ପାର୍ଟି ଅଫିସ୍‌ରେ ଏମ୍‌ପିଙ୍କୁ ଜାଗା ମିଳିଲାନି

ଢେଙ୍କାନାଳ ଅଫିସ, ୧ା୬: ଯେତେ ତାଳି ପକାଇଲେ ମଧ୍ୟ ଢେଙ୍କାନାଳ ଜିଲାରେ ବିଜେଡି କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏମ୍‌ପି ମହେଶ ସାହୁ ଏବଂ ସଦର ବିଧାୟକ ଗୋଷ୍ଠୀ ମଧ୍ୟରେ ସବୁକିଛି ଠିକ୍‌ ନ ଥିବା ଚର୍ଚ୍ଚା ହେଉଛି। ପୌର ନିର୍ବାଚନ ପରେ ଭାଜପା ପୌରାଧ୍ୟକ୍ଷା ଏବଂ ବିଜୟୀ କାଉନ୍‌ସିଲରଙ୍କୁ ଏମ୍‌ପି ଆବାସିକ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିବାକୁ ନେଇ ଦଳୀୟ କର୍ମୀ ମହଲରେ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଥିଲା, ତାହା ଦିନକୁ ଦିନ ତିକ୍ତତାରେ ରୂପାନ୍ତରିତ ହେଉଛି। ଗତ ରବିବାର ଏମ୍‌ପି ଗଁଦିଆ ବ୍ଲକରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଲାଗି ଯାଇଥିବାବେଳେ ବ୍ଲକ ବିଜେଡି ସଭାପତି ତାଙ୍କୁ ପାର୍ଟି ଅଫିସ ଚାବି ଦେଇ ନ ଥିଲେ। ଫଳରେ ଏମ୍‌ପି ଷଡ଼ଙ୍ଗୀସ୍ଥିତ ପୂର୍ବତନ ଜିଲା ପରିଷଦ ଉପସଭାପତି କୋଦଣ୍ଡଧର ସାହୁଙ୍କ ବଗିଚାରେ ଅଭିଯୋଗ ଶୁଣାଣି କରିଥିଲେ। ଏଥିରୁ ଢେଙ୍କାନାଳ ବିଜେଡିରେ ଗୋଷ୍ଠୀ ବିବାଦ କେତେ ଭୟଙ୍କର ହେଲାଣି, ତାହା ଜଳଜଳ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
ଜିଲାର ବିଭିନ୍ନ ସ୍ଥାନରୁ ଖର୍ଚ୍ଚାନ୍ତ ହୋଇ ଅଭିଯୋଗ ଜଣାଇବାକୁ ଲୋକମାନେ ଏମ୍‌ପିଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି। ସମସ୍ୟାକୁ ଉପଲବ୍ଧି କରି ଏମ୍‌ପି ବିଭିନ୍ନ ସ୍ଥାନରେ ଜନଶୁଣାଣି କରୁଛନ୍ତି। ତଦନୁଯାୟୀ ରବିବାର ସେ ଗଁଦିଆ ବ୍ଲକକୁ ଯାଇଥିଲେ ଏବଂ ବ୍ଲକ ବିଜେଡି କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଇଚ୍ଛାବ୍ୟକ୍ତ କରିଥିଲେ। ତେବେ ବ୍ଲକ ବିଜେଡି ସଭାପତି ବିଶ୍ୱନାଥ ଜେନା ତାଙ୍କୁ କାର୍ଯ୍ୟାଳୟ ଚାବି ଦେଇ ନ ଥିଲେ। ଦଳୀୟ ଏମ୍‌ପିଙ୍କୁ ଜଣେ ବ୍ଲକ ସଭାପତି ଅଫିସ୍‌ ଚାବି ପ୍ରଦାନ ନ କରିବା ପ୍ରସଙ୍ଗକୁ ଗମ୍ଭୀର କରିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ସୋସିଆଲ୍‌ ମଡିଆରେ ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି।
ଗଁଦିଆରେ ସୃଷ୍ଟି ହୋଇଥିବା ଅପ୍ରୀତିକର ସ୍ଥିତି ସମ୍ପର୍କରେ ସୂଚନା ଦେଇ ଏମ୍‌ପି କହିଛନ୍ତି, ଜନଶୁଣାଣି ଲାଗି ଦଳୀୟ କାର୍ଯ୍ୟାଳୟ ଖୋଲିବା ପାଇଁ ସେ ତାଙ୍କ ପ୍ରତିନିଧିଙ୍କ ଜରିଆରେ ବ୍ଲକ ବିଜେଡି ସଭାପତିଙ୍କୁ କହିଥିଲେ। ହେଲେ ବ୍ଲକ ବିଜେଡି ସଭାପତି ଏଥିଲାଗି ବିଧାୟକଙ୍କ ସହ କଥା ହେବା ପାଇଁ କହିଥିଲେ। ବିଜେଡି କାର୍ଯ୍ୟାଳୟକୁ ଦଳୀୟ ମନ୍ତ୍ରୀ, ଏମ୍‌ପି, ବିଧାୟକଙ୍କୁ ମନା କରାଯିବା କେତେଦୂର ସମୀଚୀନ ବୋଲି ସେ ପ୍ରଶ୍ନ କରିଛନ୍ତି। ଏମ୍‌ପି ଆହୁରି ମଧ୍ୟ କହିଛନ୍ତି , ଗଁଦିଆ ବ୍ଲକ ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ ଏବଂ ବିଧାୟକ ଉପସ୍ଥିତ ଥିଲେ। ମଝିରେ ମଝିରେ ଉକ୍ତ ପାର୍ଟି ଅଫିସରେ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଏମ୍‌ପି ସେତେବେଳେ ବିଧାୟକଙ୍କୁ କହିଥିଲେ। ହେଲେ ରବିବାର ତାଙ୍କୁ କାର୍ଯ୍ୟାଳୟ ମିଳି ନ ଥିଲା। ବିଜେଡିର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ତାଙ୍କ ପାଖକୁ ନ ଆସିବା ପାଇଁ ବାହ୍ୟ ଚାପ ପ୍ରୟୋଗ କରାଯାଉଛି। ଏଥିରେ କାହାର ହାତ ରହିଛି ଜାଣିହେଉନାହିଁ। କେହି ତାଙ୍କ ପାଖକୁ ନ ଆସିଲେ ସେ ନିଜେ ସେମାନଙ୍କ ପାଖକୁ ଯିବେ। କିଏ ଟିକେଟ ପାଇବ ନ ପାଇବ ତାହା ଭବିଷ୍ୟତ କହିବ। ହେଲେ ଏବେ ଯେହେତୁ ରାଜନୀତିରେ ଅଛୁ, ତେଣୁ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ। ଏହା ମନର କଥା ବୋଲି ଏମ୍‌ପି କହିଛନ୍ତି।
ଏ ସଂକ୍ରାନ୍ତରେ ବ୍ଲକ ବିଜେଡି ସଭାପତି କୁହନ୍ତି, ଚାବି ଦେବାକୁ ସେ ମନା କରିନାହାନ୍ତି। ଯେହେତୁ ବିଜେଡି କାର୍ଯ୍ୟାଳୟ ଭଡ଼ା, ବିଦ୍ୟୁତ୍‌ ଦେୟ, ଚେୟାର ଟେବୁଲ ବ୍ୟବସ୍ଥା ବିଧାୟକ କରିଛନ୍ତି, ତେଣୁ ତାଙ୍କୁ ଟିକେ ପଚାରି ଦେବାକୁ କହିଥିଲେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ପୂର୍ବତନ ଜିଲା ପରିଷଦ ଉପସଭାପତି ସାହୁ କୁହନ୍ତି, ଦଳୀୟ ଏମ୍‌ପିଙ୍କ ପାଇଁ କାର୍ଯ୍ୟାଳୟ ଖୋଲା ନ ଯିବା ଅଶୋଭନୀୟ। ପାର୍ଟି କାର୍ଯ୍ୟାଳୟରେ ଲୋକଙ୍କ ସମସ୍ୟା ବୁଝି ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ତାହା ଦେଖିବାକୁ ମିଳୁନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତୃବୃନ୍ଦ ନିଜକୁ ଦୂରେଇ ରଖିଥିବା ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ ସୀମାନ୍ତ ଗ୍ରାମରେ ହେବ ଓଡ଼ିଶା ସରକାରଙ୍କ କ୍ୟାମ୍ପ

ପଦ୍ମପୁର,୬।୩: ଛତିଶଗଡ଼ ସୀମାନ୍ତବର୍ତ୍ତୀ ବରଗଡ଼ ଜିଲା ଚରଦାପାଲ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଶନିବାର ଗସ୍ତ କରିଥିଲେ। ଏହି ସମୟରେ ସେ ଗ୍ରାମବାସୀଙ୍କଠାରୁ...

ଫ୍ଲୋରୋସିସ୍‌ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଇ...

ଡାକ୍ତରଖାନାରେ କମ୍‌, ବାହାରେ ଅଧିକ ରୋଗୀ ଦେଖୁଛନ୍ତି ଡାକ୍ତର

ପଟ୍ଟାମୁଣ୍ଡାଇ,୧୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭିତ୍ତିଭୂମି ସହ କୋଠା ଅଛି। ହେଲେ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି। ଫଳରେ ଯେଉଁ ଡାକ୍ତର ଅଛନ୍ତି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ହଜାର ପ୍ରଦାନ

କେସିଙ୍ଗା,୩୦ା୪(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବୋରିଙ୍ଗପଦରଠାରେ ଥିବା ନିୟୁ ଲାଇଫ୍‌ ପାଓ୍ବାର ଗସ୍ପେଲ ଫେଲୋସିପ୍‌ ଅନୁଷ୍ଠାନ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କୁ ଅନୁଷ୍ଠାନର...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୩୧ା୧: ବ୍ରହ୍ମପୁର ପୋକ୍‌ସୋ କୋର୍ଟ ଜଜ୍‌ ବିକ୍ରମ ପଟ୍ଟନାୟକ ସୋମବାର ଏକ ନାବାଳିକା ଛାତ୍ରୀ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଅଧାରକରି...

ସଲାସୁତୁରାରେ ଖଣି ଚୋରି

ଯାଜପୁର ଅଫିସ,୧୩ା୧୨: ରାଜ୍ୟରେ ୨୦୧୯-୨୦ରୁ ଅଦ୍ୟାବଧି ଖଣି ଲିଜ୍‌ଧାରୀମାନେ ନିୟମ ଉଲ୍ଲଂଘନ କରି ୮୨୦୧ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନରେ ଚୋରି, ଅନିୟମିତତା...

ମହାନଦୀରେ ପ୍ରଶିକ୍ଷଣ ନେବେ ଏନଡିଆର୍‌ଏଫ୍‌ କର୍ମଚାରୀ :ଏମଓୟୁ ସ୍ବାକ୍ଷରିତ

କଟକ ଅଫିସ,୭ା୧- ନ୍ୟାଶନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ(ଏନ୍‌ଡିଆର୍‌ଏଫ)ର କର୍ମଚାରୀ ଆସି କଟକରେ ପ୍ରଶିକ୍ଷଣ ନେବେ। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ରାଜ୍ୟର ଏନଡିଆର୍‌ଏଫ୍‌ କର୍ମଚାରୀମାନେ ମହାନଦୀରେ...

ନୂଆବର୍ଷରେ ଦୁଃଖଦ ଖବର: ଛୁରି ଭୁସି ବାପାଙ୍କ ଜୀବନ ନେଲେ ପୁଅ

ଦେବଗଡ଼,୧ା୧(ଡି.ଏନ୍‌.ଏ.): ନିଶାସକ୍ତ ଅବସ୍ଥାରେ ବାପାକୁ ହତ୍ୟା କରିଛନ୍ତି ଜଣେ ପୁଅ। ଦେବଗଡ଼ ଥାନା ଅନ୍ତର୍ଗତ ବାରକୋଟ ବ୍ଳକ କାଉଁଶିବାହାଳ ଗ୍ରାମରେ ନୂଆବର୍ଷରେ ଏପରି ଅଭାବନୀୟ ଘଟଣା...

Advertisement
Archives

Model This Week