ପୁଅର ଚିକିତ୍ସା ପାଇଁ ଭତ୍ତା କାର୍ଡ ବନ୍ଧକ ରଖିଛନ୍ତି ମା’

ତେନ୍ତୁଳିଖୁଣ୍ଟି, ୨।୯(ଡି.ଏନ୍‌.ଏ.):ଜୀବନର ଶେଷ ବେଳେ ସାହାରା ହେବ। ତାରି କାନ୍ଧରେ ବୁହା ହୋଇ ମଶାଣୀକୁ ଯିବି। ସମସ୍ତଙ୍କ ଭଳି ପୁଅକୁ ନେଇ ଏଭଳି ସ୍ବପ୍ନ ଦେଖିଥିଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଗଦବାଗୁଡା ଗ୍ରାମର ସୁଲୋଚନା ଖୁରା। କିନ୍ତୁ ତାଙ୍କ ସ୍ବପ୍ନ ଏବେ ମଉଳି ଯାଇଛି। ପୁଅ ନୟନ ଖୁରାଙ୍କ ଗୋଡ଼ ଏବେ ଫୁଲି ଧୀରେ ଧୀରେ ବଙ୍କା ହୋଇ ଗଲାଣି। ନୟନଙ୍କୁ ଏବେ ଚାଲିବାରେ ମଧ୍ୟ ଅସୁବିଧା ହେଉଛି। ସୁଲୋଚନା ତାଙ୍କର ବାର୍ଦ୍ଧକ୍ୟ ଭତ୍ତା କାର୍ଡକୁ ୬ହଜାର ଟଙ୍କାରେ ବନ୍ଧକ ରଖି ଉକ୍ତ ଟଙ୍କାରେ ପୁଅର ଚିକତ୍ସା କରାଇଲେ। କିନ୍ତୁ ଚିକିତ୍ସା ପାଇଁ ଆହୁରୀ ଟଙ୍କା ଜରୁରୀ। ଅର୍ଥାଭାବରୁ ସୁଲୋଚନା ପୁଅର ଚିକିତ୍ସା କରାଇ ପାରୁ ନାହାନ୍ତି।
୩ ବର୍ଷ ପୂର୍ବେ କାମ କରିବା ବେଳେ କୋଦାଳ ବାଜି ନୟନଙ୍କ ଡାହାଣ ଗୋଡ଼ ଖଣ୍ଡିଆ ଖାବରା ହୋଇଗଲା। ସେ ଏହାର ଚିକତ୍ସା କରିଥିଲେ। କିଛି ଦିନ ପରେ ସେ ସୁସ୍ଥ ହୋଇ ସ୍ବାଭାବିକ ଜୀବନ ଯାପନ କଲେ। କିନ୍ତୁ ଧୀରେ ଧୀରେ ନୟନଙ୍କ ଡାହାଣ ଗୋଡ଼ ଫୁଲିବାରେ ଲାଗିଲା। ତାଙ୍କ ଚାଲିବାରେ ଅସୁବିଧା ଦେଖାଦେଲା। ସେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ସୁଲୋଚନା ନିଜ ବାର୍ଦ୍ଧକ୍ୟ ଭତ୍ତା କାର୍ଡକୁ ଗାଁର ଜଣଙ୍କ ପାଖରେ ବନ୍ଧକ ରଖି ୬ହଜାର ଟଙ୍କା ଆଣି ନୟନଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ତାଙ୍କୁ କୋରାପୁଟରେ ଚିକିତ୍ସା ପାଇଁ ପଠାଇ ଥିଲେ। କିନ୍ତୁ ଟଙ୍କା ଅଭାବରୁ ସେଠାରେ ଚିକତ୍ସା କରି ପାରିଲେ ନାହିଁ। ଏବେ ସୁଲୋଚନା ମଜୁରିଆ କାମ କରି ଘର ଚଳାଉଛନ୍ତି। ଏହା ମଧ୍ୟରେ ପୁଅର ଚିକତ୍ସା କରିବା ଏବେ ତାଙ୍କ ପାଇଁ କଷ୍ଟକର। ସରକାର ନୟନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ସୁଲୋଚନା ଓ ଗ୍ରାମବାସୀ କହିଛନ୍ତି। ନୟନଙ୍କ ଚିକିତ୍ସା ପାଇଁ ମା ସୁଲୋଚନା ଭତ୍ତା କାର୍ଡ ବନ୍ଧକ ରଖିବା ପ୍ରସଙ୍ଗରେ ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ଏହି ଘଟଣା ତାଙ୍କ ନଜରକୁ ଆସିନି। ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri