ଟିପ୍ପର ଧକ୍କାରେ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଲା: ମା’ଝିଅଙ୍କୁ ଗାଡ଼ି ମଡ଼ାଇ ହତ୍ୟା

ଧର୍ମଶାଳା/ଜେନାପୁର,୫ା୮(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ବୁଧବାର ଟିପ୍ପର ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଗୁରୁବାର ଭିନ୍ନମୋଡ଼ ନେଇଛି। ଟିପ୍ପର ଚାଳକ ସାମାନ୍ୟ ବଚସାରେ ଉତ୍ତ୍ୟକ୍ତ ହୋଇ ଗାଡ଼ି ମଡ଼ାଇ ସେହି ମା’ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି। ମୃତକ ହେଲେ ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ରଥପଡ଼ିଆର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଓ ତାଙ୍କ ଝିଅ ସୋମାଲୀ ଚକ୍ରବର୍ତ୍ତୀ(୨୬)। ଏନେଇ ପୋଲିସ ନିଜ ଆଡୁ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗାଡ଼ି ଚାଳକଙ୍କୁ ଗୁରୁବାର ଗିରଫ କରି ତଦନ୍ତ ଚଳାଇଛି। ଗିରଫ ଚାଳକ ହେଲେ ଉକ୍ତ ଥାନା ଅଧୀନ ସଂପାରୁ ପଞ୍ଚାୟତ ତୋଟାକଣ ଗ୍ରାମର ଅମର ସ୍ବାଇଁ। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯିବ। ଚାଳକଙ୍କୁ ପଚରାଉଚରା ବେଳେ ସେ ନିଜ ଭୁଲ୍‌ ସ୍ବୀକାର କରିଥିବା କଥା ଏସ୍‌ପି ରାହୁଲ୍‌ ପିଆର୍‌ ସୂଚନା ଦେଇଛନ୍ତି। ଏଥିସହିତ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ ଆରୁହା ଛକରେ ପହଞ୍ଚତ୍ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି।
ଏ ସମ୍ପର୍କରେ ଥାନା ଅଧିକାରୀ କହିଛନ୍ତି, ଶ୍ରୀତିକା ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଗ୍ରାମକୁ ଝିଅ ସହ ଯାଇଥିଲେ। ଶୁଦ୍ଧିକ୍ରିୟା ସାରି ମା’,ଝିଅ ବୁଧବାର ଅପରାହ୍ନରେ ଏକ ସ୍କୁଟି(ନଂ.ଓଡି୦୬ଜି ୭୯୨୯)ରେ ଘରକୁ ଫେରୁଥିଲେ। ଆରୁହା ଛକ ନିକଟରେ ଶ୍ରୀତିକା,ସୋମାଲୀ ଓ ଟ୍ରକ୍‌ ଚାଳକ ଅମରଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ତେବେ କ’ଣ ପାଇଁ ଏହି ବଚସା ଚାଲିଛି ବୋଲି ପଚାରିବାରୁ ଶ୍ରୀତିକା, ସୋମାଲୀ କହିଥିଲେ, ସ୍କୁଟିରରେ ଆସୁଥିବା ବେଳେ ଟିପ୍ପର ଚାଳକ ସେମାନଙ୍କୁ ସାଇଡ୍‌ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତେଣୁ ସେମାନେ ଆରୁହା ଛକରେ ଟ୍ରକ୍‌କୁ ଅଟକାଇ ସମ୍ପୃକ୍ତ ଚାଳକଙ୍କୁ ପଚାରିବାରୁ ଚାଳକ ତାଙ୍କୁ ଗାଳିଗୁଲଜ କରିଥିଲେ। ସ୍ଥାନୀୟ ଲୋକେ ଏହି ଘଟଣାର ଆପୋସ ସମାଧାନ କରି ଶ୍ରୀତିକା ଓ ସୋମାଲୀଙ୍କୁ ବିଦା କରିଦେଇଥିଲେ। ତେବେ ଏହାର କିଛି ସମୟ ପରେ ଟିପ୍ପର ଚାଳକ ସେହି ରାସ୍ତାରେ ଗାଡ଼ି ନେଇ ଯାଇଥିଲେ। ମାତ୍ର ୧୫ରୁ ୨୦ ମିନିଟ ପରେ ସେମାନଙ୍କୁ ବରଡ଼ା ଛକରେ ଦେଖି ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଚାଳକ ଜାଣିଶୁଣି ଗାଡ଼ି ଚଢ଼ାଇ ହତ୍ୟା କରି ଦୁର୍ଘଟଣାର ରୂପଦେବାକୁ ଚେଷ୍ଟା କରିଥିଲେ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣା ନେଇ ପୂର୍ବରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ତେବେ ପୋଲିସ ସମସ୍ତ ବିଷୟରେ ଅବଗତ ହେବା ପରେ ଏକ ହତ୍ୟା ମାମଲା(ନଂ.୨୦୭/୨୨) ରୁଜୁ କରିଛି। ଅନ୍ୟପକ୍ଷେ ବଡ଼ଚଣା ଡାକ୍ତରଖାନାରେ ଶ୍ରୀତିକା,ସୋମାଲୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ନିଜ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଟିପ୍ପର (ନଂ.ଓଆର୍‌-୧୬-ଡି-୬୪୦୮)କୁ ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri