ଜନଧନରେ ୧.୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଞ୍ଚୟ

ନୂଆଦିଲ୍ଲୀ,୧୦।୧: ଗତ ୭ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜନ ଧନ ଯୋଜନା’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏହି ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକରେ ବର୍ତ୍ତମାନ ୧.୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜମା ରାଶି ବ୍ୟାଙ୍କରେ ସଞ୍ଚୟ ହୋଇଥିବା ସୂଚନା ମିଳିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଉକ୍ତ ଯୋଜନାରେ ୪୪.୨୩ କୋଟିରୁ ଅଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିଓ୍ବାଇ) ଆକାଉଣ୍ଟରେ ମୋଟ ୧,୫୦,୯୩୯.୩୬ କୋଟି ଟଙ୍କାର ଅର୍ଥ ରାଶି ଗଚ୍ଛିତ ରଖିଛନ୍ତି। ୨୦୧୪ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ସ୍ବାଧୀନତା ଦିବସ ଅଭିଭାଷଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ଯୋଜନା ସମ୍ପର୍କରେ କହିଥିଲେ। ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ମୋଟ ୪୪.୨୩ କୋଟି ଆକାଉଣ୍ଟ ମଧ୍ୟରୁ ୩୪.୯ କୋଟି ଖାତା ସରକାରୀ (ପିଏସବି) ବ୍ୟାଙ୍କ, ୮.୦୫ କୋଟି ଖାତା ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ବଳକା ୧.୨୮ କୋଟି ଖାତା ଘରୋଇ ବ୍ୟାଙ୍କରେ ରହିଛି। ସେହିଭଳି ଏହି ଯୋଜନା ଜରିଆରେ ୩୧.୨୮ କୋଟି ପିଏମ୍‌ଜେଡିଓ୍ବାଇ ହିତାଧିକାରୀଙ୍କୁ ରୂପେ ଡେବିଟ୍‌ କାର୍ଡ ମଧ୍ୟ ଦିଆଯାଇଛି। ସେହିପରି ସରକାରୀ ସୂଚନା ଅନୁଯାୟୀ ଦେଶର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧସହରାଞ୍ଚଳଗୁଡ଼ିକର ବ୍ୟାଙ୍କ ଶାଖାରେ ୨୯.୫୪ କୋଟି ଜନ ଧନ ଆକାଉଣ୍ଟ ରହିଥିବା ବେଳେ ୨୦୨୧ ଡିସେମ୍ବର ୨୯ ସୁଦ୍ଧା ପ୍ରାୟ ୨୪.୬୧ କୋଟି ଆକାଉଣ୍ଟଧାରୀ କେବଳ ମହିଳା ଖାତାଧାରୀ ଅଛନ୍ତି। ଏହି ଯୋଜନାର ପ୍ରଥମ ବର୍ଷରେ ୧୭.୯୦ କୋଟି ପିଏମ୍‌ଜେଡିଓ୍ବାଇ ଖାତା ଖୋଲା ଯାଇଥିଲା। ଅପରପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗାଇଡ୍‌ଲାଇନ ଅନୁଯାୟୀ ଜନ ଧନ ଆକାଉଣ୍ଟ ସମେତ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (ବିଏସବିଡି) ଆକାଉଣ୍ଟରେ ମଧ୍ୟ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାର କୌଣସି ଆବଶ୍ୟକତା ନାହିଁ। ସେହିଭଳି ୨୦୨୧ ଡିସେମ୍ବର ୮ ସୁଦ୍ଧା ଜିରୋ ଆକାଉଣ୍ଟରେ ମୋଟ ସଂଖ୍ୟା ୩.୬୫ କୋଟି ଥିଲା, ଯାହା ଜନ ଧନ ଖାତାର ପ୍ରାୟ ୮.୩ % ଅଟେ ବୋଲି ସରକାର ଗତ ଶୀତ ଅଧିବେଶନରେ ସଂସଦକୁ ଜଣାଇଥିଲେ। ଏହି ଯୋଜନାର ହିତାଧିକାରୀଙ୍କ ଖାତାକୁ ବିଭିନ୍ନ ସମୟରେ ସରକାରଙ୍କ ଛାତ୍ର ବୃତ୍ତି, ସବ୍‌ସିଡି, ପେନ୍‌ସନ ଏବଂ କୋଭିଡ୍‌ ରିଲିଫ୍‌ ପାଣ୍ଠିର ସହାୟତା ଆଦି ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଜରିଆରେ ଜନ ଧନ ଆକାଉଣ୍ଟ ସମେତ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପଠା (କ୍ରେଡିଟ୍‌) ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri