ଜନଧନରେ ୧.୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଞ୍ଚୟ

ନୂଆଦିଲ୍ଲୀ,୧୦।୧: ଗତ ୭ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜନ ଧନ ଯୋଜନା’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏହି ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକରେ ବର୍ତ୍ତମାନ ୧.୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜମା ରାଶି ବ୍ୟାଙ୍କରେ ସଞ୍ଚୟ ହୋଇଥିବା ସୂଚନା ମିଳିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଉକ୍ତ ଯୋଜନାରେ ୪୪.୨୩ କୋଟିରୁ ଅଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିଓ୍ବାଇ) ଆକାଉଣ୍ଟରେ ମୋଟ ୧,୫୦,୯୩୯.୩୬ କୋଟି ଟଙ୍କାର ଅର୍ଥ ରାଶି ଗଚ୍ଛିତ ରଖିଛନ୍ତି। ୨୦୧୪ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ସ୍ବାଧୀନତା ଦିବସ ଅଭିଭାଷଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ଯୋଜନା ସମ୍ପର୍କରେ କହିଥିଲେ। ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ମୋଟ ୪୪.୨୩ କୋଟି ଆକାଉଣ୍ଟ ମଧ୍ୟରୁ ୩୪.୯ କୋଟି ଖାତା ସରକାରୀ (ପିଏସବି) ବ୍ୟାଙ୍କ, ୮.୦୫ କୋଟି ଖାତା ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ବଳକା ୧.୨୮ କୋଟି ଖାତା ଘରୋଇ ବ୍ୟାଙ୍କରେ ରହିଛି। ସେହିଭଳି ଏହି ଯୋଜନା ଜରିଆରେ ୩୧.୨୮ କୋଟି ପିଏମ୍‌ଜେଡିଓ୍ବାଇ ହିତାଧିକାରୀଙ୍କୁ ରୂପେ ଡେବିଟ୍‌ କାର୍ଡ ମଧ୍ୟ ଦିଆଯାଇଛି। ସେହିପରି ସରକାରୀ ସୂଚନା ଅନୁଯାୟୀ ଦେଶର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧସହରାଞ୍ଚଳଗୁଡ଼ିକର ବ୍ୟାଙ୍କ ଶାଖାରେ ୨୯.୫୪ କୋଟି ଜନ ଧନ ଆକାଉଣ୍ଟ ରହିଥିବା ବେଳେ ୨୦୨୧ ଡିସେମ୍ବର ୨୯ ସୁଦ୍ଧା ପ୍ରାୟ ୨୪.୬୧ କୋଟି ଆକାଉଣ୍ଟଧାରୀ କେବଳ ମହିଳା ଖାତାଧାରୀ ଅଛନ୍ତି। ଏହି ଯୋଜନାର ପ୍ରଥମ ବର୍ଷରେ ୧୭.୯୦ କୋଟି ପିଏମ୍‌ଜେଡିଓ୍ବାଇ ଖାତା ଖୋଲା ଯାଇଥିଲା। ଅପରପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗାଇଡ୍‌ଲାଇନ ଅନୁଯାୟୀ ଜନ ଧନ ଆକାଉଣ୍ଟ ସମେତ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (ବିଏସବିଡି) ଆକାଉଣ୍ଟରେ ମଧ୍ୟ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାର କୌଣସି ଆବଶ୍ୟକତା ନାହିଁ। ସେହିଭଳି ୨୦୨୧ ଡିସେମ୍ବର ୮ ସୁଦ୍ଧା ଜିରୋ ଆକାଉଣ୍ଟରେ ମୋଟ ସଂଖ୍ୟା ୩.୬୫ କୋଟି ଥିଲା, ଯାହା ଜନ ଧନ ଖାତାର ପ୍ରାୟ ୮.୩ % ଅଟେ ବୋଲି ସରକାର ଗତ ଶୀତ ଅଧିବେଶନରେ ସଂସଦକୁ ଜଣାଇଥିଲେ। ଏହି ଯୋଜନାର ହିତାଧିକାରୀଙ୍କ ଖାତାକୁ ବିଭିନ୍ନ ସମୟରେ ସରକାରଙ୍କ ଛାତ୍ର ବୃତ୍ତି, ସବ୍‌ସିଡି, ପେନ୍‌ସନ ଏବଂ କୋଭିଡ୍‌ ରିଲିଫ୍‌ ପାଣ୍ଠିର ସହାୟତା ଆଦି ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଜରିଆରେ ଜନ ଧନ ଆକାଉଣ୍ଟ ସମେତ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପଠା (କ୍ରେଡିଟ୍‌) ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri