ସ୍ବାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଘଟଣା ଖଲ୍ଲିକୋଟରେ ଭାଜପାର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ସେପଟେ ଦୁଇ ଦୁଇଟି ଫଳକ କିଏ ଆଣିଲା ଓ କାହିଁକି ଦୁଇଟି ଫଳକ କରାଯାଇଥିଲା ତାକୁ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri