ଭାରତମାତା ପୂଜନ ଉତ୍ସବ: ମନମୋହିଲା ଛଉ, ପାଇକ ଆଖଡ଼ା

ଦାରିଙ୍ଗବାଡ଼ି,୨୭।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନ ଧରି ଭାରତମାତା ପୂଜନ ଉତ୍ସବ ସହ ଅମୃତ ମିଳନ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ସଂସ୍କାର ଭାରତୀ ପକ୍ଷରୁ ସିମନବାଡ଼ି ପଞ୍ଚାୟତର ଅମୃତ ପରିବାର ପକ୍ଷରୁ ଆୟୋଜନ କରାଯାଇଥିଲା।
ପ୍ରକାଶ ଯେ, ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସକୁ ସିମନବାଡ଼ିଠାରେ ଭାରତମାତା ପୂଜନ ଉତ୍ସବ ଭାବେ ପାଳନ କରାଯାଉଛି। ଏହା ଗତ ୧୦ବର୍ଷ ଧରି ପାଳନ କରାଯାଉଥିବା ବେଳେ ସାଧାରଣତନ୍ତ୍ର ଦିବସରେ ସ୍ବତନ୍ତ୍ର ଭାବେ ଭାରତମାତା ପୂଜନ ଉତ୍ସବ ପାଳନ କରାଯାଇଛି। ଉତ୍ସବକୁ ଚଳିତ ବର୍ଷ ଆରାଧନା ନାମରେ ନାମିତ କରାଯାଇଛି। ବ୍ଲକ ତଥା ଜିଲା ଓ ଜିଲା ବାହାରୁ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇ ଗୁରୁବାର ଉଦ୍‌ଯାପିତ ହୋଇଛି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ନଗରପରିକ୍ରମା, ସଂକୀର୍ତ୍ତନ, ଆଧ୍ୟାତ୍ମିକ ଚେତନା, ପତାକା ଉତ୍ତୋଳନ ସହ ସମ୍ବିଧାନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ଯୁବପିଢ଼ିଙ୍କୁ ସଂସ୍କାର, ସାମାଜିକ ଶିକ୍ଷା ଆଦି ପରାମର୍ଶ ଦିଆଯାଇଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ସହ ମୟୂରଭଞ୍ଜରୁ ଆସିଥିବା ଛଉନୃତ୍ୟ, ଖୋର୍ଦ୍ଧା ଜିଲାର ପାଇକଆଖଡ଼ା ଆଦି ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନିରଞ୍ଜନ ପଣ୍ଡା ଏବଂ ସଂସ୍କାର ଭାରତୀ ସାହିତ୍ୟ ବିଭାଗ ମୁଖ୍ୟ ତପନ ବରିହା ପ୍ରମୁଖ ପରିଚାଳନା କରଥିଲେ। ସେହିପରି ମୟୂରଭଞ୍ଜର ଅକ୍ଷୟ ମହାନ୍ତ, ସୁଶାନ୍ତ ମହାନ୍ତ, ଇତିଶ୍ରୀ ମହାନ୍ତ, ବୀଣାପାଣି ମହାନ୍ତ ପ୍ରମୁଖ କଳାକାର ନିଜ କଳା ପ୍ରଦର୍ଶନ କରିଥିଲେ। ସେହିପରି ଅଞ୍ଚଳର ଦେଶପ୍ରେମୀ, ସ୍ଥାନୀୟ ମୁକ୍ତିମଣ୍ଡପ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ୬୦ ହଜାର କୁଇଣ୍ଟାଲ ଟାର୍ଗେଟ

ନୟାଗଡ଼ ଅଫିସ,୫।୩: ନୟାଗଡ଼ ଜିଲାରେ ଅଭାବୀ ଧାନ ବିକ୍ରି ବଢ଼ୁଛି। ଜିଲାରେ ସରକାର ଖୋଲିଥିବା ମଣ୍ଡିରେ ଟାର୍ଗେଟ ଶେଷ ହୋଇଯାଇଛି ଦର୍ଶାଇ ଚାଷୀଙ୍କ ଧାନ କିଣାଯାଉ...

ନିରାଶ ହେଲେ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କ ସମର୍ଥକ

ଆନନ୍ଦପୁର,୨୫ା୫(ସ୍ବ.ପ୍ର.): ମୋଦି ଲହର ସାଙ୍ଗକୁ ବିଜୟୀ ହେବାର ଆଶା କେନ୍ଦୁଝର ଜିଲା ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ସପକ୍ଷରେ ରହି ଆସିଥିବାବେଳେ ଭୋଟଗଣତି ପରେ...

ବାଇକ୍‌ ଧକ୍କାରେ ଗଲା ୨ ଜୀବନ

ମାଲକାନଗିରି, ୧୩ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତା ନାୟକଗୁଡାଠାରେ ରବିବାର ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି।...

ଅସୁରକ୍ଷିତ ଆନନ୍ଦପୁର ବୈତରଣୀ ସେତୁ

ଆନନ୍ଦପୁର,୫।୫(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁରର ଲାଇଫଲାଇନ୍‌ କୁହାଯାଉଥିବା ବୈତରଣୀ ସେତୁ ଅସୁରକ୍ଷିତ ହୋଇପଡ଼ିଛି। ୨୦ ନଂ. ଜାତୀୟ ରାଜପଥ ଓ ୫୩ ନଂ. ରାଜ୍ୟ ରାଜପଥକୁ ଯୋଗାଯୋଗ...

ସ୍କୁଲରୁ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ଛାତ୍ରୀ ମୃତ, ୪୯ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ବିଟିଏମ୍‌ ବାଇପାସ୍‌ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଜଣେ ଛାତ୍ରୀ ସାଇକେଲ ଯୋଗେ...

ବ୍ରହ୍ମପୁର ବଜାରରେ ବେଙ୍ଗାଲୁରୁ ଗୋଲାପର ଚାହିଦା

ବ୍ରହ୍ମପୁର ଅଫିସ,୮।୨: ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସାରା ପୃଥିବୀରେ ଏହା ପ୍ରେମୀ ଯୁଗଳଙ୍କ ମଧ୍ୟରେ ବେଶ ଆଦୃତ...

ପରିଚାଳନାରେ ଝୁଣ୍ଟିଲା ପ୍ରଶାସନ: ଗୋଟିଏ ବୁଥ୍‌ରେ ହୋଇପାରେ ସାନି ମତଦାନ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ବେଳେ ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ ଖବର ଆସିଥିଲା। ଏପରି କି କେତୋଟି...

ବିଦାୟ ନେଲେ ବୁଢ଼ାଗଣେଶ

ଭଦ୍ରକ ଅଫିସ, ୨୯।୯ – ୨୭ ଦିନ ଧରି ପୂଜା ପାଇବା ପରେ ରବିବାର ଭଦ୍ରକର ପ୍ରସିଦ୍ଧ ବାବା ବୁଢ଼ା ଗଣେଶ ବିଦାୟ ନେଇଛନ୍ତି। ପାରମ୍ପାରିକ...

Advertisement
Archives

Model This Week