Posted inଜାତୀୟ

୧୪ରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ, ୨୬।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଏହି ସୁପାରିସ୍‌ କରିଛି। ସୂତ୍ର ଅନୁଯାୟୀ ମୌସୁମୀ ଅଧିବେଶନରେ ମୋଟ ୧୮ଟି ସିଟିଂ ରହିବ। ଶନିବାର ଓ ରବିବାର ଛୁଟି ନ ରହି ଅଧିବେଶନ ଚାଲିବ ବୋଲି ଏକ ସୂତ୍ରରୁ ଜଣାପଡିଛି। ପ୍ରତିଦିନ ଉଭୟ ଗୃହ ୪ ଘଣ୍ଟା ଲେଖାଏ ଚାଲିବ। ସକାଳେ ଗୋଟିଏ ସିଟିଂ ହେବାକୁ ଥିବାବେଳେ ଅପରାହ୍ନରେ ଅନ୍ୟ ସିଟିଂ ହେବ। ଅଧିବେଶନ ଚାଲିଥିବାବେଳେ ଏମ୍‌ପିମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀକୁ ଯେପରି ନ ଯିବେ କିମ୍ବା ସଂକ୍ରମିତ ନ ହେବେ ସେଥିପାଇଁ ଶନିବାର ଓ ରବିବାର ଅଧିବେଶନ ବସିବାକୁ ନିଷ୍ପତ୍ତି ହୋଇଛି। ଏଥର ଅଧିବେଶନରେ ଅନେକ କିଛି ନୂଆ ଦେଖିବାକୁ ମିଳିବ। କରୋନା ମହାମାରୀ ଯୋଗୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଲୋକ ସଭା ଓ ରାଜ୍ୟ ସଭାର ଉଭୟ ଚାମ୍ବର ଓ ଗ୍ୟାଲେରିକୁ ବ୍ୟବହାର କରାଯିବ। ରାଜ୍ୟ ସଭାର ୬୦ ସଦସ୍ୟ ଚାମ୍ବରରେ ବସିବାକୁ ଥିବାବେଳେ ୫୧ ସଦସ୍ୟ ଗ୍ୟାଲେରିରେ ଏବଂ ଅବଶିଷ୍ଟ ୧୩୨ ସଦସ୍ୟ ଲୋକ ସଭା ଚାମ୍ବରରେ ବସିବେ। ଲୋକ ସଭା ଅଧିବେଶନରେ ମଧ୍ୟ ଅନୁରୂପ ଆସନ ବ୍ୟବସ୍ଥା କରାଯିବ। ପ୍ରଥମ ଥର ଲାଗି ବଡ଼ ଡିସ୍‌ପ୍ଲେ ସ୍କ୍ରିନ୍‌ ଏବଂ ଅଡିଓ କନ୍‌ସୋଲ ଲାଗିବ। ଦୁଇ ଗୃହ ମଧ୍ୟରେ ସ୍ବତନ୍ତ୍ର କେବଲ ଏବଂ ପଲିକାର୍ବୋନେଟ ସେପାରେଟର ରହିବ। ଜୀବାଣୁ ଓ ଭୂତାଣୁ ମାରିବା ପାଇଁ ରାଜ୍ୟ ସଭାର ଶୀତତାପ ନିୟନ୍ତ୍ରିତ ୟୁନିଟ୍‌ରେ ଅଲ୍‌ଟ୍ରାଭାଓଲେଟ ଇରାଡିଏଶନ ସିଷ୍ଟମ ଲଗାଇବା ପ୍ରସ୍ତାବ ରହିଛି। ରାଜ୍ୟ ସଭା ଚାମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ, ଗୃହର ନେତା ଓ ବିରୋଧୀ ଦଳ ନେତାଙ୍କ ପାଇଁ ଆସନ ସଂରକ୍ଷିତ ରହିବ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚ୍‌.ଡି. ଦେବେଗୌଡ଼ାଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଆସନ ରହିବ। ଅଫିସର ଗ୍ୟାଲେରି ଓ ପ୍ରେସ୍‌ ଗ୍ୟାଲେରିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ୧୫ ଜଣ ଲେଖାଏ ବସିବା ନିମନ୍ତେ ଅନୁମତି ଦିଆଯିବ। ସେହି ଅନୁଯାୟୀ ସଚିବାଳୟ ଅଧିକାରୀ ଓ ଖବରଦାତାଙ୍କ ସଂଖ୍ୟା ସୀମିତ କରାଯିବ ବୋଲି ଜଣାପଡିଛି। ଅସ୍ଥାୟୀ କିମ୍ବା ସେସନ୍‌ ପାସ୍‌ଧାରୀଙ୍କୁ ଅନୁମତି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri