Posted inଖେଳ

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା ପଛରେ ରହିଛି ସଂଘର୍ଷପୂର୍ଣ୍ଣ କାହାଣୀ। ଯେଉଁ ପରିବାର ଦିନେ ଅଭାବ ଅନଟନ ଯୋଗୁଁ ଖାଲି ପେଟରେ ରାତି କାଟୁଥିଲା, ଆଜି ସେହି ପରିବାରର ପୁଅ କୋଟିପତି ପାଲଟି ସମଗ୍ର ଭରତପୁର ଜିଲା ପାଇଁ ଗର୍ବ ଆଣିଦେଇଛି।

କାର୍ତ୍ତିକଙ୍କୁ ଏକ ସଫଳ କ୍ରିକେଟର ଭାବେ ଗଢ଼ିତୋଳିବା ପାଇଁ ତାଙ୍କ ବାପା ମନୋଜ ଶର୍ମା ଓ ମା’ ରାଧା ଶର୍ମା ଅନେକ ତ୍ୟାଗ କରିଛନ୍ତି। କାର୍ତ୍ତିକଙ୍କ ଟ୍ରେନିଂ ଓ ଖେଳ ଖର୍ଚ୍ଚ ତୁଲାଇବା ପାଇଁ ପରିବାର ପକ୍ଷରୁ ନିଜର ଚାଷ ଜମି ବିକ୍ରି କରାଯାଇଥିଲା। ଏପରିକି ମା’ ନିଜର ସୁନା ଗହଣା ବିକି ପୁଅର ସ୍ୱପ୍ନକୁ ବଞ୍ଚାଇ ରଖିଥିଲେ।

ଗ୍ୱାଲିଅର୍‌ରେ ଏକ ଟୁର୍ଣ୍ଣାମେଣ୍ଟ ଖେଳିବା ସମୟରେ ପାଖରେ ଟଙ୍କା ସରିଯିବାରୁ ବାପା ଓ ପୁଅଙ୍କୁ ଏକ ରାତ୍ରି ଆଶ୍ରୟ ସ୍ଥଳରେ ରହିବାକୁ ପଡ଼ିଥିଲା। ସେହିଦିନ ସେମାନେ ଖାଲି ପେଟରେ ଶୋଇଥିଲେ ଏବଂ ଟୁର୍ଣ୍ଣାମେଣ୍ଟ ଜିତି ପୁରସ୍କାର ରାଶି ପାଇବା ପରେ ହିଁ ଘରକୁ ଫେରିବା ସମ୍ଭବ ହୋଇଥିଲା।

କାର୍ତ୍ତିକଙ୍କ ବାପାଙ୍କ କହିବା ଅନୁଯାୟୀ, ମାତ୍ର ଦୁଇ ବର୍ଷରୁ ଅଧିକ ବୟସରେ ସେ ବ୍ୟାଟ୍ ଧରିଥିଲେ ଏବଂ ଘରର ଫଟୋ ଫ୍ରେମ୍ ଭାଙ୍ଗି ଦେଇଥିଲେ। ସେହିଦିନରୁ ତାଙ୍କ ଭିତରେ ଥିବା ପ୍ରତିଭାକୁ ପରିବାର ଲୋକେ ଚିହ୍ନି ପାରିଥିଲେ। ପିତା ମନୋଜ ନିଜେ ଜଣେ କ୍ରିକେଟର ଥିଲେ ମଧ୍ୟ ଆଘାତ ଯୋଗୁଁ ତାଙ୍କ କ୍ୟାରିୟର ଶେଷ ହୋଇଯାଇଥିଲା। ସେଥିପାଇଁ ସେ ନିଜ ଅଧୁରା ସ୍ୱପ୍ନ ପୁଅ ମାଧ୍ୟମରେ ପୂରଣ କରିବାକୁ ସଙ୍କଳ୍ପ କରିଥିଲେ।

୧୯ ବର୍ଷୀୟ କାର୍ତ୍ତିକଙ୍କୁ କେବଳ ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍‌ରେ ନିଲାମ ତାଲିକାରେ ରଖାଯାଇଥିଲା, କିନ୍ତୁ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ CSK ତାଙ୍କୁ ୧୪.୨୦ କୋଟିରେ କିଣିଛି। ଆଇପିଏଲ୍ ଇତିହାସରେ ସେ ସବୁଠାରୁ ମହଙ୍ଗା ‘ଅନ୍-କ୍ୟାପଡ୍’ (ଯେଉଁମାନେ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି) ଖେଳାଳି ହୋଇପାରିଛନ୍ତି।

ଏତେ ବଡ଼ ସଫଳତା ପରେ ମଧ୍ୟ କାର୍ତ୍ତିକ ନମ୍ର ରହିଛନ୍ତି। ସେ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ବେଳେ କ୍ରିକେଟ୍ ସହ ନିଜର ଗ୍ରାଜୁଏସନ୍ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri