ଅଧିକାର ପାଇଁ ଆନ୍ଦୋଳନ

ଆକାର ପଟେଲ

ବ୍ୟକ୍ତିର ମୌଳିକ ଅଧିକାର ଏବଂ ଦେଶ ବା ସରକାରଙ୍କ ଅଧିକାର ମଧ୍ୟରେ ଆଉ ଏକ ଲଢ଼େଇ ସାମ୍ନାକୁ ଆସିଛି। ଉକ୍ତ ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚତ୍ଛି। ଏଭଳି ଘଟଣା ଆମ ସମୟରେ ପ୍ରାୟତଃ ଲଗାତର ପ୍ରକାଶ ପାଉଛି ଓ ସଂଖ୍ୟାଲଘୁଙ୍କୁ ଚିନ୍ତାରେ ପକାଉଛି। ନିକଟରେ କର୍ନାଟକରେ ମୁସଲମାନ ଛାତ୍ରୀଙ୍କୁ ହିଜାବ ପରିଧାନ ବାରଣ କରାଯିବା ଫଳରେ ଏହାକୁ ନେଇ ବିବାଦ ଉଠିଛି। ଏହି ମାମଲାରେ ଅନୁଚ୍ଛେଦ ୨୫ ସରକାରଙ୍କୁ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାର ଅନୁମତି ଦେଇଛି କି ନାହିଁ ତାହା ପ୍ରଥମେ ଦେଖିବାକୁ ପଡ଼ିବ। ଉକ୍ତ ଅନୁଚ୍ଛେଦରେ କୁହାଯାଇଛି ଯେ, ସାର୍ବଜନୀନ ବ୍ୟବସ୍ଥା, ଧର୍ମାଚାର ଓ ସ୍ବାସ୍ଥ୍ୟ ଏବଂ ଏହି ଭାଗର ଅନ୍ୟ ପ୍ରାବଧାନଗୁଡ଼ିକ ପାଇଁ ସମସ୍ତ ବ୍ୟକ୍ତି ସମାନ ଭାବେ ସେମାନଙ୍କର ମୌଳିକ ଅଧିକାର ପାଇବା ଲାଗି ଯୋଗ୍ୟ ଏବଂ ସ୍ବାଧୀନ ଭାବେ ଧର୍ମ ଗ୍ରହଣ, ପାଳନ ଓ ପ୍ରଚାର କରିବା ଅଧିକାର ପାଇବା ଲାଗି ହକ୍‌ଦାର। ଏଥିରୁ ବୁଝାପଡ଼ୁଛି ଯେ, ଏହି ଅନୁଚ୍ଛେଦରେ ବ୍ୟକ୍ତିଗତ ସ୍ବାଧୀନତାକୁ ଗୁରୁତ୍ୱ ଦିଆଯାଇଛି। ଛାତ୍ରୀମାନେ କହନ୍ତି ଯେ, ହିଜାବ ପିନ୍ଧିବା ସେମାନଙ୍କ ଧର୍ମୀୟ ପରମ୍ପରା ଏବଂ ସମ୍ବିଧାନ ଏହି ମୌଳିକ ଅଧିକାରକୁ ନିଶ୍ଚିତ କରିଛି। କିନ୍ତୁ ବ୍ୟକ୍ତିମାନେ କ’ଣ କରିବେ ଆଉ କ’ଣ ନ କରିବେ, ସେ ସମ୍ପର୍କରେ ସରକାର ଜୋର୍‌ ଦେଉଥିବାବେଳେ ନ୍ୟାୟିକ ବ୍ୟବସ୍ଥା ଏହାକୁ ଭିନ୍ନ ଭାବେ ବିଚାର କରିବ ବୋଲି ଆଶା। କିନ୍ତୁ ଏ କ୍ଷେତ୍ରରେ ପ୍ରାୟତଃ ନ୍ୟାୟିକ ବ୍ୟବସ୍ଥାର ରେକର୍ଡ ସେତେ ଭଲ ନୁହେଁ। ଅଧିକାଂଶ ସମୟରେ ଏହା ସରକାରଙ୍କୁ ସମର୍ଥନ କରେ। ଏହି କାରଣରୁ, ଭାରତୀୟମାନଙ୍କ ସ୍ବାଧୀନତା କାଗଜରେ ସୀମିତ ରହିଛି। ବାସ୍ତବରେ ସେମାନେ ଏହା ପାଇପାରୁନାହାନ୍ତି କି ତାହାକୁ ପ୍ରୟୋଗ କରିପାରୁ ନାହାନ୍ତି। ଏପରି କି ମୌଳିକ ଅଧିକାରଗୁଡ଼ିକୁ ଲଗାତର ଦୁର୍ବଳ କରାଯାଉଛି। ଉଦାହରଣ ସ୍ବରୂପ, ଭାରତୀୟମାନଙ୍କର ବାକ ୍‌ ସ୍ବାଧୀନତା ରହିଛି, ହେଲେ ବହୁ ନିୟମ ଗଢାଯାଇ ସ୍ବାଧୀନ ମତର ଆପରାଧୀକରଣ କରାଯାଇଛି। ଖ୍ରୀଷ୍ଟିଆନମାନଙ୍କୁ ମଧ୍ୟ ସେମାନଙ୍କ ଧର୍ମ ପ୍ରଚାର କରିବା ଲାଗି ଅଧିକାର ପ୍ରଦାନ କରାଯାଇଥିଲା। ହେଲେ ଆଇନ ବଳରେ ଏହି ଅଧିକାର ସେମାନଙ୍କଠାରୁ ଛଡ଼ାଇ ନିଆଗଲା ଏବଂ ଧର୍ମ ପ୍ରଚାର ଏକ ଅପରାଧ ହୋଇଯାଇଛି।
ଭାରତ ସଂଖ୍ୟାଲଘୁ ପାଇଁ କ’ଣ କରୁଛି ତାହାକୁ ହିଜାବ ଘଟଣା ପୁନର୍ବାର ବିଶ୍ୱ ସାମ୍ନାକୁ ଆଣିଛି। ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମରେ ନିଯୁକ୍ତ ଆମେରିକାର ଆମ୍ବାସାଡର ଶୁକ୍ରବାର ଟୁଇଟ୍‌ କରିଛନ୍ତି ଯେ, ଧର୍ମୀୟ ପୋଷାକ ଚୟନ କରିବା ଜଣଙ୍କର ଧାର୍ମିକ ଅଧିକାର। କର୍ନାଟକ ସ୍କୁଲ ଓ କଲେଜରେ ଧର୍ମୀୟ ପୋଷାକ ଉପରେ କଟକଣା ଲଗାଇବାର ଆଇନଗତ ନିଷ୍ପତ୍ତି ନେବା ଉଚିତ ନୁହେଁ। ସ୍କୁଲରେ ହିଜାବ କଟକଣା ଧର୍ମୀୟ ସ୍ବାଧୀନତାର ଉଲ୍ଲଂଘନ କରୁଛି। ଏହା ମହିଳା ଓ ଝିଅମାନଙ୍କ ପ୍ରତି ଅନ୍ୟାୟ ହୋଇଛି ଓ ସେମାନଙ୍କ ସମ୍ମାନ ହାନି କରିଛି। ଏହି ପରାମର୍ଶକୁ ଗ୍ରହଣ କରାଯିବ ବୋଲି ଆଶା କରାଯାଏ, କିନ୍ତୁ ସମ୍ଭାବନା ନାହଁି। ଧର୍ମୀୟ ପରମ୍ପରାରେ ହିଜାବର ଆବଶ୍ୟକତା ରହିଛି କି ନାହିଁ ତାହା ନ୍ୟାୟପାଳିକା ଏବେ ନିର୍ଦ୍ଧାରଣ କରିବାକୁ ଚାହୁଁଛି। ଧର୍ମକୁ ବାଦ୍‌ ଦେଲେ ସାମ୍ପ୍ରତିକ ଘଟଣାର ଏକ ରାଜନୈତିକ ଓ ସାମାଜିକ ଦିଗ ରହିଛି। ଯୁବତୀମାନଙ୍କ ସପକ୍ଷରେ କହିବାକୁ ମୁଁ ଦାବି କରୁନାହଁି। କିନ୍ତୁ ଭାରତରେ ମୁସଲମାନଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ କରାଯାଉଥିବା ଅଭିଯାନରେ ସେମାନଙ୍କୁ ଭୟଭୀତ କରାଯାଉଛି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥଳୀଗୁଡ଼ିକରେ ପ୍ରାର୍ଥନା କରିବାକୁ ସେମାନଙ୍କୁ ରୋକାଯାଉଛି। ନାଗରିକତ୍ୱକୁ ନେଇ ସେମାନଙ୍କ ବିରୋଧରେ ଆଇନଗୁଡ଼ିକ ପାସ୍‌ କରାଯାଇଛି ଏବଂ କଶ୍ମୀରରେ ବି ଏଭଳି କରାଯାଇଛି। ଏବେ ଛାତ୍ରୀମାନେ ସେମାନଙ୍କ ଧର୍ମ ଓ ସମୁଦାୟ ପାଇଁ ଆନ୍ଦୋଳନ କରୁଛନ୍ତି। ସେଥିପାଇଁ ଜଣେ ଛାତ୍ରୀ ଭିଡ଼ ସମ୍ମୁଖରେ ଏକାକୀ ପ୍ରତିବାଦର ସ୍ବର ଉଠାଇବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହା ସମସ୍ତ ଭାରତୀୟଙ୍କ ପାଇଁ ଏକ ଲଜ୍ଜାଜନକ ଘଟଣା ହେବା କଥା, କିନ୍ତୁ ତାହା ବାସ୍ତବରେ ହେଉ ନାହିଁ କି ହେବ ନାହଁି ମଧ୍ୟ।
ପ୍ରଶ୍ନ ହେଉଛି, ଏଭଳି ମାନସିକତାରେ ରହୁଥିବା ଛାତ୍ରୀମାନଙ୍କୁ ଯଦି ହିଜାବ ପିନ୍ଧିବା ବାରଣ କରାଯାଏ ତେବେ ପରବର୍ତ୍ତୀ ସମୟରେ କ’ଣ ଘଟିବ ତାହାର ସଙ୍କେତ ସମ୍ପୂର୍ଣ୍ଣ ସ୍ପଷ୍ଟ। ଛାତ୍ରୀମାନଙ୍କୁ ହିଜାବ ପରିଧାନ ବାରଣ କରାଯିବାରୁ ଭାରତରେ ଆନ୍ଦୋଳନ ବ୍ୟାପୁଛି- ଏଭଳି ଏକ ଏକ ଶୀର୍ଷକ ଶୁକ୍ରବାର ସିଏନ୍‌ଏନ୍‌ରେ ପ୍ରକାଶ ପାଇଥିଲା। ଯାହାହେଲେ ବି ମହିଳାମାନେ ହିଜାବ ପିନ୍ଧି ଆସିବା ଜାରି ରଖିବେ। ତେବେ ସରକାର ସେମାନଙ୍କ ଉପରେ ବଳ ପ୍ରୟୋଗ କରିବ କି ନାହିଁ ତାହା ସ୍ଥିର କରିବାକୁ ପଡ଼ିବ। ସେମାନଙ୍କୁ ଶିକ୍ଷାରୁ ବଞ୍ଚତ୍ତ କରିବ କି ପରୀକ୍ଷା ହଲ୍‌ରେ ପ୍ରବେଶ କରିବାକୁ ମନା କରିବ ତାହା ମଧ୍ୟ ନିଷ୍ପତ୍ତି ନେବାକୁ ହେବ। ସରକାର କ’ଣ କରିବେ ତାହା ଆକଳନ କରିବା ଏତେ କଷ୍ଟ ନୁହେଁ। ଆଇନଗୁଡ଼ିକରେ ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ଅନୁଭବ କରି ବହୁଳ ସଂଖ୍ୟକ ନାଗରିକ ଆନ୍ଦୋଳନ କଲେ କ’ଣ ହୁଏ ତାହା ଆମେ ଦେଖିଛେ। ନାଗରିକତ୍ୱ ଆଇନ (ପାସ୍‌ କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଇନାହିଁ) ଏବଂ କୃଷି ଆଇନ ଘଟଣାରେ ସରକାର ଜନସ୍ବର ସମ୍ମୁଖରେ ମୁଣ୍ଡ ନୁଆଁଇଛନ୍ତି। ଶେଷରେ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି। ଉଭୟ ପ୍ରସଙ୍ଗରେ କୋର୍ଟ ଲୋକଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ନ ଥିଲେ ମଧ୍ୟ ସେଥିରେ କିଛି ଫରକ ପଡ଼ିଲା ନାହିଁ। ଏ କ୍ଷେତ୍ରରେ ସେଭଳି ସମାନ ଘଟିବ ବୋଲି ଅନୁମାନ କରାଯାଏ। ପୁନର୍ବାର ଝିଅମାନଙ୍କୁ ସେମାନଙ୍କ ସ୍ବାଧୀନତା ଫେରାଇବା ସହ ହିଜାବ ପିନ୍ଧିବାକୁ ଅନୁମତି ଦେବା ବ୍ୟତୀତ ଆଉ କିଛି ପରିଣାମ ଦେଖିବାକୁ ମିଳିବ ନାହଁି। ବିନା ବିବାଦ, ଯୁକ୍ତି କିମ୍ବା ହିଂସାରେ ଏହା ହେବା ଦରକାର। କୋର୍ଟ ଯଥାଶୀଘ୍ର ମୌଳିକ ଅଧିକାର ସପକ୍ଷରେ ରାୟ ଦେବେ ବୋଲି ଆମେ ପ୍ରାର୍ଥନା କରିବା, ଯାହା ଫଳରେ ଛାତ୍ରୀଙ୍କ ପୋଷାକ ଉପରେ ମୁଣ୍ଡ ନ ଖେଳାଇ ସରକାର ଅନ୍ୟ ବିଷୟରେ ଚିନ୍ତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri