ମଶା ଦାଉରେ କଲବଲ ରାଜଧାନୀବାସୀ

ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ): ମଶା ଦାଉରେ କଲବଲ ରାଜଧାନୀବାସୀ। ରାତି ହେଉ କି ଦିନ ଘରେ, ବାହାରେ ସାଲୁବାଲୁ ହେଉଛନ୍ତି ମଶା। ବସ୍ତିରୁ ଆପାର୍ଟମେଣ୍ଟ, ସ୍କୁଲରୁ ଅଫିସ ସବୁଠି ମଶା ଲାଗି ଅତିଷ୍ଠ ହେଉଛନ୍ତି ଲୋକେ। ମଶା ଯୋଗୁ ସହରରେ ଅସମ୍ଭାଳ ପରିସ୍ଥିତି। ସହରରେ ମଶାର ସାନ୍ଦ୍ରତା ୧୦୦ ଟପିଛି। ଅର୍ଥାତ୍‌ ଘଣ୍ଟାଏ ମଧ୍ୟରେ ଜଣେ ଲୋକକୁ ୧୦ଟି ମଶା କାମୁଡ଼ିବାକୁ ଜଗିଛନ୍ତି। ମଶାଙ୍କ ଦାଉରୁ ବର୍ତ୍ତିବାକୁ ଘରେ ବ୍ୟବହାର ହେଉଥିବା ମଶାଧୂପ, ଲିକ୍ୱିଡ୍‌, ଝୁଣା ଧୂଆଁ କିଛି କାମ କରୁନି। ଏମିତି ମଶା ମାରିବାକୁ ବ୍ୟବହାର ହେଉଥିବା ବ୍ୟାଟ୍‌ ବି ଆଉ କାମ ଦେଉନି। ସ୍ଥିତି ଏପରି ହେଲାଣି ଯେ, ପିଲାମାନେ ମଶାରି ଭିତରେ ବସି ପାଠ ପଢୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ସହରବାସୀ ମଶାଙ୍କୁ ନେଇ ଅତିଷ୍ଠ ହେବା ପରେ ଏବେ ବିଏମ୍‌ସିର ଚେତା ପଶିଛି। ଡ୍ରୋନ ସାହାଯ୍ୟରେ ମଶାଙ୍କୁ ଦମନ କରାଯିବ ବୋଲି ମେୟର, କମିଶନର କହିଛନ୍ତି। ଏଥିସହ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ମଶାଙ୍କ ବଂଶବୃଦ୍ଧିର କାରଣ, ନିରାକରଣ ଉପରେ ଦୃଷ୍ଟି ଦିଆଯିବ ବୋଲି ମଧ୍ୟ କୁହାଯାଇଛି। ବିଶେଷକରି ବର୍ଷା ଋତୁ ପରେ ବିଏମ୍‌ସି ଜଳ ଉତ୍ସଗୁଡିକରେ ମଶାତେଲ ନ ପକାଇ ନିଦରେ ଶୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ସେହିପରି ହକି ପାଇଁ ସହରର ସୌନ୍ଦର୍ଯ୍ୟକରଣ ନେଇ ବ୍ୟସ୍ତ ଥିବା ବିଏମ୍‌ସି ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ଅସମର୍ଥ ହୋଇଛି। ସ୍ଥିତିର ଗମ୍ଭୀରତାକୁ ଦେଖି ବିଏମ୍‌ସି ଏବେ ତତ୍ପରତା ଦେଖାଉଥିଲେ ବି ମଶାଙ୍କ ଉତ୍ପାତ ବଢିଚାଲିଛି। ତେଣୁ ଏହାକୁ ଦମନ କରିବା ପାଇଁ ବିଏମ୍‌ସି କେତେଦୂର ସମର୍ଥ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ଆଗକୁ ହକି ବିଶ୍ୱକପ୍‌ ଥିବାରୁ ବାହାରୁ ଆସିବାକୁ ଥିବା ଖେଳାଳି, ପ୍ରଶଂସକ ଯେପରି ରାଜଧାନୀରୁ ମଶା କାମୁଡ଼ା ଅଭିଜ୍ଞତା ନେଇ ନ ଫେରନ୍ତି ତାହା ଦେଖିବାକୁ ପଡ଼ିବ। ଏ ସମ୍ପର୍କରେ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ମଶା ଦମନ ପାଇଁ ଆମେ ପଦକ୍ଷେପ ନେଉଛୁ। ପୂର୍ବରୁ ସହରରେ ୧୦ଟି ଫଗିଂ ଟିମ୍‌ ଥିଲେ ଏବଂ ଏବେ ଆଉ ୪ଟି ଟିମ୍‌କୁ ନିୟୋଜିତ କରାଯାଇଛି। ଏମାନେ ନିୟମିତ ସହରରେ ମଶାଧୂଅଁା ଛାଡ଼ିବେ। ସେହିପରି ରବିବାରଠାରୁ ଡ୍ରୋନ୍‌ ସାହାଯ୍ୟରେ ମଶା ମରାଯିବ। ଏହାବାଦ୍‌ ମଶାତେଲ ସିଞ୍ଚନ ଏବଂ ଅନାବନା ଗଛ କଟା ଆଦି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଖୁବ୍‌ଶୀଘ୍ର ମଶାଙ୍କ ପ୍ରାଦୁର୍ଭାବ କମିବ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri