Categories: ଖେଳ

ମୋରିସ୍‌ ଓ ପାଣ୍ଡ୍ୟାଙ୍କୁ ଭର୍ତ୍ସନା

ଆବୁଧାବି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲ୍‌ରାଉଣ୍ଡର ଖ୍ରିସ୍‌ ମୋରିସ ଓ ତାଙ୍କ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭର୍ତ୍ସନା କରାଯାଇଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେମାନଙ୍କ ଦଳ ମଧ୍ୟରେ ମ୍ୟାଚ ଚାଲିଥିବାବେଳେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ବୁଧବାର ମୁମ୍ବାଇ ଇଣ୍ଡିଆନ୍ସର ରନ୍‌ ଚେଜ୍‌ ବେଳେ ୧୯ତମ ଓଭରରେ ଏହି ଘଟଣା ଦେଖିବାକୁ ମିଳିଥିଲା। ମୋରିସଙ୍କ ବୋଲିଂ ବେଳେ ପାଣ୍ଡ୍ୟା ଏକ ବିଶାଳ ଛକା ମାରିଥିଲେ ଏବଂ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ପ୍ରତି ଇଶାରା କରିଥିଲେ। ଏହି ଓଭରରେ ମୋରିସ୍‌ ତାଙ୍କ ୫ମ ବଲ୍‌ରେ ପାଣ୍ଡ୍ୟାଙ୍କୁ ଆଉଟ କରି ପ୍ୟାଭିଲିଅନ ପଠାଇ ପ୍ରତିଶୋଧ ନେବା ସହ ଇଶାରା କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ ୫ଉଇକେଟରେ ବିଜୟ ଲାଭ କରିଥିଲା। ଉଭୟ ଖେଳାଳି ଆଇପିଏଲ୍‌ ଆଚରଣବିଧି ଉଲ୍ଲଂଘନ କରିଥିବା ସ୍ବୀକାର କରିଥିଲେ। ମ୍ୟାଚ ରେଫରି କୌଣସି ଦଣ୍ଡ ବିଧାନ ନ କରି କେବଳ ଭର୍ତ୍ସନା କରି ଛାଡ଼ିଦେଇଥିଲେ।

Share