ଶାଶୁ ଘର ଲୋକେ ମୋ ଝିଅକୁ ହତ୍ୟା କରିଛନ୍ତି

ବାସୁଦେବପୁର,୨୮।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପଞ୍ଚାୟତ ନଟିଆପାଳ ଗ୍ରାମରେ ଶନିବାର ରାହାସ ମଞ୍ଜରୀ ପୁହାଣ ନାମ୍ନୀ ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ତାଙ୍କ ଝିଅଙ୍କୁ ଶାଶୁଘର ଲୋକେ ଯୋଜନା ମୁତାବକ ହତ୍ୟା କରିଥିବା ବାପଘର ଲୋକେ କଷିଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଶାଶୁଘର ପକ୍ଷରୁ କେତେଜଣ ସମ୍ପର୍କୀୟ ରାହାସ ମଞ୍ଜରୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଡାକ୍ତରଖାନା ଆଣିଥିବା ସମ୍ପର୍କୀୟ ମୃତଦେହ ଛାଡ଼ି ପଳାଇ ଥିଲେ। ପରେ ମୃତା ରାହାସ ମଞ୍ଜରୀଙ୍କ ବାପା ଷଣ୍ଢଗଡ଼ା ଗ୍ରାମର ମହେଶ୍ୱର ପୁହାଣ ଓ ତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଝିଅର ଶାଶୁଘର ଲୋକଙ୍କୁ ନ ପାଇ ଅସନ୍ତୋଷ ବ୍ୟକ୍ତ କରିବା ସହ ହତ୍ୟା ନେଇ ଥାନାରେ ଏତଲା ଦେଇଥିଲେ। ଚଳିତ ବର୍ଷ ଫେବୃୟାରୀରେ ରାହାସ ମଞ୍ଜରୀଙ୍କ ନଟିଆପାଳ ଗ୍ରାମର ରାକେଶ ନାୟକଙ୍କ ସହ ବିବାହ ହୋଇଥିଲା। ବିବାହର ୬ ମାସ ପରେ ସନ୍ଦେହଜନକ ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୋଗ ଆଧାରରେ ମୃତା ରାହାସ ମଞ୍ଜରୀଙ୍କ ସ୍ବାମୀ ସମେତ ୧୫ ଜଣଙ୍କ ନାମରେ ମାମଲା (ନଂ.୧୧୪/୨୧) ରୁଜୁ କରିଛି। ଏଥିସହ ତାଙ୍କ ସ୍ବାମୀ ରାକେଶଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଗୋରୁଙ୍କୁ ଖାଦ୍ୟ ପ୍ରଦାନ

ସୋରଡା,୯ା୪(ଡି.ଏନ୍‌.ଏ.)- ସ୍ଥାନୀୟ ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ସହରର ଗଣିଛକ, ବଡଦାଣ୍ଡ, କାଳୀଳିମନ୍ଦିର ଅଞ୍ଚଳରେ ବୁଲା ଗୋରୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ସମ୍ପାଦକ ରଜନୀ ମହାପାତ୍ର,...

ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୨୧।୧:ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି...

ରାସ୍ତାରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୧୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଶରଣକୂଳରୁ-ପୁରୀ ଯାଇଥିବା ନୂଆଜଗନ୍ନାଥ ସଡ଼କରେ ରବିବାର ଅପରାହ୍ନ ୫ଟାରେ ଏକ ହାତୀ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ଫଳରେ ଉଭୟ...

ଲଗାଣ ବର୍ଷାରେ କ୍ଷେତରେ ଗଜା ହେଲା ଧାନ

କୋକସରା, ୨୩।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକାସରା ବ୍ଳକର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନି। କେତେବେଳେ ଅନାବୃଷ୍ଟି ତ କେତେ ବେଳେ ଧାନ ଚାଷରେ ରୋଗପୋକର...

ସୋସିଆଲ ମିଡିଆରେ ଆନନ୍ଦବଜାର ଫଟୋ ଭାଇରାଲ

ପୁରୀ ଅଫିସ,୭ା୧୦ : ସୋସିଆଲ ମିଡିଆରେ ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ। ଆନନ୍ଦବଜାର ପରିସରରେ ମହାପ୍ରାସଦ ସେବନ କରୁଥିବା କେଜେଜଣ ଭକ୍ତଙ୍କ ଫଟୋ ସୋସିଆଲ...

ସ୍ଥିତି ପରଖିବା ସତ୍ତ୍ୱେ ଏଏସ୍‌ଆଇ ଚୁପ୍‌

ପୁରୀ ଅଫିସ,୩।୫:ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ତିନିଜଣିଆ ଟିମ୍‌ ରବିବାର ପୁରୀ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛି। ଏହି...

୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ

ପାରାଦୀପ,୭।୧(ସ୍ବ.ପ୍ର.): ପାରାଦୀପ ପିପିଏଲ୍‌ ପରିସରରେ ଥିବା ଜଳାଶୟରେ ଚଳିତବର୍ଷ ୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଶୁକ୍ରବାର ରାଜନଗର ବନଖଣ୍ଡ ପକ୍ଷରୁ...

ଜଙ୍ଗଲ ଭିତର ଜୁଆଆଡ୍ଡାରେ ଚଢ଼ାଉ, ୫ ଗିରଫ

ବଲାଙ୍ଗୀର ଅଫିସ,୧୯ା୪: କରୋନା ଲକ୍‌ଡାଉନ୍‌ ସମୟରେ ଜଙ୍ଗଲ ଭିତରେ ଚାଲିଥିବା ଜୁଆଖେଳ ଉପରେ ଟାଉନ୍‌ ଥାନା ପୋଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ...

Advertisement
Archives

Model This Week