କୋଟି କୋଟି ଟଙ୍କା ଠକି ମାଆ-ପୁଅ ଗିରଫ

କଟକ,୧୧ା୧୧ (କାର୍ତ୍ତିକ ସାହୁ): ପ୍ଲଟ୍‌ ବିକ୍ରି ନାମରେ ଏକ ବଡ଼ ଧରଣର ଠକେଇ ହୋଇଛି। ଜମି ଦେବାକୁ କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ବାଦାମବାଡ଼ି ଥାନା ପୋଲିସ ମାଆ-ପୁଅଙ୍କୁ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏମାନେ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକି ସେହି ପଇସାରେ ଅୟସ କରୁଥିଲେ। ସେମାନେ ହେଲେ ଜଗତସିଂହପୁରର ମୂଳବାସିନ୍ଦା ତଥା ନୂଆବଜାର ଗୋଶାଳା ରୋଡ୍‌ର ଅଧିବାସୀ ତୁଳସୀ ମିଶ୍ର (୫୪) ଓ ସମୀର ମିଶ୍ର (୩୨)। ଗତ ଜାନୁୟାରୀରେ ଅଭିଯୁକ୍ତ ମହିଳାଙ୍କ ଅନ୍ୟ ଜଣେ ପୁଅ ସମାନ ଅଭିଯୋଗରେ ଗିରଫ ହୋଇଥିଲେ। ଜଣେ ବିଲ୍ଡରଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ଥାକୁ ହାତେଇ ଅଭିଯୁକ୍ତମାନେ ଏଭଳି କାରବାର ଚଳାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ସୂଚନା ଅନୁସାରେ, ନୂଆବଜାର ଅଞ୍ଚଳର ସୁଧାଂଶୁ ମହାନ୍ତି ନାମକ ବ୍ୟକ୍ତି ସାଇ କନଷ୍ଟ୍ରକଶନ ନାମରେ ଏକ ସଂସ୍ଥା କରିଥିଲେ। ସେ ତ୍ରିଶୂଳିଆ ଅଞ୍ଚଳରେ ଜମି ପ୍ଲଟିଂ କରି ଲୋକଙ୍କୁ ବିକ୍ରି କରୁଥିଲେ। ସୁଧାଂଶୁଙ୍କ ପରିବାର ବାହାରେ ରହନ୍ତି। କିଛିବର୍ଷ ପୂର୍ବରୁ ସୁଧାଂଶୁଙ୍କ ସହିତ ତୁଳସୀ ମିଶ୍ରଙ୍କ ପରିଚୟ ହୋଇଥିଲା। ସମ୍ପର୍କ ବଢ଼ିବାରୁ ତୁଳସୀ ନିଜ ଦୁଇ ପୁଅଙ୍କୁ ନେଇ ସୁଧାଂଶୁଙ୍କ ଘରେ ରହିଲେ। ସମୟକ୍ରମେ ତୁଳସୀ ଡେଭଲପର୍ସ ନାମରେ ଏକ ନୂଆ ସଂସ୍ଥା ଗଢ଼ି ସୁଧାଂଶୁ ବ୍ୟବସାୟ କଲେ। କିଛିଦିନ ପରେ ସୁଧାଂଶୁଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଲା। ପରେ ତୁଳସୀ ମିଶ୍ର ନିଜ ସାଙ୍ଗିଆ ମହାନ୍ତିକୁ ବଦଳାଇଥିଲେ। ସେ ମୃତ ସୁଧାଂଶୁଙ୍କ ପତ୍ନୀ ବୋଲି ନିଜକୁ ପରିଚୟ ଦେଇ ତାଙ୍କ ସଂସ୍ଥା ଓ ସମ୍ପତ୍ତିକୁ ଦଖଲ କଲେ। ତୁଳସୀ ଓ ତାଙ୍କର ଦୁଇ ପୁଅ ଜମି ଦେବାକୁ କହି ସୁଧାଂଶୁଙ୍କ ସଂସ୍ଥା ନାଁରେ ବହୁ ଲୋକଙ୍କଠାରୁ ଟଙ୍କା ଆଣିଲେ। ହେଲେ ଜମି ଦେବା ସମୟ ହେବାରୁ ସେମାନେ ଖସିବାକୁ ଲାଗିଲେ। ଲୋକେ ଟଙ୍କା ଫେରସ୍ତ ମାଗିଲେ ତୁଳସୀ ନିଜର ଆଧାର କାର୍ଡ ଆଣି ସେଥିରେ ମହାନ୍ତି ନୁହେଁ, ମିଶ୍ର ସାଙ୍ଗିଆ ଲେଖାଥିବା ଦେଖାଇ ଖସୁଥିଲେ। ହେଲେ ତୁଳସୀ ଓ ତାଙ୍କ ଦୁଇ ପୁଅ ସବୁ ଟଙ୍କା ଓ ସମ୍ପତ୍ତି ଦଖଲ କରି ରଖିଥିବା ସମସ୍ତେ ଜାଣିବାରୁ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରୁଜୁ କରିବା ଆରମ୍ଭ କଲେ। ଗତ ଜାନୁୟାରୀ ମାସରେ ବାଦାମବାଡ଼ି ଥାନାରେ ପ୍ରଥମ ଠକେଇ ମାମଲା ରୁଜୁ ହୋଇଥିଲା। ଏହାପରେ ନୟାଗଡ଼ ଜିଲା ଫତେଗଡ଼ ଥାନା ଅଞ୍ଚଳର ସନ୍ତୋଷ ରାଉତ ଏତଲା ଦେଇଥିଲେ। ପୋଲିସ ମାମଲାର ତଦନ୍ତ କରି ପ୍ରଥମେ ତୁଳସୀଙ୍କ ବଡ଼ ପୁଅ ଶିଶିର ମିଶ୍ର ଓରଫ ଶିଶିର ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଜେଲରେ ଥିବା ବେଳେ ତୁଳସୀ ଓ ତାଙ୍କ ପୁଅ ସମୀର ଫେରାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri