ବଢ଼ିଲା ରତ୍ନଅଳଙ୍କାର ଯାଞ୍ଚ ସମ୍ଭାବନା

ପୁରୀ ଅଫିସ,୨୬ା୮:ଖୋଲିବ କି ଭିତର ରତ୍ନଭଣ୍ଡାର? ଯାଞ୍ଚ ହେବ କି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର? ଦୀର୍ଘଦିନ ଧରି ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ଆଶା ଆଶଙ୍କା ଲାଗିରହିଛି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି କରିଛି ଆଇନ ବିଭାଗର ଚିଠି। ୨ ଆବେଦନକାରୀଙ୍କ ଆବେଦନ ସଂକ୍ରାନ୍ତରେ ଉପଯୁକ୍ତ ପଦକ୍ଷେପ ନେଇ ସରକାରଙ୍କୁ ଜଣାଇବା ପାଇଁ ରାଜ୍ୟ ଆଇନ ବିଭାଗ ଜଗନ୍ନାଥ ମନ୍ଦିର ପ୍ରଶାସନ(ଜେଟିଏ)କୁ ଚିଠି ଲେଖିବା ପରେ ମହାପ୍ରଭୁଙ୍କ ରତ୍ନଅଳଙ୍କାର ଯାଞ୍ଚ ସମ୍ଭାବନା ବଢ଼ିଯାଇଛି। ଏତଦ୍‌ବ୍ୟତୀତ ଖାଲି ପଡ଼ିଥିବା ମୁକ୍ତିମଣ୍ଡପରେ ବିଭିନ୍ନ ପଦବୀ ପୂରଣ ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି।
ପୁରୀର ଦିଲୀପ ବରାଳ ଗତ ଜୁନ୍‌ ୨୬ରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମହାପ୍ରଭୁଙ୍କ ରତ୍ନଅଳଙ୍କାର ଯାଞ୍ଚ ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ। ସେହିପରି ଦୁର୍ଗାପ୍ରସାଦ ମହାପାତ୍ର ଶ୍ରୀମନ୍ଦିର ମୁକ୍ତିମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ ନେଇ ଆଇନ ବିଭାଗକୁ ଚିଠି ଲେଖିଥିଲେ। ଏହି ଦୁଇ ଆବେଦନକାରୀଙ୍କ ଦରଖାସ୍ତକୁ ଆଧାର କରି ଗତ ୧୮ତାରିଖରେ ଆଇନ ବିଭାଗ ଜେଟିଏକୁ ଚିଠି ଲେଖିଛି। ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ରତ୍ନଅଳଙ୍କାର ଯାଞ୍ଚ କିମ୍ବା ରତ୍ନଭଣ୍ଡାର ସଂକ୍ରାନ୍ତରେ କୌଣସି ଚିଠି ଆମର ହସ୍ତଗତ ହୋଇନାହିିଁ। ଆଇନବିଭାଗ ପକ୍ଷରୁ ଯଦି କୌଣସି ଚିଠି ଆସେ ତେବେ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ।

ସୂଚନାଥାଉ କି, ୨୦୧୮ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଥିଲା। ୧୬ ଜଣିଆ ସଦସ୍ୟ ସବୁ ପ୍ରକାର ପ୍ରସ୍ତୁତି ସହ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ। ମାତ୍ର ଭିତର ଭଣ୍ଡାରର ଚାବି ନ ଥିବାରୁ ବାହାର ଭଣ୍ଡାରରୁ ଭିତର ଭଣ୍ଡାରର ସ୍ଥିତି ଦେଖି ଫେରିଥିଲେ ବୈଷୟିକ ଟିମ୍‌ ଏବଂ ଅଧିକାରୀ। ଏହାପରେ ବିବାଦ ଘେରକୁ ଚାଲିଯାଇଥିଲା ରତ୍ନଭଣ୍ଡାର। ସେହିବର୍ଷ ମେ ୨୮ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବିବରଣୀ ପଦାକୁ ଆସିଥିଲା। ସେଥିରେ ଚାବି ହଜିଥିବା ଦର୍ଶାଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିଲା ହଟଚମଟ। ଭକ୍ତଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ। ସରକାରଙ୍କୁ ଘେରିଥିଲେ ବିରୋଧୀ। ଜୁନ୍‌ ୬ରେ ରାଜ୍ୟ ସରକାର ଚାବି ହଜିବା ଘଟଣାର ତଦନ୍ତ ପାଇଁ କମିଶନ ବସାଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ନିଯୁକ୍ତ କରାଯାଇଥିଲା। ଏହାପରେ କମିଶନ କଟକ ଏବଂ ପୁରୀରେ ବୈଠକ କରି ବିଭିନ୍ନ ପକ୍ଷଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଏଭଳିସ୍ଥିତିରେ ସେହିବର୍ଷ ଜୁନ୍‌ ୧୩ରେ ଜିଲା ଟ୍ରେଜେରିରେ ଏକ ଲଫାପା ମଧ୍ୟରେ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ରହିଥିବା ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଚାବି ହଜିବା ଓ ମିଳିବା ଘଟଣାକୁ ନେଇ ବିବାଦ ଜୋର୍‌ ଧରିଥିଲା। ୨୦୧୮ ନଭେମ୍ବର ୩୦ରେ ୩୨୪ ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଗୃହ ବିଭାଗ ଉପସଚିବଙ୍କ ନିକଟରେ କମିଶନଙ୍କ ପକ୍ଷରୁ ଦାଖଲ କରାଯାଇଛି। ମାତ୍ର ଚାବିର ଗୁମର ଏ ପର୍ଯ୍ୟନ୍ତ ଫିଟି ନ ଥିବାବେଳେ ମହାପ୍ରଭୁଙ୍କ ରତ୍ନଅଳଙ୍କାରର ସୁରକ୍ଷାକୁ ନେଇ ଭକ୍ତଙ୍କ ମନରେ ସନ୍ଦେହ ଦୂର ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri