ମାଆ ଯାହାର ସାହା…

ଭୁବନେଶ୍ୱର, ୧୨।୫ (ବନ୍ଦନା ସେଠୀ)ମାଆ ଡାକରେ ଯେତିକି ମାଧୁର୍ଯ୍ୟ ଭରି ରହିଛି, ତାହା ସଂସାରର କୌଣସି ଶବ୍ଦରେ ନାହିଁ। ସନ୍ତାନର ଖୁସି ପାଇଁ ସେ ନିଜକୁ ତିଳତିଳ କରି ଜାଳିପାରେ। ସନ୍ତାନ ଉପରେ ବିପଦ ଆସିଲେ ସେ ପାହାଡ଼ ଭଳି ସାମ୍ନାରେ ଠିଆହୁଏ। ଜଣେ ବୀର ଯୋଦ୍ଧା ଭାବେ ସମସ୍ତଙ୍କ ସହ ଲଢେଇ କରେ, ହେଲେ ପିଲା ଉପରେ କେବେବି ଆଞ୍ଚ୍‌ ଆସିବାକୁ ଦିଏନାହିଁ। ସେଥିପାଇଁ କୁହାଯାଏ ମାଆ ଯାହାର ସାହା, ତା’ର କେହି କିଛି କରିପାରନ୍ତି ନାହିଁ। ସବୁ ମାଆଙ୍କ ପାଇଁ ତାଙ୍କ ସନ୍ତାନ ବଡ଼। ହେଲେ ଦୁନିଆରେ କେତେଜଣ ମାଆ କୌଣସି କାରଣରୁ ନିଜ ନିଷ୍ପାପ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଦେଉଥିବାବେଳେ ଏମିତି ବି ମାଆ ଅଛନ୍ତି ଯିଏ ସମାଜର ଟାହିଟାପରା, କଠୋର ଶବ୍ଦ ଶୁଣି ମଧ୍ୟ ନିଜ ଦିବ୍ୟାଙ୍ଗ ଛୁଆଙ୍କ ପାଇଁ ଢାଲ ସାଜିଛନ୍ତି। ମୁହଁରେ ହସ ଫୁଟାଇବାକୁ ସବୁକିଛି ଅଜାଡି ଦେଇଛନ୍ତି। ରବିବାର ବିଶ୍ୱ ମାତୃ ଦିବସରେ ଏମିତି କେତେଜଣ ମାଆ ଓ ସନ୍ତାନଙ୍କ କାହାଣୀକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।
ପୁଅ ମୁହଁକୁ ଚାହିଁ ସବୁ ଦୁଃଖ ଭୁଲିଯାଏ
ଭୁବନେଶ୍ୱରର ବାସିନ୍ଦା ହେଉଛନ୍ତି ବନ୍ଦନା ଶ୍ରୀଚନ୍ଦନ। ପୁଅ ଜନ୍ମ ହେବା ପରେ ଘର ଖୁସିରେ ଫାଟି ପଡିଥିଲା। ସ୍ନେହରେ ପୁଅର ନାଁ ରଖିଲେ ଡୁଡ୍‌ନୁ। ମାତ୍ର ଜନ୍ମର ୮ଦିନ ପରେ ପୁଅର ଆଇଗ୍ଲୋକମା ରହିଥିବା ଜଣାପଡିଲା। ଅପରେଶନ ହେଲା, କିନ୍ତୁ ପୁଅ ୫ମାସର ହେଲା ବେଳକୁ ଫିଟ୍‌ସ (ବାତ) ମାରିଥିଲା। ବହୁ ଟେଷ୍ଟ ପରେ ସେ ୯୦% ଅଟିଷ୍ଟିକ୍‌ ଥିବା ଜଣାପଡିଲା। ଏବେ ପୁଅକୁ ୧୯ ବର୍ଷ ହେଲାଣି, କିନ୍ତୁ ତାଙ୍କ ଭିତରେ ୫ବର୍ଷ ପିଲାର ବୁଝିବା ଶକ୍ତି ଥିବାବେଳେ ୧୧ମାସ ଛୁଆ ଭଳି ଆଚରଣ କରୁଛନ୍ତି। ୯ ବର୍ଷରେ ପ୍ରଥମ କରି ଚାଲିବା ଆରମ୍ଭ କରିଥିଲେ। ଘର ବ୍ୟତୀତ ବାହାରେ ଛାଡିଦେଲେ ସେ ଜାଣି ପାରନ୍ତିନି କୁଆଡେ ଯାଉଛନ୍ତି। କଥା ମଧ୍ୟ କହି ପାରନ୍ତିନି। କେବଳ ପାଟିରେ କିଛି ଶବ୍ଦ କରି ନିଜର ଭାବନା ପରିପ୍ରକାଶ କରିବାକୁ ଚେଷ୍ଟା କରନ୍ତି। ପୁଅ ଯେମିତି ବି ହେଉ ତାକୁ ନେଇ ମା’ବାପା ଖୁସି ଥିବାବେଳେ ଅନେକ ଲୋକଙ୍କ ଟାହିଟାପରା ଶୁଣିବାକୁ ପଡିଛି ବନ୍ଦନାଙ୍କୁ। ମାତ୍ର ଏ ପରିସ୍ଥିତିରେ ସେ ହାରିଯାଇ ନାହାନ୍ତି। ବରଂ ଦୁନିଆ ଆଗରେ ନିଜର ଏକମାତ୍ର ପୁଅ ସହିତ ପାଦେପାଦେ ରହିଛନ୍ତି। ଏଥିସହ ପୁଅ ନଁାରେ ‘ଡୁଡ୍‌ନୁ ଫାଉଣ୍ଡେଶନ’ ଗଢି ଜନହିତକର କାର୍ଯ୍ୟ କରୁଛନ୍ତି। ଏପରିକି ଅଟିଷ୍ଟିକ୍‌କୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏନେଇ ବନ୍ଦନା କୁହନ୍ତି, ଅଟିଷ୍ଟିକ୍‌କୁ ନେଇ ଲୋକେ ସଚେତନ ନାହାନ୍ତି। ତେଣୁ ମୋ ପୁଅକୁ ଲୋକେ ପାଗଳଛୁଆ ବୋଲି ମଧ୍ୟ କହିଛନ୍ତି। ଟ୍ରେନ୍‌ରେ ଏସି ବର୍ଥରେ ଗଲାବେଳେ ପୁଅ ଝାଡ଼ା କରିଦିଏ। ଲୋକମାନେ ଆମକୁ ଗାଳି କରନ୍ତି। ଏମିତିବି ପରିସ୍ଥିତି ହୋଇଛି, ରାତି ୨ଟାରେ ଟ୍ରେନ୍‌ର ଚେନ୍‌ ଟାଣି ମୋତେ ଓହ୍ଲାଇବାକୁ ପଡିଛି। ବାହାଘର, ବ୍ରତଘର, ଛୁଆଙ୍କ ଏକୋଇଶିଆ ହେଲେ ମୋତେ ଡାକନ୍ତି ନାହିଁ। ଯଦି ବା କେଉଁଠାକୁ ଚାଲିଯାଏ, କାଳେ ମୋ ନଜର ପଡିଲେ ଅଶୁଭ ହେବ, ତେଣୁ ମୋତେ ବାହାରୁ ବାହାରୁ ଫେରାଇ ଦିଅନ୍ତି। ଦୁଃଖ ଲାଗେ, ମାତ୍ର ପୁଅ ମୁହଁକୁ ଚାହିଁ ସବୁ ଭୁଲିଯାଏ। ଏହି ରୋଗକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଏକ ଓ୍ବେବ୍‌ ଚ୍ୟାନେଲ ମଧ୍ୟ ଗଢିଛି। ଅଟିଷ୍ଟିକ୍‌ ରୋଗରେ ପୀଡିତ ପିଲାଙ୍କ ପରିବାର ସହିତ ଯୋଗାଯୋଗ କରିଛି, ମାତ୍ର ସମାଜ ଏବଂ ଲୋକଲଜ୍ଜା ଭୟରେ କେହି ବାହାରକୁ ଆସୁ ନାହାନ୍ତି।
ଏମିତି ମାଆ ସମାଜ ପାଇଁ ପ୍ରେରଣା ଆଉଜଣେ ମା’ ହେଉଛନ୍ତି ବାରଙ୍ଗ ଦାଢା ପାଟଣାର ମମତା ବେହେରା। ସ୍ବାମୀ ଓ ଦୁଇପୁଅଙ୍କୁ ନେଇ ସଂସାର। ଭଗବାନ ତାଙ୍କୁ ଦୁଇଟି ପୁଅ ଦେଇଥିଲେ ବି ଭାଗ୍ୟର ବିଡମ୍ବନା ଯେ ଉଭୟ ପୁଅ ବିକଳାଙ୍ଗ। ବଡପୁଅ ଅମନକୁ ୧୭ ଓ ସାନପୁଅ ସୁମନକୁ ୧୫ବର୍ଷ। ଦୁହେଁ ଜନ୍ମବେଳେ ସୁସ୍ଥ ଥିଲେ। ମାତ୍ର ଗୁରୁଣ୍ଡିଲେନି କି ଚାଲିଲେନି। ବହୁ ଡାକ୍ତରଙ୍କୁ ଦେଖାଇବା ପରେ ସେମାନେ ସେରେବ୍ରାଲ୍‌ ପାଲ୍‌ସି (cerebral palsy) ରୋଗରେ ପୀଡ଼ିତ ଥିବା ଜଣାପଡିଲା। କଥା କହି ପାରୁ ନାହାନ୍ତି କି ବେଡ୍‌ରୁ ଉଠି ପାରନ୍ତି ନାହିଁ। ଏପରିକି ସେମାନଙ୍କ ନିତ୍ୟକର୍ମ ମଧ୍ୟ ମମତାଙ୍କୁ କରିବାକୁ ପଡେ। ଗୋଡରେ ଶୁଆଇ ଖୁଆଇବାକୁ ପଡେ। ତେବେ ଦୁଇ ପୁଅଙ୍କ ଏଭଳି ଅବସ୍ଥା ପରେ ସାହିପଡ଼ିଶା ବନ୍ଧୁବାନ୍ଧବ ଟାହିଟାପରା କରିବା ଆରମ୍ଭ କରିଦେଇଥିଲେ। ଅଭିଶପ୍ତ ଜୀବନ ବୋଲି କହି କେହିକେହି ଟିପ୍ପଣୀ ଦେବାବେଳେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିବାକୁ ବାରଣ କରାଯାଏ। ମାତ୍ର ଏତେ ପରେ ବି ଦୁଇ ପୁଅ ତାଙ୍କର ଜୀବନ ବୋଲି କୁହନ୍ତି ମମତା। ସତରେ, ଏମିତି ମାଆ ସମାଜ ପାଇଁ ପ୍ରେରଣା।

ନୟାଗଡ଼ ଶରଣକୁଳର ଭିକାରୀପଡ଼ା ଗ୍ରାମର ଚଞ୍ଚଳା ନାୟକଙ୍କ ଜୀବନ କାହାଣୀ ମଧ୍ୟ ଉଦାହରଣ ସାଜିଛି। ବଡପୁଅ ବାପିନା ଜନ୍ମ ହେବା ପରେ ଖୁସିରେ ଭରିଯାଇଥିଲା ପରିବାର। ଜନ୍ମର ୬/୭ ମାସ ପର୍ଯ୍ୟନ୍ତ ପୁଅ ଦେଖିପାରୁ ନାହିଁ ବୋଲି ଘରଲୋକେ ଜାଣି ପାରି ନ ଥିଲେ। ପରେ ଡାକ୍ତର ଦେଖାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଅନ୍ଧ ବୋଲି ଜାଣିବା ପରେ ପୁଅ ପ୍ରତି ଲୋକଙ୍କର ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। ପଡୋଶୀ, ସମ୍ପର୍କୀୟ କେହି ବି ତାଙ୍କୁ କୋଳାଇ ନେଉ ନ ଥିଲେ। ବଡ଼ ହେବା ପରେ ପାଠ ପଢିବାକୁ ଚାହିଁଥିଲେ, ମାତ୍ର ଗାଁ ସ୍କୁଲରେ ଶିକ୍ଷକମାନେ ତାଙ୍କୁ ଦେଖିଲେ ଗେଟ୍‌ ବନ୍ଦ କରି ଦେଉଥିଲେ। ଅନ୍ଧଟା ହୋଇ ସ୍କୁଲ କ’ଣ ଆସୁଛୁ ବୋଲି ତାଙ୍କୁ ଶୁଣିବାକୁ ପଡିଥିଲା। କେହି କେହି ପୂର୍ବଜନ୍ମର ପାପରୁ ଏଭଳି ହୋଇଥିବା କହୁଥିଲେ। ଏପରିକି ତାଙ୍କ ସହ ଅନ୍ୟମାନେ ମିଶିବାକୁ ପସନ୍ଦ କରୁ ନ ଥିଲେ। ମାତ୍ର ଯେତେବେଳେ ବାପିନା ମନଦୁଃଖରେ ବସୁଥିଲେ ତାଙ୍କର ସାହସ ପାଲଟୁଥିଲେ ତାଙ୍କ ମା’। ସବୁ ବାଧାବିଘ୍ନକୁ ଆଡେଇ ମା’ଙ୍କ ପ୍ରେରଣାରେ ଏବେ ସେ ଗ୍ରାଜୁଏଶନ ସହ ସିଟି ମଧ୍ୟ ପାସ୍‌ କରି ସାରିଲେଣି। ଖେଳ ପ୍ରତି ମଧ୍ୟ ତାଙ୍କର ରୁଚି ରହିଛି। ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ଭାବେ ସେ ପାରାସେଲିଂ କରି ଚର୍ଚ୍ଚାରେ ରହିଛନ୍ତି। ବାପିନାଙ୍କର ଆଉ ଦୁଇ ଭାଇ ଅଛନ୍ତି। ମାତ୍ର ଚଞ୍ଚଳାଙ୍କ ପାଇଁ ୩ପୁଅ ସମାନ। ଏନେଇ ସେ କହିଛନ୍ତି, ବଡ଼ପୁଅର ଭବିଷ୍ୟତ ନେଇ ବେଳେବେଳ ଚିନ୍ତା ଲାଗେ। କିନ୍ତୁ କେବେବି ତାକୁ ନେଇ ଆମେ ମା’ ବାପା ଦୁଃଖ କରିନାହୁଁ। ସେ ଆମର ଗର୍ବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?