ମାଆ ଯାହାର ସାହା…

ଭୁବନେଶ୍ୱର, ୧୨।୫ (ବନ୍ଦନା ସେଠୀ)ମାଆ ଡାକରେ ଯେତିକି ମାଧୁର୍ଯ୍ୟ ଭରି ରହିଛି, ତାହା ସଂସାରର କୌଣସି ଶବ୍ଦରେ ନାହିଁ। ସନ୍ତାନର ଖୁସି ପାଇଁ ସେ ନିଜକୁ ତିଳତିଳ କରି ଜାଳିପାରେ। ସନ୍ତାନ ଉପରେ ବିପଦ ଆସିଲେ ସେ ପାହାଡ଼ ଭଳି ସାମ୍ନାରେ ଠିଆହୁଏ। ଜଣେ ବୀର ଯୋଦ୍ଧା ଭାବେ ସମସ୍ତଙ୍କ ସହ ଲଢେଇ କରେ, ହେଲେ ପିଲା ଉପରେ କେବେବି ଆଞ୍ଚ୍‌ ଆସିବାକୁ ଦିଏନାହିଁ। ସେଥିପାଇଁ କୁହାଯାଏ ମାଆ ଯାହାର ସାହା, ତା’ର କେହି କିଛି କରିପାରନ୍ତି ନାହିଁ। ସବୁ ମାଆଙ୍କ ପାଇଁ ତାଙ୍କ ସନ୍ତାନ ବଡ଼। ହେଲେ ଦୁନିଆରେ କେତେଜଣ ମାଆ କୌଣସି କାରଣରୁ ନିଜ ନିଷ୍ପାପ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଦେଉଥିବାବେଳେ ଏମିତି ବି ମାଆ ଅଛନ୍ତି ଯିଏ ସମାଜର ଟାହିଟାପରା, କଠୋର ଶବ୍ଦ ଶୁଣି ମଧ୍ୟ ନିଜ ଦିବ୍ୟାଙ୍ଗ ଛୁଆଙ୍କ ପାଇଁ ଢାଲ ସାଜିଛନ୍ତି। ମୁହଁରେ ହସ ଫୁଟାଇବାକୁ ସବୁକିଛି ଅଜାଡି ଦେଇଛନ୍ତି। ରବିବାର ବିଶ୍ୱ ମାତୃ ଦିବସରେ ଏମିତି କେତେଜଣ ମାଆ ଓ ସନ୍ତାନଙ୍କ କାହାଣୀକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।
ପୁଅ ମୁହଁକୁ ଚାହିଁ ସବୁ ଦୁଃଖ ଭୁଲିଯାଏ
ଭୁବନେଶ୍ୱରର ବାସିନ୍ଦା ହେଉଛନ୍ତି ବନ୍ଦନା ଶ୍ରୀଚନ୍ଦନ। ପୁଅ ଜନ୍ମ ହେବା ପରେ ଘର ଖୁସିରେ ଫାଟି ପଡିଥିଲା। ସ୍ନେହରେ ପୁଅର ନାଁ ରଖିଲେ ଡୁଡ୍‌ନୁ। ମାତ୍ର ଜନ୍ମର ୮ଦିନ ପରେ ପୁଅର ଆଇଗ୍ଲୋକମା ରହିଥିବା ଜଣାପଡିଲା। ଅପରେଶନ ହେଲା, କିନ୍ତୁ ପୁଅ ୫ମାସର ହେଲା ବେଳକୁ ଫିଟ୍‌ସ (ବାତ) ମାରିଥିଲା। ବହୁ ଟେଷ୍ଟ ପରେ ସେ ୯୦% ଅଟିଷ୍ଟିକ୍‌ ଥିବା ଜଣାପଡିଲା। ଏବେ ପୁଅକୁ ୧୯ ବର୍ଷ ହେଲାଣି, କିନ୍ତୁ ତାଙ୍କ ଭିତରେ ୫ବର୍ଷ ପିଲାର ବୁଝିବା ଶକ୍ତି ଥିବାବେଳେ ୧୧ମାସ ଛୁଆ ଭଳି ଆଚରଣ କରୁଛନ୍ତି। ୯ ବର୍ଷରେ ପ୍ରଥମ କରି ଚାଲିବା ଆରମ୍ଭ କରିଥିଲେ। ଘର ବ୍ୟତୀତ ବାହାରେ ଛାଡିଦେଲେ ସେ ଜାଣି ପାରନ୍ତିନି କୁଆଡେ ଯାଉଛନ୍ତି। କଥା ମଧ୍ୟ କହି ପାରନ୍ତିନି। କେବଳ ପାଟିରେ କିଛି ଶବ୍ଦ କରି ନିଜର ଭାବନା ପରିପ୍ରକାଶ କରିବାକୁ ଚେଷ୍ଟା କରନ୍ତି। ପୁଅ ଯେମିତି ବି ହେଉ ତାକୁ ନେଇ ମା’ବାପା ଖୁସି ଥିବାବେଳେ ଅନେକ ଲୋକଙ୍କ ଟାହିଟାପରା ଶୁଣିବାକୁ ପଡିଛି ବନ୍ଦନାଙ୍କୁ। ମାତ୍ର ଏ ପରିସ୍ଥିତିରେ ସେ ହାରିଯାଇ ନାହାନ୍ତି। ବରଂ ଦୁନିଆ ଆଗରେ ନିଜର ଏକମାତ୍ର ପୁଅ ସହିତ ପାଦେପାଦେ ରହିଛନ୍ତି। ଏଥିସହ ପୁଅ ନଁାରେ ‘ଡୁଡ୍‌ନୁ ଫାଉଣ୍ଡେଶନ’ ଗଢି ଜନହିତକର କାର୍ଯ୍ୟ କରୁଛନ୍ତି। ଏପରିକି ଅଟିଷ୍ଟିକ୍‌କୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏନେଇ ବନ୍ଦନା କୁହନ୍ତି, ଅଟିଷ୍ଟିକ୍‌କୁ ନେଇ ଲୋକେ ସଚେତନ ନାହାନ୍ତି। ତେଣୁ ମୋ ପୁଅକୁ ଲୋକେ ପାଗଳଛୁଆ ବୋଲି ମଧ୍ୟ କହିଛନ୍ତି। ଟ୍ରେନ୍‌ରେ ଏସି ବର୍ଥରେ ଗଲାବେଳେ ପୁଅ ଝାଡ଼ା କରିଦିଏ। ଲୋକମାନେ ଆମକୁ ଗାଳି କରନ୍ତି। ଏମିତିବି ପରିସ୍ଥିତି ହୋଇଛି, ରାତି ୨ଟାରେ ଟ୍ରେନ୍‌ର ଚେନ୍‌ ଟାଣି ମୋତେ ଓହ୍ଲାଇବାକୁ ପଡିଛି। ବାହାଘର, ବ୍ରତଘର, ଛୁଆଙ୍କ ଏକୋଇଶିଆ ହେଲେ ମୋତେ ଡାକନ୍ତି ନାହିଁ। ଯଦି ବା କେଉଁଠାକୁ ଚାଲିଯାଏ, କାଳେ ମୋ ନଜର ପଡିଲେ ଅଶୁଭ ହେବ, ତେଣୁ ମୋତେ ବାହାରୁ ବାହାରୁ ଫେରାଇ ଦିଅନ୍ତି। ଦୁଃଖ ଲାଗେ, ମାତ୍ର ପୁଅ ମୁହଁକୁ ଚାହିଁ ସବୁ ଭୁଲିଯାଏ। ଏହି ରୋଗକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଏକ ଓ୍ବେବ୍‌ ଚ୍ୟାନେଲ ମଧ୍ୟ ଗଢିଛି। ଅଟିଷ୍ଟିକ୍‌ ରୋଗରେ ପୀଡିତ ପିଲାଙ୍କ ପରିବାର ସହିତ ଯୋଗାଯୋଗ କରିଛି, ମାତ୍ର ସମାଜ ଏବଂ ଲୋକଲଜ୍ଜା ଭୟରେ କେହି ବାହାରକୁ ଆସୁ ନାହାନ୍ତି।
ଏମିତି ମାଆ ସମାଜ ପାଇଁ ପ୍ରେରଣା ଆଉଜଣେ ମା’ ହେଉଛନ୍ତି ବାରଙ୍ଗ ଦାଢା ପାଟଣାର ମମତା ବେହେରା। ସ୍ବାମୀ ଓ ଦୁଇପୁଅଙ୍କୁ ନେଇ ସଂସାର। ଭଗବାନ ତାଙ୍କୁ ଦୁଇଟି ପୁଅ ଦେଇଥିଲେ ବି ଭାଗ୍ୟର ବିଡମ୍ବନା ଯେ ଉଭୟ ପୁଅ ବିକଳାଙ୍ଗ। ବଡପୁଅ ଅମନକୁ ୧୭ ଓ ସାନପୁଅ ସୁମନକୁ ୧୫ବର୍ଷ। ଦୁହେଁ ଜନ୍ମବେଳେ ସୁସ୍ଥ ଥିଲେ। ମାତ୍ର ଗୁରୁଣ୍ଡିଲେନି କି ଚାଲିଲେନି। ବହୁ ଡାକ୍ତରଙ୍କୁ ଦେଖାଇବା ପରେ ସେମାନେ ସେରେବ୍ରାଲ୍‌ ପାଲ୍‌ସି (cerebral palsy) ରୋଗରେ ପୀଡ଼ିତ ଥିବା ଜଣାପଡିଲା। କଥା କହି ପାରୁ ନାହାନ୍ତି କି ବେଡ୍‌ରୁ ଉଠି ପାରନ୍ତି ନାହିଁ। ଏପରିକି ସେମାନଙ୍କ ନିତ୍ୟକର୍ମ ମଧ୍ୟ ମମତାଙ୍କୁ କରିବାକୁ ପଡେ। ଗୋଡରେ ଶୁଆଇ ଖୁଆଇବାକୁ ପଡେ। ତେବେ ଦୁଇ ପୁଅଙ୍କ ଏଭଳି ଅବସ୍ଥା ପରେ ସାହିପଡ଼ିଶା ବନ୍ଧୁବାନ୍ଧବ ଟାହିଟାପରା କରିବା ଆରମ୍ଭ କରିଦେଇଥିଲେ। ଅଭିଶପ୍ତ ଜୀବନ ବୋଲି କହି କେହିକେହି ଟିପ୍ପଣୀ ଦେବାବେଳେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିବାକୁ ବାରଣ କରାଯାଏ। ମାତ୍ର ଏତେ ପରେ ବି ଦୁଇ ପୁଅ ତାଙ୍କର ଜୀବନ ବୋଲି କୁହନ୍ତି ମମତା। ସତରେ, ଏମିତି ମାଆ ସମାଜ ପାଇଁ ପ୍ରେରଣା।

ନୟାଗଡ଼ ଶରଣକୁଳର ଭିକାରୀପଡ଼ା ଗ୍ରାମର ଚଞ୍ଚଳା ନାୟକଙ୍କ ଜୀବନ କାହାଣୀ ମଧ୍ୟ ଉଦାହରଣ ସାଜିଛି। ବଡପୁଅ ବାପିନା ଜନ୍ମ ହେବା ପରେ ଖୁସିରେ ଭରିଯାଇଥିଲା ପରିବାର। ଜନ୍ମର ୬/୭ ମାସ ପର୍ଯ୍ୟନ୍ତ ପୁଅ ଦେଖିପାରୁ ନାହିଁ ବୋଲି ଘରଲୋକେ ଜାଣି ପାରି ନ ଥିଲେ। ପରେ ଡାକ୍ତର ଦେଖାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଅନ୍ଧ ବୋଲି ଜାଣିବା ପରେ ପୁଅ ପ୍ରତି ଲୋକଙ୍କର ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। ପଡୋଶୀ, ସମ୍ପର୍କୀୟ କେହି ବି ତାଙ୍କୁ କୋଳାଇ ନେଉ ନ ଥିଲେ। ବଡ଼ ହେବା ପରେ ପାଠ ପଢିବାକୁ ଚାହିଁଥିଲେ, ମାତ୍ର ଗାଁ ସ୍କୁଲରେ ଶିକ୍ଷକମାନେ ତାଙ୍କୁ ଦେଖିଲେ ଗେଟ୍‌ ବନ୍ଦ କରି ଦେଉଥିଲେ। ଅନ୍ଧଟା ହୋଇ ସ୍କୁଲ କ’ଣ ଆସୁଛୁ ବୋଲି ତାଙ୍କୁ ଶୁଣିବାକୁ ପଡିଥିଲା। କେହି କେହି ପୂର୍ବଜନ୍ମର ପାପରୁ ଏଭଳି ହୋଇଥିବା କହୁଥିଲେ। ଏପରିକି ତାଙ୍କ ସହ ଅନ୍ୟମାନେ ମିଶିବାକୁ ପସନ୍ଦ କରୁ ନ ଥିଲେ। ମାତ୍ର ଯେତେବେଳେ ବାପିନା ମନଦୁଃଖରେ ବସୁଥିଲେ ତାଙ୍କର ସାହସ ପାଲଟୁଥିଲେ ତାଙ୍କ ମା’। ସବୁ ବାଧାବିଘ୍ନକୁ ଆଡେଇ ମା’ଙ୍କ ପ୍ରେରଣାରେ ଏବେ ସେ ଗ୍ରାଜୁଏଶନ ସହ ସିଟି ମଧ୍ୟ ପାସ୍‌ କରି ସାରିଲେଣି। ଖେଳ ପ୍ରତି ମଧ୍ୟ ତାଙ୍କର ରୁଚି ରହିଛି। ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ଭାବେ ସେ ପାରାସେଲିଂ କରି ଚର୍ଚ୍ଚାରେ ରହିଛନ୍ତି। ବାପିନାଙ୍କର ଆଉ ଦୁଇ ଭାଇ ଅଛନ୍ତି। ମାତ୍ର ଚଞ୍ଚଳାଙ୍କ ପାଇଁ ୩ପୁଅ ସମାନ। ଏନେଇ ସେ କହିଛନ୍ତି, ବଡ଼ପୁଅର ଭବିଷ୍ୟତ ନେଇ ବେଳେବେଳ ଚିନ୍ତା ଲାଗେ। କିନ୍ତୁ କେବେବି ତାକୁ ନେଇ ଆମେ ମା’ ବାପା ଦୁଃଖ କରିନାହୁଁ। ସେ ଆମର ଗର୍ବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ସମର୍ଥନରେ ବାହାରିଲେ କମଲ ହାସନ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତା ବିଜୟଙ୍କ ଦଳ, ‘ତାମିଜାଗା ଭେଟ୍ରି କାଝାଗମ’ (ଟିଭିକେ), ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଫଳସ୍ବରୂପ, ରାଜ୍ୟରେ ସରକାର…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

ପରିବାରର ଚାରି ଜଣଙ୍କ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ଖୁଲାସା: ତରଭୁଜ ନମୁନାରେ ମିଳିଲା…

ମୁମ୍ବାଇ,୭।୫: ତରଭୁଜ ଖାଇବା ପରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ଏହି…

ହଟିଲେ ଦିଦି, ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ

କୋଲକାତା,୭।୫: ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିବା ପରେ, ରାଜ୍ୟପାଳ ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କରିଥିଲେ। ବଙ୍ଗଳା ନିର୍ବାଚନରେ ହୋଇଥିବା ଭୟଙ୍କର ପରାଜୟ…

ବଜ୍ରପାତ ନେଲା ଶାଶୁ, ବୋହୁଙ୍କ ଜୀବନ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀରେ ଗୁରୁବାର ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫)…

ତାମିଲନାଡୁରେ ସରକାର ଗଠନକୁ ନେଇ ବିବାଦ ଜାରି: ରାଜ୍ୟପାଳଙ୍କୁ ସିପିଆଇ(ଏମ)ର ଅନୁରୋଧ

ଚେନ୍ନାଇ,୭।୫: ତାମିଲନାଡୁରେ ବିଧାନସଭା ନିର୍ବାଚନର ଫଳାଫଳ ପରେ, ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରିନଥିବାରୁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri