୬ ଦିନର ଝିଅକୁ ହତ୍ୟା କଲେ ମା’

ଭୋଗରାଇ, ୧୯।୩(ଡ଼ି.ଏନ.ଏ.): ଆଗରୁ ଝିଅଟିଏ ଥିଲା। ପୁଣି ଗୋଟିଏ ଝିଅ ହେବାରୁ ମା’ ମନରେ ସୃଷ୍ଟି ହୋଇଥିଲା ବିତୃଷ୍ଣା। ପରିବାର ଲୋକେ ତାଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ଭାରାକ୍ରାନ୍ତ କରିବାରୁ ସେ ଅତିଷ୍ଠ ହୋଇପଡ଼ିଥିଲେ। ଶେଷରେ ସେ ସାନଝିଅକୁ ଜୀବନରୁ ହଟାଇବାକୁ ମନେ ମନେ ସ୍ଥିର କରିଥିଲେ। ଦିନେ ଘରେ କେହି ନ ଥିବା ବେଳେ ମା’ ନିଜ ୬ ଦିନର ଝିଅର ତଣ୍ଟିଚିପି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିଲେ। ଝିଅକୁ କୁକୁର ଝୁଣି ଖାଇଗଲା ବୋଲି ବାହାନା କରିଥିଲେ। ପୋଖରୀରେ ମୃତଦେହ ଭାସୁଥିବା ଦେଖି ପଡ଼ୋଶୀମାନେ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସର ସନ୍ଦେହ ହେବାରୁ ଘଟଣା ପଦାକୁ ଆସିଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦା ଥାନା ଅଧୀନ ସିଅଁାରୋଇ ଗ୍ରାମରେ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସିଅଁାରୋଇ ଗ୍ରାମର ବଳରାମ ପାତ୍ର ଓ ସ୍ତ୍ରୀ ବନ୍ଦନାଙ୍କ ପୂର୍ବରୁ ୩ ବର୍ଷର କନ୍ୟା ସନ୍ତାନ ଥିଲେ। ପୁଅ ଆଶାରେ ବନ୍ଦନା ପୁଣି ଗର୍ଭବତୀ ହୋଇଥିଲେ। ପୁନର୍ବାର ତାଙ୍କର ଏକ ଶିଶୁକନ୍ୟା ହେବାରୁ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଦୁଇ ଝିଅଙ୍କୁ ଲାଳନ ପାଳନ କରି ବଡ଼ କରିବା ପାଇଁ ତାଙ୍କପକ୍ଷେ କଷ୍ଟକର ଥିବା ବେଳେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ୬ ତାରିଖ ରାତିରେ ପରିବାର ଲୋକେ ଭୋଜି ଖାଇବା ପାଇଁ ପଡ଼ୋଶୀ ଘରକୁ ଯାଇଥିବା ବେଳେ ଏହି ସୁଯୋଗରେ ମା’ ୬ ଦିନର ଶିଶୁକନ୍ୟାକୁ ଘରେ ତଣ୍ଟି ଚିପି ହତ୍ୟା କରିବା ପରେ ପୋଖରୀରେ ଫିଙ୍ଗି ଦେଇଥିଲେ। ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା ସୂଚନା ମିଳିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଶିଶୁକନ୍ୟା ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ହେବା ସହ ପୋଲିସ ମା’ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ସଂକ୍ରାନ୍ତରେ କମର୍ଦ୍ଦା ଥାନାରେ ଏକ ମାମଲା(ନଂ.୩୦/୨୩) ରୁଜୁ ହୋଇଛି। କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା କିରୋସିନି ବୋଝେଇ ଅଟୋ

ଭଦ୍ରକ ଅଫିସ, ୨୪।୧୦: ଭଦ୍ରକ ଜିଲା ଧାମନଗର-ଚୁଡ଼ାକୁଟି ରାସ୍ତାର ପଣ୍ଡୁବଜାର ଛକ ନିକଟରେ ରବିବାର ଏକ କିରୋସିନ ବୋଝେଇ ଅଟୋ (ନଂ. ଓଡି ୨୨ ଡି...

ଅବହେଳିତ ପରିବେଶ ପର୍ଯ୍ୟଟନସ୍ଥଳୀ: ଯୋଗୀଯୋଗିଆଣୀ ବୌଦ୍ଧ ପୀଠ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କୋସକା ପଞ୍ଚାୟତର ଯୋଗୀଯୋଗିଆଣୀ ବୌଦ୍ଧପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାର ୩ ବର୍ଷ ବିତିଲାଣି ।ମାତ୍ର ଏହି...

ଛାତରୁ ଠେଲି ବୃଦ୍ଧଙ୍କୁ ହତ୍ୟା: ଦମ୍ପତି ଅଟକ

ପୁରୀ ଅଫିସ,୫।୧: ପୁରୀ ଟାଉନ ଥାନା ଅଧୀନ ପଥୁରିଆ ସାହିରେ ରବିବାର ପୂର୍ବାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନାରାୟଣ ମହାରଣା(୭୫)। ଘର ଭଡ଼ାକୁ...

ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଡ଼ସାହି,୧୨ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାର...

ଫାଶୀ ଦେଇ ଯୁବତୀଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ବଡ଼ବିଲ,୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଚଟେଇ ହଣ୍ଟିରେ ଜଣେ ୧୬ ବର୍ଷୀୟ ଯୁବତୀ ଓଢଣିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ରାତିରେ...

୧୭ରେ କେନ୍ଦ୍ରାପଡ଼ା ବନ୍ଦ ଡାକରା

କେନ୍ଦ୍ରାପଡ଼ା ଅଫିସ, ୧୬ା୧:କେନ୍ଦ୍ରାପଡ଼ା ସହରର ଖଡିଅଙ୍ଗସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସିଟି ହସ୍ପଟାଲ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି। ସହରର ମିଳିତ କ୍ରିୟାନୁଷ୍ଠାନ କମିଟି...

‘ଯୌତୁକ ପାଇଁ ମାରିଦେଲେ ଝିଅକୁ’

ବନ୍ତ,୧୫।୭(ଡି.ଏନ୍‌.ଏ.): ଯୌତୁକ ଟଙ୍କା ଦେଇ ନ ପାରିବାରୁ ଶାଶୁଘର ଲୋକେ ମୋ ଝିଅକୁ ମାରିଦେଲେ। ଏଭଳି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲା ବନ୍ତ ଥାନା ଅଧୀନ...

ବାପ୍‌ ଉପରେ ୭ ପରାନୀର ବୋଝ୍‌: ମା’ର ଚିକିଛା ସାହାଯ୍‌ ଆଶ୍‌ରେ ଝି’ପୁଓ

ବିନିକା,୨୨।୧୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଖଇରମାଲ ଗଁାର ମହାଦେବ ମନ୍ଦିର ଉପରପଡ଼ାର ସତ୍ୟନାରାୟଣ ବାରିକ(୫୨)କଁର ମାଏକିନା ବୃନ୍ଦାବତୀ(୪୫)। ତାକର ମୁଡେ ରକତ୍‌ ଜମା...

Advertisement
Archives

Model This Week