ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଏମିତି: ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି

ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ବିଭାଗ ପାଇଁ ସରକାର ଯେତିକି ଡାକ୍ତର ପଦବୀ ମଞ୍ଜୁର କରିଛନ୍ତି ସେଥିରୁ ଅଧାରୁ ଅଧିକ ପଦବୀ ଖାଲିପଡିଛି। ଏମିତି କି ଗୋଟିଏ ଗୋଟିଏ ବିଭାଗରେ ଡାକ୍ତର ନାହାନ୍ତି। ଏପରି ଦୟନୀୟ ଅବସ୍ଥାରେ ପ୍ରତିଦିନ ହଜାର ହଜାର ରୋଗୀ ସରକାରୀ ଡାକ୍ତରଖାନାରୁ ନିରାଶ ହୋଇ ଘରୋଇ କ୍ଲିନିକ୍‌ ଉପରେ ଭରସା କରି ଖର୍ଚ୍ଚାନ୍ତ ହେଉଛନ୍ତି। ଦୁଇବର୍ଷ ପୂର୍ବରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଫକୀରମୋହନ ମେଡିକାଲ କଲେଜ ସ୍ଥାପିତ ହୋଇଥିଲେ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ ଓ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
ଜିଲାରେ ସରକାରୀ ଅନୁମୋଦିତ ମୋଟ ୩୭୩ ଡାକ୍ତର ପଦ ରହିଛି। ଏବେ ଅଛନ୍ତି ମାତ୍ର ୧୮୩ ଡାକ୍ତର। ୧୯୦ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି। ଉପାନ୍ତ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ୧୪୬ଟି ପଦବୀ ଖାଲି ପଡ଼ିଥିବା ବେଳେ କେବଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୪୪ ଡାକ୍ତର ପଦବୀ ଖାଲିପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପରାମର୍ଶଦାତା, ରଞ୍ଜନରଶ୍ମି ଚିକିତ୍ସକ, ଶିଶୁ ରୋଗ ଚିକିତ୍ସକ, ଏଟିପିଏଚ୍‌ଓ, ଲେପ୍ରୋସି, ନାସା, କର୍ଣ୍ଣ ଓ ଗଳା ଚିକିତ୍ସକ, ନିଶ୍ଚେତକ ଚିକିତ୍ସକ, ଶଲ୍ୟ ଚିକିତ୍ସକ, ଅସ୍ଥିଶଲ୍ୟ ଚିକିତ୍ସକ, ବ୍ଲଡବ୍ୟାଙ୍କ ଅଫିସର ଆଦି ପଦବୀ ଖାଲି ରହିଛି। ଏହାସହିତ ମେଡିକାଲ ଅଫିସର(ଜେଲ), ମେଡିକାଲ ଅଫିସର(ରିଜର୍ଭ ପୋଲିସ ବାରାକ୍‌), ହେଲ୍‌ଥ ଅଫିସର (ମ୍ୟୁନିସିପାଲିଟି) ଆଦି ପଦବୀରେ କେହିନାହାନ୍ତି। ଅନ୍ୟପକ୍ଷରେ ସିନିୟର ମେଡିକାଲ ଅଫିସର ମଞ୍ଜୁରୀ ପଦ ୮ ଓ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ୨୨ଟି ମଞ୍ଜୁରୀ ପଦ ରହିଥିଲେ ମଧ୍ୟ ପଦବୀଗୁଡ଼ିକ ଦୀର୍ଘଦିନ ଧରି ଫାଙ୍କା ପଡ଼ିଛି। ମେଡିକାଲ କଲେଜ ଓ ହସ୍‌ପିଟାଲ ହେବା ପରେ ଏଠାରେ ସୁପର ସ୍ପେଶିଆଲିଟି ବିଭାଗ ଖୋଲିବା କଥା ମାତ୍ର ସେ ସୁବିଧା ବି ଏଠାରେ ମିଳୁନାହଁି। ପୂର୍ବରୁ ସ୍ନାୟୁଶଲ୍ୟ ବିଭାଗରେ ମେଡିକାଲ କଲେଜର ଡିନ୍‌ ଡା. ପ୍ରତାପ ରଥ ରୋଗୀମାନଙ୍କୁ ଦେଖୁଥିଲେ। ହେଲେ ଡା. ରଥ ଗତ ଜାନୁୟାରୀରେ ଅବସର ନେବା ପରେ ଆଜକୁ ୬ମାସ ହେବ ସେ ବିଭାଗରେ ମଧ୍ୟ କେହି ଡାକ୍ତର ନାହାନ୍ତି। ସେମିତି କାର୍ଡିଓଲୋଜି, ନେଫ୍ରୋଲୋଜି, ପେଡିଆଟ୍ରିକ୍‌, ସର୍ଜରି ଆଦି ସୁପର ସ୍ପେଶିଆଲିଟି ବିଭାଗ ଏଯାଏ ଖୋଲିନାହଁି। ଫଳରେ ଏହି ବିଭାଗର ରୋଗୀମାନେ କଟକ ଓ ଭୁବନେଶ୍ୱରକୁ ଯାଉଛନ୍ତି। କରୋନା ପୂର୍ବରୁ ଦିନକୁ ୪୦ରୁ ଅଧିକ ରୋଗୀଙ୍କୁ ବାହାରକୁ ରେଫର କରାଯାଉଥିବା ବେଳେ କରୋନା ସମୟରେ ଡାକ୍ତରଖାନାକୁ ରୋଗୀ ବହୁତ କମ୍‌ ଆସୁଛନ୍ତି। ତା’ ସତ୍ତ୍ୱେ ଏବେ ୨୦ରୁ ୨୫ ରୋଗୀଙ୍କୁ ବାହାରକୁ ରେଫର କରାଯାଉଛି। ମେଡିକାଲ କଲେଜ ହେଲେ ଏହି ସମସ୍ୟା ଦୂର ହେବ ବୋଲି କୁହାଯାଉଥିଲା, ଏଯାବତ୍‌ ତାହା ସମ୍ଭବ ହୋଇନାହଁି। ଦିନକୁ ଦିନ ଅବ୍ୟବସ୍ଥା ବଢ଼ିଚାଲିଛି।
ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦେବଙ୍କୁ ପଚାରିବାରୁ ଡାକ୍ତର ଅଭାବ ନେଇ ରୋଗୀ ଚିକିତ୍ସାରେ ଅସୁବିଧା ହେଉଛି। ଅଧିକ ଡାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri