Posted inଫୁରସତ

ଟ୍ରେନ୍‌ ଦୁର୍ଘଟଣା ରୋକିବ ‘କବଚ’

ନୂଆଦିଲ୍ଲୀ: ରେଲଓ୍ବେକୁ ଦୁର୍ଘଟଣାମୁକ୍ତ କରିବା ପାଇଁ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ସ୍ବୟଂଚାଳିତ ଟ୍ରେନ୍‌ ସୁରକ୍ଷା ସିଷ୍ଟମ ‘କବଚ’ ଅଧୀନରେ ଧୀରେ ଧୀରେ ଭାରତୀୟ ରେଳପଥକୁ ସମ୍ପୂର୍ଣ୍ଣ ଭାବେ କଭର୍‌ କରିବାକୁ ପଦକ୍ଷେପ ନିଆଯିବ। ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାରେ ସୂଚନା ଦେଇଛନ୍ତି। ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଦାର-ପରଭାନି ଏବଂ ମନ୍‌ମଦ୍‌-ପରଭାନି-ଗୁଣ୍ଟକଲ ସେକ୍ସନର ୧,୪୪୫ କିଲୋମିଟର ରେଳପଥରେ କବଚ ସିଷ୍ଟମ ବ୍ୟବହାର ହୋଇଛି। ଏଥିସହ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓଡା କରିଡରର ପ୍ରାୟ ୩,୦୦୦ କିଲୋମିଟର ରୁଟ୍‌ରେ କବଚ ରହିବା ନିମନ୍ତେ ଟେଣ୍ଡର ମାଧ୍ୟମରେ ମୂଲ୍ୟାୟନ ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ କହିଛନ୍ତି। ସର୍ବାଧିକ ବ୍ୟବହାର ହେଉଥିବା ୩୫ ହଜାର କିଲୋମିଟରରୁ ଊର୍ଦ୍ଧ୍ୱ ରୁଟ୍‌କୁ ଗତ ୨ ବର୍ଷରେ ଏଥିରେ ସାମିଲ କରାଯାଇ କାର୍ଯ୍ୟ ଜାରିରହିଛି। ନିଜର ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥା ବିକଶିତ କରିବାରେ ଭାରତ ବିଶ୍ୱର ଅଳ୍ପ କେତେକ ଦେଶ ମଧ୍ୟରୁ ଅନ୍ୟତମ। ଏହା ଇଣ୍ଡିପେଣ୍ଡେଣ୍ଟ ସେଫ୍ଟି ଆସେସର ଦ୍ୱାରା ଏହା ସେଫ୍ଟି ଇଣ୍ଟିଗ୍ରିଟି ଲେଭଲ(ଏସ୍‌ଆଇଏଲ୍‌-୪) ସର୍ବୋଚ୍ଚସ୍ତରର ସୁରକ୍ଷା ପ୍ରମାଣପତ୍ର ହାସଲ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କବଚ ସିଷ୍ଟମ କ’ଣ

ଟ୍ରେନ୍‌ କୋଲିଜନ୍‌ ଆଭଏଡାନ୍ସ ସିଷ୍ଟମ(ଟିସିଏଏସ୍‌) ଅଧୀନରେ ଭାରତର ନିଜସ୍ବ ସ୍ବୟଂଚାଳିତ ସୁରକ୍ଷା ବ୍ୟବସ୍ଥା କବଚକୁ ୨୦୧୨ରୁ ବିକଶିତ କରାଯାଇଛି। ଏହି ବୈଦ୍ୟୁତିକ ଉପକରଣ ଏବଂ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ ଡିଭାଇସ୍‌ ସମୂହକୁ ଲୋକୋମୋଟିଭ୍‌ସରେ ଇନ୍‌ଷ୍ଟଲ କରାଯାଏ। ଏହା ଟ୍ରେନ୍‌ର ବ୍ରେକ୍‌ ଉପରେ ନିୟନ୍ତ୍ରଣ ରଖିବା ସହ ଚାଳକଙ୍କୁ ବିଭିନ୍ନ ସିଗ୍‌ନାଲ ମାଧ୍ୟମରେ ଆଲର୍ଟ କରିଥାଏ। କୌଣସି ଦୁର୍ଘଟଣା ଏଡ଼ାଇବାକୁ ଲୋକୋ ପାଇଲଟ୍‌ ବ୍ରେକ୍‌ ଲଗାଇବାରେ ବିଫଳ ହେଲେ କବଚ ଆପେ ଆପେ ଟ୍ରେନ୍‌ର ବ୍ରେକ୍‌ ଲଗାଇ ଗତି ନିୟନ୍ତ୍ରଣ କରିଥାଏ। ଏଥିସହ ଉଚ୍ଚ ରେଡିଓ ଫ୍ରିକ୍ୱେନ୍ସି ବ୍ୟବହାର କରି ନିରନ୍ତର ଟ୍ରେନ୍‌ର ଗତି ଉପରେ ନଜର ରଖିଥାଏ। ଦୁଇଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଆଶଙ୍କା ଥିଲେ କବଚ ଏହି ଉପାୟରେ ବ୍ରେକ୍‌ ଲଗାଇଥାଏ। ଘନ କୁହୁଡ଼ିବେଳେ ରାସ୍ତା ଠିକ୍‌ ଭାବେ ଦେଖା ନ ଗଲେ ଏହା ଲୋକୋ ପାଇଲଟ୍‌ଙ୍କୁ ସାହାଯ୍ୟ କରିଥାଏ। ଆଗାମୀ ଦିନରେ ଏଥିରେ ଉଚ୍ଚ ଜ୍ଞାନକୌଶଳ ସମ୍ପନ୍ନ ୟୁରୋପିଆନ୍‌ ଟ୍ରେନ୍‌ କଣ୍ଟ୍ରୋଲ ସିଷ୍ଟମ୍‌ ଲେଭଲ-୨ ରଖାଯିବାର ଯୋଜନା ରହିଛି। ୟୁରୋପୀୟ ବ୍ୟବସ୍ଥା ତୁଳନାରେ କବଚ ସିଷ୍ଟମ ଅପେକ୍ଷାକୃତ କମ୍‌ ବ୍ୟୟରେ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri