ଶୁକ୍ରବାର ‘ସିନେମା ପ୍ରେମୀ ଦିବସ’, ଫିଲ୍ମ ଟିକେଟ୍ ମୂଲ୍ୟ ୯୯ ଟଙ୍କା

ନୂଆଦିଲ୍ଲୀ,୨୯।୫: ସ୍ୱଳ୍ପ ଚଳଚ୍ଚିତ୍ର ରିଲିଜ୍ ଏବଂ ଦର୍ଶକଙ୍କ ଆଗମନ ସଂଖ୍ୟା ହ୍ରାସ କାରଣରୁ ସଂଗ୍ରାମ କରୁଥିବା ପ୍ରେକ୍ଷାଳୟଗୁଡିକ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ରିହାତି ଟିକେଟ୍ ପ୍ରଦାନ କରିବେ। ମଲ୍ଟିପ୍ଲେକ୍ସ ଏବଂ ସିଙ୍ଗଲ୍ ସ୍କ୍ରିନ୍ ସିନେମାଗୁଡ଼ିକ ମିଳିତ ହୋଇ ମେ ୩୧ ରେ ମାତ୍ର ୯୯ ଟଙ୍କାରେ ଦର୍ଶକଙ୍କୁ ସିନେମା ଦେଖିବାର ସୁଯୋଗ ପ୍ରଦାନ କରିବେ, ଯାହା ‘ସିନେମା ପ୍ରେମୀ ଦିବସ’ ଭାବରେ ପାଳନ କରାଯିବ।

ଏହି ବିଶେଷ ଅଫର ପିଭିଆର ଆଇନକ୍ସ, ସିନେପଲିସ୍ ଇଣ୍ଡିଆ, ମିରାଜ ସିନେମା, ମଲଟା ଏ୨, ଏବଂ ମୁଭିମାକ୍ସ ସହିତ ପ୍ରମୁଖ ମଲ୍ଟିପ୍ଲେକ୍ସ ଚେନରେ ଉପଲବ୍ଧ ହେବ। ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଏଆଇ) ର ମୁଖ୍ୟ ତଥା ପିଭିଆର ଆଇନକ୍ସ ପିକଚର୍ସ ସିଇଓ କମଲ ଜିଆଚନ୍ଦାନୀ କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ଦେଶରେ ପ୍ରାୟ ୪,୦୦୦ ସ୍କ୍ରିନ୍ ‘ସିନେମା ପ୍ରେମୀ ଦିବସ’ ପାଳନ କରିବେ।

ପ୍ରିମିୟମ୍ ଫର୍ମାଟ୍ ଯେପରିକି ରିକ୍ଳାଇନର୍ ବାଦ ଦିଆଯାଇ ବାକି ପ୍ରାୟ ୯୦-୯୫% ସିଟ୍ ଦରରେ ପୁରଣ ହେବ। ଏଥିସହ, ଅନେକ ସିଙ୍ଗଲ୍ ସ୍କ୍ରିନ୍ ସିନେମା, ବିଶେଷ କରି ଦକ୍ଷିଣ ଭାରତରେ ମଧ୍ୟ ଅଂଶଗ୍ରହଣ କରିବେ, କେତେକ ୯୯ ରୁ କମ୍ ମୂଲ୍ୟରେ ଟିକେଟ୍ ପ୍ରଦାନ କରିବେ, ସମ୍ଭବତ କିଛି ସ୍ଥାନରେ ୭୦ ଟଙ୍କା ମଧ୍ୟ ହୋଇପାରେ। ଥିଏଟରଗୁଡିକ ପାଇଁ ଏହି ଅଫର ଗ୍ରୀଷ୍ମ ଛୁଟି ସିଜିନ୍ ଆରମ୍ଭ କରିବ ବୋଲି ଜିଆଚନ୍ଦାନୀ ଆଶା ପୋଷଣ କରିଛନ୍ତି।

“ଏହି ଅଫର କେବଳ ଗୋଟିଏ ଦିନ ପାଇଁ ଅଟେ, ତେଣୁ, ଏହା ସାମଗ୍ରିକ ଚିତ୍ରରେ (ବକ୍ସ ଅଫିସରେ) କୌଣସି ବଡ଼ ପରିବର୍ତ୍ତନ ଆଣିବ ନାହିଁ କିନ୍ତୁ ଛୁଟିଦିନ ଆରମ୍ଭ ପୂର୍ବରୁ ଏହା ବକ୍ସ ଅଫିସରେ ଏକ ଉତ୍ସାହ ସୃଷ୍ଟି କରିବ। ଜୁନ୍ ମାସରୁ ଆରମ୍ଭ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକ ପାଇଁ ଆମ ପାଇଁ। ଏହି ସମୟରେ ବହୁ ଫିଲ୍ମ ରିଲିଜ ହେବାର ସମ୍ଭାବନା ରହିଛି, ଏପ୍ରିଲ-ମେ’ ମାସରେ ନିର୍ବାଚନ କାରଣରୁ ଅନେକ ପ୍ରଯୋଜକ କୌଣସି ଫିଲ୍ମ ରିଲିଜ କରି ନାହାନ୍ତି।

ଆଗକୁ ସୁପରଷ୍ଟାର ପ୍ରଭାସଙ୍କ ‘କଳକୀ ୨୮୯୮ ଏଡି’ ଏବଂ କାର୍ତ୍ତିକ ଆରିୟାନଙ୍କ ‘ଚନ୍ଦୁ ଚମ୍ପିୟାନ’ ଭଳି ଫିଲ୍ମ ରିଲିଜ ହେବ। ତେଣୁ ମେ’ ୩୧ ତାରିଖରେ ସିନେପ୍ରେମୀ ମାନଙ୍କୁ ଏହି ରିହାତି ଅଫର ଦେଇ ପ୍ରେକ୍ଷାଳୟ ମାଲିକ ମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବାକୁ ଉଦ୍ୟମ କରିଛି ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri