୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣା: କିଣ୍ଡୋଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୪।୨(ବ୍ୟୁରୋ): ଜାଲ୍‌ କାଗଜପତ୍ର ଦେଇ ବିଭିନ୍ନ ସଂସ୍ଥାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ କିଣ୍ଡୋ ଫେରାର ଅଛନ୍ତି। ସେ ଦେଶ ଛାଡ଼ି ପଳାଇଯିବାର ଆଶଙ୍କା ଥିବାରୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କେନ୍ଦ୍ର ସରକାରଙ୍କ ଆପ୍ରବାସନ ବ୍ୟୁରୋ (ବିଓଆଇ)ର ସହାୟତା ଲୋଡ଼ିଛି। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ ‘ବିଓଆଇ’ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟ ଏବଂ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରିଦିଆଯାଇଛି। ଏଥିସହ ୱାଣ୍ଟେଡ୍‌ ଦୀପକଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଏବଂ ପୋଲିସକୁ ମଧ୍ୟ କୁହାଯାଇଛି। ଅନ୍ୟପକ୍ଷରେ ଦୀପକଙ୍କ ସମ୍ପର୍କରେ ସୂଚନା ଦେବାକୁ ଜନସାଧାରଣଙ୍କ ପାଇଁ ଇଓଡବ୍ଲ୍ୟୁ ପକ୍ଷରୁ ଏକ ମୋବାଇଲ ନମ୍ବର (୯୪୩୭୪୪୪୮୭୦) ଜାରି କରାଯାଇଛି। ଯିଏ ଦୀପକଙ୍କ ସମ୍ପର୍କରେ ସୂଚନା ଦେବେ, ତାଙ୍କୁ ଉପଯୁକ୍ତ ପୁରସ୍କାର ଦିଆଯିବା ସହ ସୂଚନାଦାତାଙ୍କ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ଗୁରୁବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ମାମଲାରେ ଦୀପକଙ୍କ ସ୍ତ୍ରୀ ତଥା ଦିବ୍ୟା ଡାଏରି ଆଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଅମ୍ରିତା କିଣ୍ଡୋଙ୍କୁ ଇଓଡବ୍ଲ୍ୟୁ ଗତ ସୋମବାର ଗିରଫ କରି ଜେଲ୍‌ ପଠାଇଛି।
ସୂଚନା ଅନୁଯାୟୀ, ଦୀପକ ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥା ଦ୍ୱାରା ୨୦୧୫ରୁ ୨୦୨୦ ମଧ୍ୟରେ ବିଭିନ୍ନ ସଂସ୍ଥାଠାରୁ ଋଣ ଆଣି ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନିଜେ ଚଳୁ କରିଛନ୍ତି। ଏହି ସମୟ ମଧ୍ୟରେ ସମ୍ବନ୍ଧ ଫିନ୍‌ସର୍ଭର ସହବନ୍ଧିତ ସଂସ୍ଥା ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ୍‌ ବ୍ୟାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଟ୍ରାନ୍ସଫର ମଧ୍ୟ କରାଯାଇଛି। ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ଦୀପକ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀକୁ ଋଣ ଦେବାକୁ କହି ଖଣ୍ଡଗିରିସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡ୍‌ରୁ ୨୦୨୦ ଡିସେମ୍ବରରେ ଜାଲ୍‌ କାଗଜପତ୍ର ଦେଇ ୫କୋଟି ଟଙ୍କା ନେଇ ଠକିଥିଲେ। ଦୀପକଙ୍କ ଠକେଇ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କର୍ତ୍ତୃପକ୍ଷ ତାଙ୍କୁ ଟଙ୍କା ଫେରାଇବାକୁ କହିବାରୁ ସେ ୫୦ ଲକ୍ଷ ଟଙ୍କା ଫେରାଇ ଆଉ ଧରାଛୁଆଁ ଦେଇ ନ ଥିଲେ। ଏନେଇ ଅନ୍ନପୂର୍ଣ୍ଣା ଫାଇନାନ୍ସର ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଆଇପିସି ଦଫା ୪୦୬, ୪୨୦, ୪୬୭,୪୬୮, ୪୭୧ ଏବଂ ୧୨୦(ବି)ରେ ଏକ ମାମଲା (ନଂ.୧୭/୩୧।୧୨।୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri