ରାସ୍ତାରେ ଘାଇ: ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ ଫୁଳିବାରେ ଲାଗିଥିବା ବେଳେ ଚାଷ ଜମି ବାଲିଚର ହୋଇ ନଷ୍ଟ ହୋଇଛି। ବୁଧବାର ନୂଆପଡା ବ୍ଲକରେ ସର୍ବାଧିକ ୧୬୪ ମି.ମି. ବର୍ଷା ହୋଇଥିବା ବେଳେ କୋମନାରେ ୧୩୦, ଖଡିଆଳ ୧୧୦, ବୋଡେନ ୧୧୭ ଓ ସିନାପାଲି ବ୍ଲକରେ ୭୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ଜଳସ୍ତର ବୃଦ୍ଧି ପାଇଥିବାରୁ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ୫ଟି, ସୁନ୍ଦର ଜଳସେଚନ ପ୍ରକଳ୍ପ ଜଡାମୁଣ୍ଡାରେ ୩ଟି, ଅପରଜୋଙ୍କ ଜଳସେଚନ ପ୍ରକଳ୍ପ ପତୋରା ୩ଟି ଗେଟ ଓ ସାଇପଲା ଜଳସେଚନ ପ୍ରକଳ୍ପରେ ୬ଟି ଗେଟ ଦେଇ ବନ୍ୟଜଳ ନିଷ୍କାସନ କରାଯାଉଛି। ଏସବୁ ପ୍ରକଳ୍ପରୁ ଜଳ ନିଷ୍କାସନ ପରେ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପତୋରା ପ୍ରକଳ୍ପର ୩ଟି ଗେଟ ଖୋଲିବା ପରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇ ସାରାବଙ୍ଗ-ପାୱାରତୋଳା ମଧ୍ୟଭାଗରେ ଥିବା ଜୋଙ୍କ ନଦୀ ପୋଲ ଭାଙ୍ଗିଯାଇଛି। ଫଳରେ ପାୱାରତୋଳା, ଜରିଡିହି, ମୋହରାଡିହି, ପାତାଲଘୁଟକୁରି, ଖଳନା, ଆମାନାରା, ଡାଲିପଖନା, ଦର୍ରାଘୁଟକୁରି, ପାଶାମାରା ଇତ୍ୟାଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଯାଇଛି। ଏହାସହ ଜିଲା ସଦର ମହକୁମାଠାରୁ ଉକ୍ତ ରାସ୍ତା ଦେଇ ଛତିଶଗଡ ରାଜ୍ୟ ଫିଙ୍ଗେଶ୍ୱର, ରାଜୀମ ଦେଇ ରାୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧରମବନ୍ଧା ଦ୍ୱାରସେନୀ ମନ୍ଦିର ପାଖରେ ଜୋଙ୍କ ନଦୀରେ ବନ୍ୟା ହୋଇ ରାସ୍ତା ଉପରେ ୪ଫୁଟରୁ ପାଣି ପ୍ରବାହିତ ହେଉଛି। ସେହିପରି ପଣ୍ଡିରିପାଣି-ଗଙ୍ଗାଦିଗଡ ରାସ୍ତାର ପୋଲ ଭାଙ୍ଗି ୭ରୁ ୮ଫୁଟ ପାଣି ଯାଉଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଛତିଶଗଡ ଓ ଗଙ୍ଗାଦିଗଡର କେତେଜଣ ଲୋକ ନୂଆପଡା ଆସିତତ୍ବାବେଳେ ଅତ୍ୟଧିକ ବର୍ଷାରେ ପୋଲ ଭାଙ୍ଗି ଯିବାରୁ ସେମାନେ ଗାଁକୁ ଫେରି ପାରୁନାହାନ୍ତି। ସୁନାବେଡାଠାରୁ ଗାତିବେଡା ପୋଲ, ଗାତିବେଡା-ଢେକୁନପାଣି ରାସ୍ତା ପୋଲ, ସାଲେପଡା-କୋଟ୍ରାବେଡା ରାସ୍ତା ପୋଲ, ସୁନାବେଡା-ସନବାହାଲି-ଜୁନାପାଣି ରାସ୍ତା ପୋଲ ବର୍ଷାରେ ଧୋଇଯାଇଛି। ସୁନାବେଡା ଅଭୟାରଣ୍ୟକୁ ସଂଯୋଗ କରୁଥିବା ରାସ୍ତାର ବରକୋଟ ଘାଟିରେ ଏକ ବଡ ଗଛ ପଡିଥିବାରୁ ଯାତାୟାତ ବନ୍ଦ ହୋଇ ଯାଇଛି। ସୁନାବେଡା ଉପରେ ୬ଟି ନାଳାରେ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତାରେ ଗଛ ପଡିବାରୁ ୫୨ଟି ଗାଁ ଜଳବନ୍ଦୀ ହୋଇ ରହି ଯାଇଛନ୍ତି। କୋମନା ବିଦ୍ୟୁତ ଷ୍ଟ୍ରକ୍ଚର ସମ୍ମୁଖରେ ଓ ବଞ୍ଜାରୀ-ପଳସିପାଣିଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ୩ରୁ ୪ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ଠପ ହୋଇଯାଇଛି। ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଗାଁ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। କିଛି ଗାଁରେ ଅଧିକାଂଶ ଘରକୁ ବର୍ଷା ପାଣି ପଶି ଯାଇଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ୩୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ସ୍କୁଲ,…

ଡିସେମ୍ବର ୧ରୁ ବଦଳିବ SBI କ୍ରେଡିଟ କାର୍ଡ ନିୟମ, ଏହି ସବୁ ପେମେଣ୍ଟରେ ଲାଗିବ ଅତିରିକ୍ତ ଶୁଳ୍କ

ନୂଆଦିଲ୍ଲୀ, ୨୯।୧୦: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୧ ଡିସେମ୍ବର…

Video: ଆରସିବି (RCB) ତାଙ୍କୁ କିଣିବା ମାତ୍ରେ ହୋଟେଲ ରୁମାର ଏମିତି ନାଚିଲେ ଶ୍ରେୟଙ୍କା ପାଟିଲ , ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୯।୧୦: ବୁଧବାର କୋଚିରେ ‘ୱିମେନ୍ସ ପ୍ରିମିୟର ଲିଗ’ (WPL) ର ପଞ୍ଚମ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପାଞ୍ଚଟି ଦଳ ମୋଟ ୨୭…

ଡିଡ୍ରବାଡ଼ିରେ ଭୂସ୍ଖଳନ: ବାଡ଼ାବାଙ୍ଗା-ଡିଡ୍ରବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦାରିଙ୍ଗବାଡ଼ି ଅଞ୍ଚଳର ବହୁ ଗ୍ରାମ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତର ୧୫ ନଂ ଓ୍ବାର୍ଡ ଡିଡ୍ରବାଡ଼ି ଗାଁ…

ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ ଏମିତି କାମ କଲେ ଶୁଭମନ ଗିଲ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ (ODI) ସିରିଜ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଭାରତୀୟ ଅଧିନାୟକ…

ଆଜି ରାତିରେ ଘଟିବ ବିରଳ ସଂଯୋଗ: ବୃଷ-ମିଥୁନ ସମେତ ୪ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ଘରକୁ ଆସିବ ଖୁସିଖବର!

ଅକ୍ଟୋବର ୨୯ ତାରିଖ ରାତିରେ ଚନ୍ଦ୍ରମା ବୃଷ ରାଶିରୁ ବାହାରି ତୁଳା ରାଶିକୁ ଗୋଚର କରିବେ। ରାତି ୧୦ଟା ୭ ମିନିଟରେ ଚନ୍ଦ୍ରଙ୍କ ଏହି ରାଶି ପରିବର୍ତ୍ତନ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଗାଡ଼ି, ବ୍ୟାଙ୍କିଂ ଓ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ୧ ନଭେମ୍ୱର ୨୦୨୬ରୁ ଦେଶରେ ସାଧାରଣ ଲୋକଙ୍କ ପକେଟ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ବଡ଼…

ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୯ା୧୦: ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଏହି ପ୍ରଶ୍ନର ଉତ୍ତରରେ ଅନେକ କ୍ରିକେଟରଙ୍କ ନାଁ ସାମ୍ନାକୁ ଆସିପାରେ। କିନ୍ତୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?