ଗ୍ୟାସ୍‌ ଚୁଲାରୁ ନିଆଁ ଲାଗି ମହିଳାଙ୍କ ଜୀବନ ଗଲା, ବଞ୍ଚାଇବାକୁ ଯାଇ ସ୍ବାମୀ-ପୁଅ ଆହତ

ଖଲ୍ଲିକୋଟ,୨୯ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ଜଣେ ମହିଳା ଗ୍ୟାସ୍‌ଚୁଲାରୁ ନିଆଁ ଲାଗି ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଏଠାରେ ତାଙ୍କର ବୁଧବାର ମୃତ୍ୟୁ ହୋଇଛି।
ମିଳିଥିବା ସୂଚନାନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ଗ୍ରାମର ମିନତି ଲେଙ୍କା ଗତ ୧୪ ବର୍ଷ ତଳେ ସିକୁଳା ଗ୍ରାମର ଯୋଗେନ୍ଦ୍ର ଲେଙ୍କାଙ୍କୁ ବିବାହ କରିଥିଲେ। ଇତିମଧ୍ୟରେ ତାଙ୍କର ଦୁଇଟି ପୁଅ ଅଛନ୍ତି। ଗତ ୧୫ ତାରିଖ ସନ୍ଧ୍ୟାରେ ମିନତି ରୋଷେଇ କରିବା ପାଇଁ ଗ୍ୟାସ୍‌ଚୁଲା ଅନ୍‌ କରିବା ମାତ୍ରେ ନିଆଁ ଜଳି ଉଠିଥିଲା। ମିନତିଙ୍କ ଶରୀରରେ ନିଆଁ ଲାଗି ପ୍ରାୟ ୭୦ ଭାଗ ପୋଡ଼ି ଯାଇଥିଲା। ମିନତିଙ୍କ ଚିତ୍କାର ଶୁଣି ପାଖ ରୁମ୍‌ରେ ଥିବା ସ୍ବାମୀ ଯୋଗେନ୍ଦ୍ର ଲେଙ୍କା ଓ ୧୧ ବର୍ଷର ସାନ ପୁଅ କାହ୍ନା ଦୌଡ଼ି ଆସି ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ସେମାନେ ମଧ୍ୟ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେଇ ଯାଇଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଆଶା ଜନକ ଚିକିତ୍ସା ସୁବିଧା ନ ମିଳିବାରୁ ମିନତିଙ୍କ ବାପ ଘର ନୂତନ ବ୍ରହ୍ମପୁରକୁ ନେଇ ଆସିଥିଲେ। ଆଜି ସନ୍ଧ୍ୟାରେ ମିନତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ଶୁଣି ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ଘରର ଏଭଳି ଅବସ୍ଥା ଦେଖି ମିନତିଙ୍କ ଶ୍ୱଶୁର ବିଜୟ ଲେଙ୍କା (୭୦) ଚିନ୍ତାରେ ଗତ ସୋମବାର ଆଖି ବୁଜିଛନ୍ତି। ମିନତିଙ୍କ ମୃତ୍ୟୁ ସମ୍ପର୍କରେ ମେଡିକାଲ ପକ୍ଷରୁ ଖଲ୍ଲିକୋଟ ଥାନା ପୋଲିସକୁ ଖବର ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ବଡ଼ ହଲଚଲ, ଅଚାନକ ଥରିଲା ଇରାନ, କଲା ପରମାଣୁ ଟେଷ୍ଟ!

ତେହେରାନ, ୨୧।୬: ଇରାନରେ ଶୁକ୍ରବାର ଏକ ୫.୧ ମାତ୍ରାର ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର କେନ୍ଦ୍ରସ୍ଥଳ ଥିଲା ସେମନାନ ପ୍ରଦେଶ, ରାଜଧାନୀ ତେହେରାନଠାରୁ ପ୍ରାୟ ୧୪୫...

ମଣ୍ଡିରେ ନାଁକୁ ସିସି କ୍ୟାମେରା

ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ...

୯୩ ବର୍ଷ ଭିତରେ ଯାହା ଘଟି ନ ଥିଲା, ତାହା କରିଦେଖାଇଲେ ଯଶସ୍ବୀ ଜୟସ୍ବାଲ: ରଚିଲେ ଇତିହାସ

ଲିଡ୍ସ,୨୧।୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏକ ଚମତ୍କାର ଶତକ ମାରିଛନ୍ତି। ଜୟସ୍ବାଲ ଶତକ ମାରିବା ମାତ୍ରେ ଇତିହାସ ପୃଷ୍ଠାରେ ନିଜ ନାମ...

ଡାଇରିଆ ସ୍ଥିତିରେ ପରିବର୍ତ୍ତନ: ରାତିରୁ ସକାଳ ଭିତରେ…

ଧର୍ମଶାଳା,୨୧।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଡାଇରିଆ ସ୍ଥିତି ଧିରେଧିରେ ସୁଧୁରିଛି। ଧର୍ମଶାଳାରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶୁକ୍ରବାର ରାତି ୧୨ରୁ ଶନିବାର...

ଆଜି ୫ରାଶିଙ୍କ ବାଜିବ ବଡ ଡିଲ୍! ଦିନର ଏହି ସମୟରୁ ଆପଣ ପାଲଟିବେ ଧନୀ

ଜୁନ ୨୦୨୫ ମାସ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ସୌଭାଗ୍ୟଶାଳୀ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥାନ...

ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ବଡ଼ କାରନାମା କରିଦେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍‌ରେ ଶୁବମନ ଗିଲ ଶତକ ହାସଲ କରିଛନ୍ତି। ଅଧିନାୟକ ଭାବରେ ଏହା ତାଙ୍କର ପ୍ରଥମ ଟେଷ୍ଟ ଇନିଂସ ଥିଲା।...

ପରମାଣୁଠୁ ବି ଭୟଙ୍କର କ୍ଲଷ୍ଟର ବୋମା! ଜାଣନ୍ତୁ ଭାରତ ପାଖରେ ଅଛି କି?

ନୂଆଦିଲ୍ଲୀ,୨୧।୬: ଇସ୍ରାଏଲ ଏବଂ ଇରାନ ପରସ୍ପରକୁ ସର୍ବାଧିକ କ୍ଷତି ପହଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଇସ୍ରାଏଲ ଇରାନ ବିରୋଧରେ ଏକ ବଡ଼ ଅଭିଯୋଗ...

ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଏ। କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରି ପକାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri