ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ବାହାନଗା/ସୋର, ୯।୧୨(ଡି.ଏନ.ଏ.)  ବାଲେଶ୍ୱର ଜିଲା ବାହାନଗା ବ୍ଲକ ସୋର ଥାନା ଅଧୀନ ତଳନଗର ପଞ୍ଚାୟତ ବାଇନଣ୍ଡା ଓ ଅଞ୍ଜି ପଞ୍ଚାୟତ ଜୟୀନଗର ଗ୍ରାମରେ ଚୋରା କରତକଳ ଉପରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠକଟା ମେଶିନ ଗ୍ୟାସ କଟର ଦ୍ୱାରା କଟାଯାଇ ଜବତ କରାଯାଇଛି। ଏହାଛଡା ସ-ମିଲ୍‌ରେ ପଡିଥିବା ନିମ୍ବ, ଆମ୍ବ, ଝାଉଁ ଆଦି ଦାମୀ କାଠଗଡ ଓ ପଟାକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି। ଚଢାଉ ବେଳେ ମିଲ୍‌ରେ ଥିବା କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ଜିଲା ବନବିଭାଗ ଅଧିକାରୀ(ଡିଏଫ୍‌ଓ)ଙ୍କ ନିର୍ଦ୍ଦେଶକ୍ରମେ ସହାୟକ ବନସଂରକ୍ଷକ (ଏସିଏଫ୍‌) ସୁଶାନ୍ତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ସୋର ବନବିଭାଗ ଓ ନୀଳଗିରି ବନବିଭାଗ ସମେତ ଚାନ୍ଦିପୁର ଉପଖଣ୍ଡ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚୋରା କରତକଳର ମାଲିକଙ୍କ ସମେତ ମ୍ୟାନେଜର ଓ କର୍ମଚାରୀମାନେ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?