Posted inଖେଳ

ଶେଷ ବଲ୍‌ରେ ୧୨ ରନ୍‌, କିଛି ଏଭଳି ଖେଳି ମ୍ୟାଚ୍‌ ଜିତାଇଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୧: କ୍ରିକେଟ ଇତିହାସରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ମ୍ୟାଚ୍‌ ଶେଷରେ କର ବା ମର ସ୍ଥିତି ଉପୁଜିଛି। ହେଲେ ବ୍ୟାଟ୍ସମ୍ୟାନ୍‌ମାନେ ଶେଷ ବଲ୍‌ରେ ଚଉକା ନଚେତ ଛକା ମାରି ମ୍ୟାଚ୍‌କୁ ଜିତିନେଇଛନ୍ତି। ଏଭଳି ଏକ ଘଟଣାକ୍ରମରେ ଏକ ମ୍ୟାଚ୍‌ରେ ଶେଷ ବଲ୍‌ରେ ୧୨ ରନ୍‌ର ଆବଶ୍ୟକତା ରହିଥିଲା। ପଡ଼ିଆରେ ଥିବା ବ୍ୟାଟ୍ସମ୍ୟାନ୍‌ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ।

୧୪ ବର୍ଷ ପୂର୍ବେ ନ୍ୟୁଜିଲାଣ୍ଡର ଘରୋଇ ଟି୨୦ ଟୁର୍ନାମେଣ୍ଟରେ ଏଭଳି ମୁକାବିଲା ଦେଖିବାକୁ ମିଳିଥିଲା। ଏଥିରେ ନର୍ଦନ ଡିଷ୍ଟ୍ରିକ୍ଟସ୍‌ ଏବଂ ଅକ୍‌ଲାଣ୍ଡର ଟିମ୍‌ଙ୍କ ମଧ୍ୟରେ ଖେଳ ଚାଲୁଥିଲା। ମ୍ୟାଚ୍‌ରେ ଅନେକ ଷ୍ଟାର ଅନ୍ତରାଷ୍ଟ୍ରୀୟ କ୍ରିକେଟର ଖେଳୁଥିଲେ। ସେଥିରୁ ଜଣେ ଥିଲେ ଆନ୍ଦ୍ରେ ଆଡମ୍‌ସ। ନର୍ଦନ ଡିଷ୍ଟ୍ରିକ୍ଟସ୍‌ ଟିମ୍‌ ଟସ୍‌ ଜିତି ୧୬୦ ରନ୍‌ କରିଥିଲେ। ଅକ୍‌ଲାଣ୍ଡକୁ ଜିତିବା ପାଇଁ ୧୬୧ ରନ୍‌ର ଆବଶ୍ୟକତା ରହିଥିଲା। ଜବାବରେ ଅକଲ୍ୟାଣ୍ଡ ଟିମ୍‌ ୯୭ରନ୍‌ରେ ୫ ଉଇକେଟ ହରାଇଥିଲା। ତାଙ୍କୁ ୩୪ ବଲ୍‌ରେ ୬୪ ରନ୍‌ ଆବଶ୍ୟକତା ରହିଥିଲା। ରୋବ ନିକୋଲ ଏବଂ କିଲି ଟୋଡ୍‌ଙ୍କ ଯୋଡ଼ି ଶେଷ ଓଭର ପର୍ଯ୍ୟନ୍ତ ଖେଳକୁ ନେଇଥିଲେ। ହେଲେ ଶେଷ ଓଭରର ଦ୍ୱିତୀୟ ବଲ୍‌ରେ କିଲି ଟୋଡ୍‌ ଆଉଟ୍‌ ହୋଇଯାଇଥିଲେ। ସେତେବେଳେ ୧୪୭/୬ ସ୍କୋର ରହିଥିଲା। ପରେ ଟିମ୍‌କୁ ୪ ବଲ୍‌ରେ ୧୪ ରନ୍‌ ଏବଂ ଶେଷରେ ଗୋଟିଏ ବଲ୍‌ରେ ୧୨ ରନ୍‌ କରିବା ଆବଶ୍ୟକତା ଥିଲା।

ଟିମ୍‌ର ଷ୍ଟାର ବୋଲର୍‌ ଗ୍ରେମ୍‌ ଏଲଡ୍ରିଜ୍‌ ଶେଷ ବଲ୍‌ ପକାଇବା ବେଳକୁ ତାହା ଏକ ନୋ-ବଲ୍‌ ହୋଇଥିଲା। ଏଥିରେ ଚଉକା ମାରିଥିଲେ ଆଡମ୍ସ। ନ୍ୟୁଜିଲାଣ୍ଡ ଘରୋଇ କ୍ରିକେଟରେ ନୋ ବଲ୍‌ରେ ୨ ରନ୍‌ ମିଳୁଥିବାରୁ ମୋଟ ୬ ରନ୍‌ ମିଳିଥିଲା। ପରେ ଗୋଟିଏ ବଲ୍‌ରେ ୬ ରନ୍‌ କରିବାକୁ ରହିଥିଲା। ଛକାର ଆବଶ୍ୟକତା ଥିବା ବେଳେ ଆଡମ୍ସ ତାହା କରିଦେଖାଇଥିଲେ। ଏହିଭଳି ଭାବେ ସେ ଗୋଟିଏ ବଲ୍‌ରେ ୧୨ ରନ୍‌ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri