ବଢ଼ିଲା ରତ୍ନଅଳଙ୍କାର ଯାଞ୍ଚ ସମ୍ଭାବନା

ପୁରୀ ଅଫିସ,୨୬ା୮:ଖୋଲିବ କି ଭିତର ରତ୍ନଭଣ୍ଡାର? ଯାଞ୍ଚ ହେବ କି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର? ଦୀର୍ଘଦିନ ଧରି ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ଆଶା ଆଶଙ୍କା ଲାଗିରହିଛି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି କରିଛି ଆଇନ ବିଭାଗର ଚିଠି। ୨ ଆବେଦନକାରୀଙ୍କ ଆବେଦନ ସଂକ୍ରାନ୍ତରେ ଉପଯୁକ୍ତ ପଦକ୍ଷେପ ନେଇ ସରକାରଙ୍କୁ ଜଣାଇବା ପାଇଁ ରାଜ୍ୟ ଆଇନ ବିଭାଗ ଜଗନ୍ନାଥ ମନ୍ଦିର ପ୍ରଶାସନ(ଜେଟିଏ)କୁ ଚିଠି ଲେଖିବା ପରେ ମହାପ୍ରଭୁଙ୍କ ରତ୍ନଅଳଙ୍କାର ଯାଞ୍ଚ ସମ୍ଭାବନା ବଢ଼ିଯାଇଛି। ଏତଦ୍‌ବ୍ୟତୀତ ଖାଲି ପଡ଼ିଥିବା ମୁକ୍ତିମଣ୍ଡପରେ ବିଭିନ୍ନ ପଦବୀ ପୂରଣ ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି।
ପୁରୀର ଦିଲୀପ ବରାଳ ଗତ ଜୁନ୍‌ ୨୬ରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମହାପ୍ରଭୁଙ୍କ ରତ୍ନଅଳଙ୍କାର ଯାଞ୍ଚ ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ। ସେହିପରି ଦୁର୍ଗାପ୍ରସାଦ ମହାପାତ୍ର ଶ୍ରୀମନ୍ଦିର ମୁକ୍ତିମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ ନେଇ ଆଇନ ବିଭାଗକୁ ଚିଠି ଲେଖିଥିଲେ। ଏହି ଦୁଇ ଆବେଦନକାରୀଙ୍କ ଦରଖାସ୍ତକୁ ଆଧାର କରି ଗତ ୧୮ତାରିଖରେ ଆଇନ ବିଭାଗ ଜେଟିଏକୁ ଚିଠି ଲେଖିଛି। ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ରତ୍ନଅଳଙ୍କାର ଯାଞ୍ଚ କିମ୍ବା ରତ୍ନଭଣ୍ଡାର ସଂକ୍ରାନ୍ତରେ କୌଣସି ଚିଠି ଆମର ହସ୍ତଗତ ହୋଇନାହିିଁ। ଆଇନବିଭାଗ ପକ୍ଷରୁ ଯଦି କୌଣସି ଚିଠି ଆସେ ତେବେ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ।

ସୂଚନାଥାଉ କି, ୨୦୧୮ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଥିଲା। ୧୬ ଜଣିଆ ସଦସ୍ୟ ସବୁ ପ୍ରକାର ପ୍ରସ୍ତୁତି ସହ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ। ମାତ୍ର ଭିତର ଭଣ୍ଡାରର ଚାବି ନ ଥିବାରୁ ବାହାର ଭଣ୍ଡାରରୁ ଭିତର ଭଣ୍ଡାରର ସ୍ଥିତି ଦେଖି ଫେରିଥିଲେ ବୈଷୟିକ ଟିମ୍‌ ଏବଂ ଅଧିକାରୀ। ଏହାପରେ ବିବାଦ ଘେରକୁ ଚାଲିଯାଇଥିଲା ରତ୍ନଭଣ୍ଡାର। ସେହିବର୍ଷ ମେ ୨୮ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବିବରଣୀ ପଦାକୁ ଆସିଥିଲା। ସେଥିରେ ଚାବି ହଜିଥିବା ଦର୍ଶାଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିଲା ହଟଚମଟ। ଭକ୍ତଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ। ସରକାରଙ୍କୁ ଘେରିଥିଲେ ବିରୋଧୀ। ଜୁନ୍‌ ୬ରେ ରାଜ୍ୟ ସରକାର ଚାବି ହଜିବା ଘଟଣାର ତଦନ୍ତ ପାଇଁ କମିଶନ ବସାଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ନିଯୁକ୍ତ କରାଯାଇଥିଲା। ଏହାପରେ କମିଶନ କଟକ ଏବଂ ପୁରୀରେ ବୈଠକ କରି ବିଭିନ୍ନ ପକ୍ଷଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଏଭଳିସ୍ଥିତିରେ ସେହିବର୍ଷ ଜୁନ୍‌ ୧୩ରେ ଜିଲା ଟ୍ରେଜେରିରେ ଏକ ଲଫାପା ମଧ୍ୟରେ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ରହିଥିବା ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଚାବି ହଜିବା ଓ ମିଳିବା ଘଟଣାକୁ ନେଇ ବିବାଦ ଜୋର୍‌ ଧରିଥିଲା। ୨୦୧୮ ନଭେମ୍ବର ୩୦ରେ ୩୨୪ ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଗୃହ ବିଭାଗ ଉପସଚିବଙ୍କ ନିକଟରେ କମିଶନଙ୍କ ପକ୍ଷରୁ ଦାଖଲ କରାଯାଇଛି। ମାତ୍ର ଚାବିର ଗୁମର ଏ ପର୍ଯ୍ୟନ୍ତ ଫିଟି ନ ଥିବାବେଳେ ମହାପ୍ରଭୁଙ୍କ ରତ୍ନଅଳଙ୍କାରର ସୁରକ୍ଷାକୁ ନେଇ ଭକ୍ତଙ୍କ ମନରେ ସନ୍ଦେହ ଦୂର ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?