ଢେଙ୍କାନାଳରୁ ମେଲାଣି ନେଲେ ମା’

ଢେଙ୍କାନାଳ,୯ା୧୧(ରତନ ନାୟାର)ଢେଙ୍କାନାଳରୁ ବୁଧବାର ମେଲାଣି ନେଇଛନ୍ତି ମା’ ଲକ୍ଷ୍ମୀ। ସକାଳୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ବିଦାୟ ପର୍ବ ବିଳମ୍ବିତ ରାତି ଯାଏ ଚାଲିଥିଲା। ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଏହି ଅନ୍ତିମ ଉତ୍ସବ ଭସାଣି ଶୋଭାଯାତ୍ରା ବେଶ୍‌ ଆନନ୍ଦ ଉଲ୍ଲାସ ଓ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଲୋକନୃତ୍ୟ, ବାଦ୍ୟ ସଙ୍ଗୀତରେ ସମଗ୍ର ଢେଙ୍କାନାଳ ପ୍ରକମ୍ପିତ ହୋଇଉଠିଥିଲା। ବିଶେଷକରି କେରଳ, ମହାରାଷ୍ଟ୍ର ଓ ହରିୟାଣା, ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର, ପୁରୀ ଆଦିର ଲୋକନୃତ୍ୟ ପ୍ରମୁଖ ଆକର୍ଷଣ ସାଜିଥିଲା। ଏହି ଭସାଣି ଶୋଭାଯାତ୍ରାରେ ପିଲାଠାରୁ ଆରମ୍ଭ କରି ଯୁବକ ଓ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ। ପୂରା ସହର ଯେପରି ନାଚ, ଗୀତରେ ଏକାକାର ହୋଇଯାଇଥିଲା।
ପୂର୍ବାହ୍ନ ସାଢେ ୮ଟାରେ ୧ନଂ. ମେଢ ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମିନାବଜାର ପୂଜା ମଣ୍ଡପଠାରୁ ଏହି ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଜିଲାପାଳ ମନୋରଞ୍ଜନ ମଲ୍ଲିକ ନଡ଼ିଆ ବାଡ଼େଇ ମିଳିତ ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲାପାଳ(ରାଜସ୍ବ) ଲଳିତ ମୋହନ ବେହେରା, ମିଳିତବଜାର ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା, ଉପଜିଲାପାଳ ସପନ କୁମାର ନନ୍ଦ, ମିନାବଜାର ପୂଜା ପ୍ରତିଷ୍ଠାନ ସଭାପତି ରବି ନାରାୟଣ ମହାନ୍ତି, ସମ୍ପାଦକ ପୀତବାସ ସାହୁ ପ୍ରମୁଖଙ୍କ ସମେତ ବିଭିନ୍ନ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଚଳିତବର୍ଷ ୩୮ଟି ପୂଜା ମଣ୍ଡପରେ ପୂଜା ହୋଇଥିବା ବେଳେ ୨୨ ଅନୁଷ୍ଠାନ ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଅନ୍ୟ ପୂଜା ପ୍ରତିଷ୍ଠାନଗୁଡିକ ନିଜ ସୁବିଧା ମୁତାବକ ମେଢ ବିସର୍ଜନ କରିଥିଲେ। ମିଳିତ ଭସାଣି ଶୋଭାଯାତ୍ରାରେ ପ୍ରଥମେ ମିନାବଜାର, ଦ୍ୱିତୀୟରେ ଜବାହାରଚୌକ, ତାହା ପଛକୁ ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, କାରିଗର ସାହି, ବାଜିଚୌକ, ଗୁଡିଆନାଳୀ ଓ ପରେ ପରେ ଅନ୍ୟ ପୂଜା ପ୍ରତିଷ୍ଠାନର ମେଢ ଶୋଭାଯାତ୍ରାରେ ଯାଇଥିଲେ। ମେଢଗୁଡିକ ନିଜ ନିଜ ମଣ୍ଡପରୁ ବାହାରି ସହରର ପ୍ରମୁଖ ରାସ୍ତାଦେଇ ବଳରାମ ମନ୍ଦିର, ରାଜବାଟୀ, ଦୁର୍ଗା ବଜାର ଛକ, ବସ୍‌ଷ୍ଟାଣ୍ଡ ଟ୍ରାଫିକ ଛକ, ପୂର୍ତ୍ତବିଭାଗ ଗଳି ଦେଇ ପୁଣିଥରେ ସହରର ପ୍ରମୁଖ ରାସ୍ତାରେ ବାହାରି ସେଠାରୁ ମହାବୀର ବଜାର, ଜବାହରଚୌକ ଓ ବାଜିଚୌକ ଦେଇ ବିସର୍ଜନ ପାଇଁ ବଡଜୋରା କାଠଶଙ୍ଖ ଆଡକୁ ମୁହଁାଇଥିଲେ। ରାତି ୧୦ଟା ୫ରେ ପ୍ରଥମେ ମିନାବଜାର ପୂଜା ପ୍ରତିଷ୍ଠାନ ମେଢ଼ ବିସର୍ଜନ କରାଯାଇଥିଲା। ପରେ ୧୦ଟା ୪୫ରେ ଦ୍ୱିତୀୟ ମେଢ଼ ଭାବେ ଜବାହରଚୌକ ମେଢ଼ ବିସର୍ଜନ ହୋଇଥିଲା। ଏହି ଶୋଭାଯାତ୍ରା ଓ ଭସାଣି ପର୍ବ ଅତ୍ୟନ୍ତ ଶୃଙ୍ଖଳାର ସହ ଶେଷ ହୋଇଥିଲା। ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ କେରଳର ଲୋକନୃତ୍ୟ, ମହାରାଷ୍ଟ୍ର ନାସିକର ବାଦ୍ୟ, ହରିୟାଣାର ଅଘୋରୀ ନୃତ୍ୟ, ରାଜସ୍ଥାନର ମାଙ୍କଡ଼ ନୃତ୍ୟ, ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀରର ଲୋକନୃତ୍ୟ, ପୁରୀର ଦେବଦାସୀ ଓ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସମ୍ମୁଖରେ ଶାସ୍ତ୍ରୀୟ ନୃତ୍ୟ, କେନ୍ଦୁଝରର ଆଦିବାସୀ ଲୋକନୃତ୍ୟ ଆଦି ସାମିଲ ହୋଇଥିଲା। ଶ୍ରୀକାକୁଲମ, ବ୍ରହ୍ମପୁର, ଯାଜପୁର ଆଦି ଅଞ୍ଚଳରୁ ଆସିଥିବା ବ୍ୟାଣ୍ଡପାର୍ଟି ବାଦ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା, ସଦସ୍ୟ ଓ ଅଞ୍ଚଳବାସୀ ନୂତନ ବସ୍ତ୍ର ପରିଧାନ କରି ଶୋଭାଯାତ୍ରାରେ ନୃତ୍ୟ ସଙ୍ଗୀତରେ ନିଜକୁ ହଜାଇ ଦେଇଥିଲେ। ଭସାଣି ଶୋଭାଯାତ୍ରା ଦେଖିବା ପାଇଁ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସମଗ୍ର ସହର ଯେପରି ଜନ ସମୁଦ୍ରରେ ପରିଣତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୨୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri