Posted inଜାତୀୟ

ଅର୍ଦ୍ଧାଧିକ ଶିଶୁ ଆନେମିଆର ଶିକାର

ନୂଆଦିଲ୍ଲୀ, ୨୫ା୧୧: ଦେଶରେ ଅଧିକାଂଶ ପିଲା ଏବଂ ମହିଳାଙ୍କ ଶରୀରରେ ରକ୍ତହୀନତା ସମସ୍ୟା ଚିନ୍ତାଜନକ ରହିଛି। ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ତଥା ସର୍ବଭାରତୀୟ ସ୍ତରରେ ଅର୍ଦ୍ଧାଧିକ ଶିଶୁ ଏବଂ ମହିଳା ଆନେମିଆର ଶିକାର ହେଉଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ରୁ ଜଣାପଡ଼ିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି ଏଥିରେ ଦର୍ଶଯାଇଛି।
ପ୍ରଜନନ, ଶିଶୁଙ୍କ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୋଷଣ ଏବଂ ଅନ୍ୟ ମାନଦଣ୍ଡ ଆଧାରରେ ସରକାର ବୁଧବାର ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଭାରତର ୨୦୧୯-୨୧ର ଫ୍ୟାକ୍ଟଶିଟ୍‌ ଜାରି କରିଛନ୍ତି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ର ଦ୍ୱିତୀୟ ପର୍ଯ୍ୟାୟରେ ଏହା ପ୍ରସ୍ତୁତ କରାଯାଇଛି। ଏହି ପର୍ଯ୍ୟାୟରେ ଅରୁଣାଚଳପ୍ରଦେଶ, ଚଣ୍ଡୀଗଡ଼, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଦିଲ୍ଲୀ ଏନ୍‌ସିଟି, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ସାମିଲ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ୨୦୨୦ ଡିସେମ୍ବରରେ ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଏନ୍‌ଏଫ୍‌ଏଚ୍‌ଏସ୍‌-୫ର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ସଦ୍ୟ ରିପୋର୍ଟ ଅନୁସାରେ, କମ୍‌ ଓଜନ ବିଶିଷ୍ଟ ପିଲାଙ୍କ ସଂଖ୍ୟାରେ ସାମାନ୍ୟ ସୁଧାର ଆସିଛି। ସର୍ବଭାରତୀୟ ସ୍ତରରେ କମ୍‌ ଓଜନ ପିଲାଙ୍କ ପ୍ରତିଶତ ୩୬ରୁ ୩୨ ପ୍ରତିଶତ ହୋଇଛି। ତେବେ ପିଲା, ମହିଳା ତଥା ଗର୍ଭବତୀ ବ୍ୟାପକ ସଂଖ୍ୟାରେ ଆନେମିଆର ଶିକାର ହେଉଛନ୍ତି। ୧୮୦ ଦିନ କିମ୍ବା ତା’ଠାରୁ ଅଧିକ ସମୟ ଗର୍ଭବତୀ ମହିଳାଙ୍କୁ ଆଇରନ୍‌ ଫଲିକ୍‌ ଏସିଡ୍‌ ଟାବଲେଟ୍‌ ପ୍ରଦାନ ଯୋଗୁ ସେମାନଙ୍କ ବ୍ଲଡ୍‌ କାଉଣ୍ଟରେ ସାମାନ୍ୟ ସୁଧାର ଆସିଛି। ଉକ୍ତ ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ପ୍ରଜନନ ହାର, ପ୍ରତି ମହିଳାଙ୍କ ପିଛା ହାରାହାରି ପିଲା ସଂଖ୍ୟା ୨.୨ରୁ ୨.୦କୁ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଭାରତରେ ଜନ୍ମ ହାର ହ୍ରାସ

ଭାରତରେ ମୋଟ ଜନ୍ମହାର (ଟିଏଫ୍‌ଆର୍‌) ତଥା ପ୍ରତି ମହିଳାଙ୍କ ହାରାହାରି ପିଲା ଜନ୍ମ ୨.୨ରୁ ୨କୁ ଖସିଛି। ଅର୍ଥାତ ଜଣେ ମହିଳା ତାଙ୍କ ଜୀବନକାଳ ମଧ୍ୟରେ ହାରାହାରି ୨ ଶିଶୁଙ୍କୁ ଜନ୍ମ ଦେଉଛନ୍ତି। ତେଣୁ ଦେଶରେ ଜନସଂଖ୍ୟା ବୃଦ୍ଧି ଏକପ୍ରକାର ସ୍ଥିର ରହିଛି। ତେବେ କଣ୍ଟ୍ରାସେପ୍ଟିଭ ପ୍ରିଭିଲାନ୍ସ ରେଟ୍‌(ସିପିଆର୍‌) ୫୪%ରୁ ୬୭%କୁ ବୃଦ୍ଧି ପାଇଛି ବୋଲି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ର ଦ୍ୱିତୀୟ ପର୍ଯ୍ୟାୟ ଡାଟାରୁ ଜଣାପଡ଼ିଛି। ଇନ୍‌ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌)ର ବହୁଳ ବ୍ୟବହାର ଯୋଗୁ ଅଧିକ ସଂଖ୍ୟାରେ ଯମଜ ସନ୍ତାନ ଜନ୍ମ ନେଉଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା ଦାବି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ମୁମ୍ବାଇ,୧୪ା୧୧(ପି.ଟି.): ୫୦:୫୦ ସୂତ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ଭାଗବଣ୍ଟା ସମେତ ଶିବସେନାର ଅନ୍ୟ ଦାବିଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ...

ସତର୍କ କରାଇଲା ଡବ୍ଲ୍ୟୁଏଚ୍‌ଓ: ‘ବିପଜ୍ଜନକ ସ୍ଥିତିରେ ମହାମାରୀ କରୋନା’

ଜେନିଭା, ୨୦ା୬: ମହାମାରୀ କରୋନା ଏବେ ଏକ ନୂଆ ଓ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି। ଗତ ଦୁଇଦିନ ହେବ ଉଗ୍ର ସଂକ୍ରମଣ ଦେଖାଦେଇଛି। ଗୁରୁବାର...

ଶପଥ ନେଲେ ମନମୋହନ

ନୂଆଦିଲ୍ଲୀ,୨୩।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ରାଜ୍ୟସଭା ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ରାଜସ୍ଥାନ ଆସନରୁ ମନମୋହନ କଂଗ୍ରେସ ଦଳର...

‘୩୭୦ ଉଚ୍ଛେଦ ସପକ୍ଷରେ ଅଧିକାଂଶ କଶ୍ମୀରୀ’

ନୂଆଦିଲ୍ଲୀ, ୮ା୯(ପି.ଟି.): ଜମ୍ମୁ-କଶ୍ମୀରର ଅଧିକାଂଶ ଲୋକ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଶନିବାର ପ୍ରକାଶ କରିଛନ୍ତି।...

୪ କାର୍‌-ଆମ୍ବୁଲାନ୍ସ ଧକ୍କା, ୫ ମୃତ…

ମୁମ୍ବାଇ,୫।୧୦ : ଦଶହରା ସକାଳେ ମୁମ୍ବାଇରେ ବଡ ଧରଣର ଦୁର୍ଘଟଣା ଘଟିଛି। ବାନ୍ଦ୍ରା ୱର୍ଲି ସି ଲିଙ୍କଠାରେ ଚାରିଟି କାର ଏବଂ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା...

ମିଠା ଜହରର ପ୍ରଭାବ: କମ୍‌ ବୟସରେ ବୁଢ଼ା ହେଉଛନ୍ତି ଲୋକେ…

ଗଢ଼ଓ୍ବା, ୨୫।୮: ଝାଡ଼ଖଣ୍ଡର ଗଢ଼ଓ୍ବା ଅଞ୍ଚଳରେ ମିଠା ଜହରର ପ୍ରଭାବରେ ଲୋକେ କମ୍‌ ବୟସରେ ବୁଢ଼ା ହେବାରେ ଲାଗିଛନ୍ତି। ପାଣିରେ ଫ୍ଲୋରାଇଡ୍‌ର ମାତ୍ର ଅଧିକ ଥିବାରୁ...

ବାତ୍ୟା ‘ବାୟୁ’କୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ବାତ୍ୟା ‘ବାୟୁ’କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମଙ୍ଗଳବାର ହୋଇଥିବା ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଓ...

ବଲିଉଡ୍‌ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଅନଲାଇନ୍‌ରେ ମଦ କିଣିବା

ମୁମ୍ବାଇ,୨୪।୬: ବଲିଉଡର ଭେଟେରାନ ଅଭିନେତ୍ରୀ ଶାବାନା ଆଜମି ଗୁରୁବାର ଏକ ମଦ ଯୋଗାଉଥିବା ଅନଲାଇନ୍‌ ପ୍ଲାଟଫର୍ମ ନାମରେ ଠକାମି ଅଭିଯୋଗ ଆଣିଛନ୍ତି। ହୋମ ଡେଲିଭରି କରୁଥିବା...

Advertisement
Archives

Model This Week