ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। କାହ୍ନୁ ଚରଣଙ୍କୁ ଜଣେ ସଚ୍ଚୋଟ ନେତା ଭାବେ ଅଭିହିତ କରାଯାଇ କେନ୍ଦ୍ର ମନ୍ତ୍ରୀ ସମୟରେ ଓଡ଼ିଶା ପ୍ରତି ତାଙ୍କର ଯଥେଷ୍ଟ ଅବଦାନ ରହିଥିବା ଦଳ ପକ୍ଷରୁ କୁହାଯାଇଛି। ଏପରିକି ସେ ସାଧାରଣ ଜନତାଙ୍କ ସ୍ବର ଭାବରେ ଉଭୟ ବିଧାନସଭା ଓ ସଂସଦରେ ସ୍ବର ଉତ୍ତୋଳନ କରିଥିଲେ। ତାଙ୍କରି ବିୟୋଗ କଂଗ୍ରେସ ଦଳ ଏବଂ ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଥିବା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାଉନସିଲର ଦୀପକ ମିଶ୍ର,କଂଗ୍ରେସ କାର୍ଯ୍ୟକର୍ତ୍ତା ରସାନନ୍ଦ ରାଉତ ପ୍ରମୁଖ ଏକ ମିଳିତ ଶୋକ ବାର୍ତ୍ତାରେ ଜଣାଇଛନ୍ତି।

