ଅଧିକାର ପାଇଁ ଆନ୍ଦୋଳନ

ଆକାର ପଟେଲ

ବ୍ୟକ୍ତିର ମୌଳିକ ଅଧିକାର ଏବଂ ଦେଶ ବା ସରକାରଙ୍କ ଅଧିକାର ମଧ୍ୟରେ ଆଉ ଏକ ଲଢ଼େଇ ସାମ୍ନାକୁ ଆସିଛି। ଉକ୍ତ ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚତ୍ଛି। ଏଭଳି ଘଟଣା ଆମ ସମୟରେ ପ୍ରାୟତଃ ଲଗାତର ପ୍ରକାଶ ପାଉଛି ଓ ସଂଖ୍ୟାଲଘୁଙ୍କୁ ଚିନ୍ତାରେ ପକାଉଛି। ନିକଟରେ କର୍ନାଟକରେ ମୁସଲମାନ ଛାତ୍ରୀଙ୍କୁ ହିଜାବ ପରିଧାନ ବାରଣ କରାଯିବା ଫଳରେ ଏହାକୁ ନେଇ ବିବାଦ ଉଠିଛି। ଏହି ମାମଲାରେ ଅନୁଚ୍ଛେଦ ୨୫ ସରକାରଙ୍କୁ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାର ଅନୁମତି ଦେଇଛି କି ନାହିଁ ତାହା ପ୍ରଥମେ ଦେଖିବାକୁ ପଡ଼ିବ। ଉକ୍ତ ଅନୁଚ୍ଛେଦରେ କୁହାଯାଇଛି ଯେ, ସାର୍ବଜନୀନ ବ୍ୟବସ୍ଥା, ଧର୍ମାଚାର ଓ ସ୍ବାସ୍ଥ୍ୟ ଏବଂ ଏହି ଭାଗର ଅନ୍ୟ ପ୍ରାବଧାନଗୁଡ଼ିକ ପାଇଁ ସମସ୍ତ ବ୍ୟକ୍ତି ସମାନ ଭାବେ ସେମାନଙ୍କର ମୌଳିକ ଅଧିକାର ପାଇବା ଲାଗି ଯୋଗ୍ୟ ଏବଂ ସ୍ବାଧୀନ ଭାବେ ଧର୍ମ ଗ୍ରହଣ, ପାଳନ ଓ ପ୍ରଚାର କରିବା ଅଧିକାର ପାଇବା ଲାଗି ହକ୍‌ଦାର। ଏଥିରୁ ବୁଝାପଡ଼ୁଛି ଯେ, ଏହି ଅନୁଚ୍ଛେଦରେ ବ୍ୟକ୍ତିଗତ ସ୍ବାଧୀନତାକୁ ଗୁରୁତ୍ୱ ଦିଆଯାଇଛି। ଛାତ୍ରୀମାନେ କହନ୍ତି ଯେ, ହିଜାବ ପିନ୍ଧିବା ସେମାନଙ୍କ ଧର୍ମୀୟ ପରମ୍ପରା ଏବଂ ସମ୍ବିଧାନ ଏହି ମୌଳିକ ଅଧିକାରକୁ ନିଶ୍ଚିତ କରିଛି। କିନ୍ତୁ ବ୍ୟକ୍ତିମାନେ କ’ଣ କରିବେ ଆଉ କ’ଣ ନ କରିବେ, ସେ ସମ୍ପର୍କରେ ସରକାର ଜୋର୍‌ ଦେଉଥିବାବେଳେ ନ୍ୟାୟିକ ବ୍ୟବସ୍ଥା ଏହାକୁ ଭିନ୍ନ ଭାବେ ବିଚାର କରିବ ବୋଲି ଆଶା। କିନ୍ତୁ ଏ କ୍ଷେତ୍ରରେ ପ୍ରାୟତଃ ନ୍ୟାୟିକ ବ୍ୟବସ୍ଥାର ରେକର୍ଡ ସେତେ ଭଲ ନୁହେଁ। ଅଧିକାଂଶ ସମୟରେ ଏହା ସରକାରଙ୍କୁ ସମର୍ଥନ କରେ। ଏହି କାରଣରୁ, ଭାରତୀୟମାନଙ୍କ ସ୍ବାଧୀନତା କାଗଜରେ ସୀମିତ ରହିଛି। ବାସ୍ତବରେ ସେମାନେ ଏହା ପାଇପାରୁନାହାନ୍ତି କି ତାହାକୁ ପ୍ରୟୋଗ କରିପାରୁ ନାହାନ୍ତି। ଏପରି କି ମୌଳିକ ଅଧିକାରଗୁଡ଼ିକୁ ଲଗାତର ଦୁର୍ବଳ କରାଯାଉଛି। ଉଦାହରଣ ସ୍ବରୂପ, ଭାରତୀୟମାନଙ୍କର ବାକ ୍‌ ସ୍ବାଧୀନତା ରହିଛି, ହେଲେ ବହୁ ନିୟମ ଗଢାଯାଇ ସ୍ବାଧୀନ ମତର ଆପରାଧୀକରଣ କରାଯାଇଛି। ଖ୍ରୀଷ୍ଟିଆନମାନଙ୍କୁ ମଧ୍ୟ ସେମାନଙ୍କ ଧର୍ମ ପ୍ରଚାର କରିବା ଲାଗି ଅଧିକାର ପ୍ରଦାନ କରାଯାଇଥିଲା। ହେଲେ ଆଇନ ବଳରେ ଏହି ଅଧିକାର ସେମାନଙ୍କଠାରୁ ଛଡ଼ାଇ ନିଆଗଲା ଏବଂ ଧର୍ମ ପ୍ରଚାର ଏକ ଅପରାଧ ହୋଇଯାଇଛି।
ଭାରତ ସଂଖ୍ୟାଲଘୁ ପାଇଁ କ’ଣ କରୁଛି ତାହାକୁ ହିଜାବ ଘଟଣା ପୁନର୍ବାର ବିଶ୍ୱ ସାମ୍ନାକୁ ଆଣିଛି। ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମରେ ନିଯୁକ୍ତ ଆମେରିକାର ଆମ୍ବାସାଡର ଶୁକ୍ରବାର ଟୁଇଟ୍‌ କରିଛନ୍ତି ଯେ, ଧର୍ମୀୟ ପୋଷାକ ଚୟନ କରିବା ଜଣଙ୍କର ଧାର୍ମିକ ଅଧିକାର। କର୍ନାଟକ ସ୍କୁଲ ଓ କଲେଜରେ ଧର୍ମୀୟ ପୋଷାକ ଉପରେ କଟକଣା ଲଗାଇବାର ଆଇନଗତ ନିଷ୍ପତ୍ତି ନେବା ଉଚିତ ନୁହେଁ। ସ୍କୁଲରେ ହିଜାବ କଟକଣା ଧର୍ମୀୟ ସ୍ବାଧୀନତାର ଉଲ୍ଲଂଘନ କରୁଛି। ଏହା ମହିଳା ଓ ଝିଅମାନଙ୍କ ପ୍ରତି ଅନ୍ୟାୟ ହୋଇଛି ଓ ସେମାନଙ୍କ ସମ୍ମାନ ହାନି କରିଛି। ଏହି ପରାମର୍ଶକୁ ଗ୍ରହଣ କରାଯିବ ବୋଲି ଆଶା କରାଯାଏ, କିନ୍ତୁ ସମ୍ଭାବନା ନାହଁି। ଧର୍ମୀୟ ପରମ୍ପରାରେ ହିଜାବର ଆବଶ୍ୟକତା ରହିଛି କି ନାହିଁ ତାହା ନ୍ୟାୟପାଳିକା ଏବେ ନିର୍ଦ୍ଧାରଣ କରିବାକୁ ଚାହୁଁଛି। ଧର୍ମକୁ ବାଦ୍‌ ଦେଲେ ସାମ୍ପ୍ରତିକ ଘଟଣାର ଏକ ରାଜନୈତିକ ଓ ସାମାଜିକ ଦିଗ ରହିଛି। ଯୁବତୀମାନଙ୍କ ସପକ୍ଷରେ କହିବାକୁ ମୁଁ ଦାବି କରୁନାହଁି। କିନ୍ତୁ ଭାରତରେ ମୁସଲମାନଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ କରାଯାଉଥିବା ଅଭିଯାନରେ ସେମାନଙ୍କୁ ଭୟଭୀତ କରାଯାଉଛି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥଳୀଗୁଡ଼ିକରେ ପ୍ରାର୍ଥନା କରିବାକୁ ସେମାନଙ୍କୁ ରୋକାଯାଉଛି। ନାଗରିକତ୍ୱକୁ ନେଇ ସେମାନଙ୍କ ବିରୋଧରେ ଆଇନଗୁଡ଼ିକ ପାସ୍‌ କରାଯାଇଛି ଏବଂ କଶ୍ମୀରରେ ବି ଏଭଳି କରାଯାଇଛି। ଏବେ ଛାତ୍ରୀମାନେ ସେମାନଙ୍କ ଧର୍ମ ଓ ସମୁଦାୟ ପାଇଁ ଆନ୍ଦୋଳନ କରୁଛନ୍ତି। ସେଥିପାଇଁ ଜଣେ ଛାତ୍ରୀ ଭିଡ଼ ସମ୍ମୁଖରେ ଏକାକୀ ପ୍ରତିବାଦର ସ୍ବର ଉଠାଇବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହା ସମସ୍ତ ଭାରତୀୟଙ୍କ ପାଇଁ ଏକ ଲଜ୍ଜାଜନକ ଘଟଣା ହେବା କଥା, କିନ୍ତୁ ତାହା ବାସ୍ତବରେ ହେଉ ନାହିଁ କି ହେବ ନାହଁି ମଧ୍ୟ।
ପ୍ରଶ୍ନ ହେଉଛି, ଏଭଳି ମାନସିକତାରେ ରହୁଥିବା ଛାତ୍ରୀମାନଙ୍କୁ ଯଦି ହିଜାବ ପିନ୍ଧିବା ବାରଣ କରାଯାଏ ତେବେ ପରବର୍ତ୍ତୀ ସମୟରେ କ’ଣ ଘଟିବ ତାହାର ସଙ୍କେତ ସମ୍ପୂର୍ଣ୍ଣ ସ୍ପଷ୍ଟ। ଛାତ୍ରୀମାନଙ୍କୁ ହିଜାବ ପରିଧାନ ବାରଣ କରାଯିବାରୁ ଭାରତରେ ଆନ୍ଦୋଳନ ବ୍ୟାପୁଛି- ଏଭଳି ଏକ ଏକ ଶୀର୍ଷକ ଶୁକ୍ରବାର ସିଏନ୍‌ଏନ୍‌ରେ ପ୍ରକାଶ ପାଇଥିଲା। ଯାହାହେଲେ ବି ମହିଳାମାନେ ହିଜାବ ପିନ୍ଧି ଆସିବା ଜାରି ରଖିବେ। ତେବେ ସରକାର ସେମାନଙ୍କ ଉପରେ ବଳ ପ୍ରୟୋଗ କରିବ କି ନାହିଁ ତାହା ସ୍ଥିର କରିବାକୁ ପଡ଼ିବ। ସେମାନଙ୍କୁ ଶିକ୍ଷାରୁ ବଞ୍ଚତ୍ତ କରିବ କି ପରୀକ୍ଷା ହଲ୍‌ରେ ପ୍ରବେଶ କରିବାକୁ ମନା କରିବ ତାହା ମଧ୍ୟ ନିଷ୍ପତ୍ତି ନେବାକୁ ହେବ। ସରକାର କ’ଣ କରିବେ ତାହା ଆକଳନ କରିବା ଏତେ କଷ୍ଟ ନୁହେଁ। ଆଇନଗୁଡ଼ିକରେ ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ଅନୁଭବ କରି ବହୁଳ ସଂଖ୍ୟକ ନାଗରିକ ଆନ୍ଦୋଳନ କଲେ କ’ଣ ହୁଏ ତାହା ଆମେ ଦେଖିଛେ। ନାଗରିକତ୍ୱ ଆଇନ (ପାସ୍‌ କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଇନାହିଁ) ଏବଂ କୃଷି ଆଇନ ଘଟଣାରେ ସରକାର ଜନସ୍ବର ସମ୍ମୁଖରେ ମୁଣ୍ଡ ନୁଆଁଇଛନ୍ତି। ଶେଷରେ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି। ଉଭୟ ପ୍ରସଙ୍ଗରେ କୋର୍ଟ ଲୋକଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ନ ଥିଲେ ମଧ୍ୟ ସେଥିରେ କିଛି ଫରକ ପଡ଼ିଲା ନାହିଁ। ଏ କ୍ଷେତ୍ରରେ ସେଭଳି ସମାନ ଘଟିବ ବୋଲି ଅନୁମାନ କରାଯାଏ। ପୁନର୍ବାର ଝିଅମାନଙ୍କୁ ସେମାନଙ୍କ ସ୍ବାଧୀନତା ଫେରାଇବା ସହ ହିଜାବ ପିନ୍ଧିବାକୁ ଅନୁମତି ଦେବା ବ୍ୟତୀତ ଆଉ କିଛି ପରିଣାମ ଦେଖିବାକୁ ମିଳିବ ନାହଁି। ବିନା ବିବାଦ, ଯୁକ୍ତି କିମ୍ବା ହିଂସାରେ ଏହା ହେବା ଦରକାର। କୋର୍ଟ ଯଥାଶୀଘ୍ର ମୌଳିକ ଅଧିକାର ସପକ୍ଷରେ ରାୟ ଦେବେ ବୋଲି ଆମେ ପ୍ରାର୍ଥନା କରିବା, ଯାହା ଫଳରେ ଛାତ୍ରୀଙ୍କ ପୋଷାକ ଉପରେ ମୁଣ୍ଡ ନ ଖେଳାଇ ସରକାର ଅନ୍ୟ ବିଷୟରେ ଚିନ୍ତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?