Posted inଫୁରସତ

ଅପହରଣର ୩୨ ବର୍ଷ ପରେ ପୁଅକୁ ଫେରିପାଇଲେ ମା’, ଆଉ ତା’ ପରେ…

୩୨ ବର୍ଷ ପରେ ପୁଅକୁ ଫେରି ପାଇଥିବା ଜଣେ ମା’ର ବାତ୍ସଲ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରାୟ ତିନି ଦଶନ୍ଧି ଧରି ପୁଅକୁ ଖୋଜିବା ପରେ, ମା’ ପ୍ରାୟ ଆଶା ହରାଇଥିଲେ। ତେବେ ୩୨ ବର୍ଷ ପରେ ପୁଅକୁ ଭେଟିବା ପୂର୍ବରୁ ମା’ ମଧ୍ୟ ଭୟ କରୁଥିଲେ ଯେ, କାଳେ ତାଙ୍କ ପୁଅ ତାଙ୍କୁ ଚିହ୍ନି ପାରିବନି। ତାଙ୍କୁ ଗ୍ରହଣ କରିବନି। ମାତ୍ର ପୁଅ ମଧ୍ୟ ମାଆଙ୍କୁ ଦେଖି ଆନନ୍ଦର ଅଶ୍ରୁ ବୁହାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


ତେବେ ଏମିତି ଏକ ଖୁସିଖବର ଆସିଛି ଚାଇନାରୁ। ଲି ଜିଙ୍ଗଜି ନାମକ ଜଣେ ମହିଳାଙ୍କ ପୁଅ ମାଓୟିନ୍‌ଙ୍କୁ ୧୯୮୮ରେ କେହି ଅପହରଣ କରି ବିକ୍ରି କରିଦେଇଥିଲା। ଏହା ପରେ ମା’ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପୁଅ ସନ୍ଧାନ ନ ପାଇ ଫେରିବା ଆଶା ହରାଇଥିଲେ।

ଲି ଜିଙ୍ଗଜି ଶାନଜୀ ପ୍ରଦେଶର ବାସିନ୍ଦା। ୧୯୮୮ରେ ଯେତେବେଳେ ପୁଅ ମାଓୟିନଙ୍କୁ ଅପହରଣ କରାଯାଇଥିଲା। ସେତେବେଳେ ସେ ମାତ୍ର ୩ ବର୍ଷର ହୋଇଥିଲେ। ଲି ଜିଙ୍ଗଜି ତିନି ଦଶନ୍ଧି ପରେ ପୁଅକୁ ପାଇଛନ୍ତି।
ମାଓୟିନ୍‌ ଏକମାତ୍ର ସନ୍ତାନ। କାରଣ ସେହି ସମୟରେ ଚାଇନାରେ ଗୋଟିଏ ଶିଶୁର ନୀତି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଥିଲା। ଯେତେବେଳେ ତାଙ୍କ ପିତା ଏକ ହୋଟେଲ ନିକଟରେ ପାଣି ପିଇବା ପାଇଁ ଯାଇଥିଲେ ସେତେବେଳେ ତାଙ୍କୁ ଅପହରଣ କରାଯାଇଥିଲା। ମାତାପିତା ତାଙ୍କ ପୁଅକୁ ଖୋଜିବା ପାଇଁ ତାଙ୍କ ଫଟୋ ସହିତ ୧ ଲକ୍ଷ ପୋଷ୍ଟର ଛାପିଥିଲେ। କିନ୍ତୁ ସଫଳ ହୋଇ ନ ଥିଲେ।


ଚଳିତବର୍ଷ ମାଓୟିନ୍‌ଙ୍କ ବିଷୟରେ କେହି ପୋଲିସକୁ ସୂଚନା ଦେଇଥିଲେ, ସେତେବେଳେ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ଯାହା ତାଙ୍କ ମାତାପିତାଙ୍କୁ ନିଶ୍ଚିତ କରିଥିଲା। ଏକ ଦାମ୍ପତ୍ୟ ଜୀବନ ବିତାଉଥିବା ମାଓୟିନ୍‌ ତାଙ୍କ ଘରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ଥିବା ଚେଙ୍ଗଡୁ ନାମକ ଏକ ସହରରେ ରହୁଥିଲେ। ମାଓୟିନ୍‌ଙ୍କୁ ଅପହରଣକାରୀମାନେ ମାତ୍ର ୬୪ ହଜାର ଟଙ୍କାରେ ଏକ ଦମ୍ପତିଙ୍କୁ ବିକ୍ରି କରି ଦେଇଥିଲେ। ଏହି ଦମ୍ପତିଙ୍କର ମଧ୍ୟ କୌଣସି ସନ୍ତାନସନ୍ତତି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri