ଶିକ୍ଷାରୁ ବଞ୍ଚିତ ହେବେ ଅର୍ଦ୍ଧାଧିକ ଆଫଗାନ୍‌

କାବୁଲ, ୧୯ା୯: ଉଚ୍ଚ ବିଦ୍ୟାଳୟରେ କେବଳ ଛାତ୍ରଙ୍କୁ ଶିକ୍ଷାଦାନର ଅନୁମତି ଦେଇ ତାଲିବାନ୍‌ ଆଫଗାନିସ୍ତାନର ସମସ୍ତ ଛାତ୍ରୀଙ୍କୁ ଏଥିରୁ ବଞ୍ଚିତ କରିଛି। ଏହା ଦ୍ୱାରା କୌଣସି ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ମାଧ୍ୟମିକ ଶିକ୍ଷାରୁ ବାଦ୍‌ ପଡ଼ିବାରେ ଆଫଗାନିସ୍ତାନ ବିଶ୍ୱର ପ୍ରଥମ ରାଷ୍ଟ୍ର ହେବ। ପ୍ରାୟ ମାସେ କାଳ ଧରି ଦେଶରେ ଅସ୍ଥିରତା ଲାଗି ରହିବା ପରେ ତାଲିବାନ୍‌ ସରକାର ଶୁକ୍ରବାର ସ୍କୁଲଗୁଡ଼ିକୁ ଖୋଲିବା ସହ ପାଠପଢ଼ା ପାଇଁ କେବଳ ଛାତ୍ର ଏବଂ ଶିକ୍ଷକମାନଙ୍କୁ ଅନୁମତି ଦେଇଥିଲା। ତାଲିବାନ୍‌ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହେବା ପରେ ଶନିବାରଠାରୁ ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଖୋଲିଛି। ତେବେ ତାଲିବାନ୍‌ର ମହିଳା ବିରୋଧୀ ଏଭଳି ନିଷ୍ପତ୍ତି ଯୋଗୁ ଛାତ୍ରୀ ଏବଂ ଶିକ୍ଷୟିତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଯିବାର ଆଶଙ୍କା ଉପୁଜିଛି।

ଆଫଗାନିସ୍ତାନରେ ସକ୍ରିୟ ପାକ୍‌ ବିରୋଧୀ ସଙ୍ଗଠନ: ଇମ୍ରାନ୍‌

ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ପାକିସ୍ତାନ ବିରୋଧରେ ଆଫଗାନିସ୍ତାନରେ ସକ୍ରିୟ ଅଛନ୍ତି ୩ ସଙ୍ଗଠନ। ଆତଙ୍କବାଦୀଙ୍କ ସ୍ଥାୟୀ ଘର ପାଲଟିଥିବା ପାକିସ୍ତାନ ଏହି ସଙ୍ଗଠନର ଟାର୍ଗେଟରେ ଅଛି ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କହିଛନ୍ତି। ତାଜିକିସ୍ତାନ ରାଷ୍ଟ୍ରପତି ଇମୋମାଲି ରେହମାନ୍‌ଙ୍କ ସହ ଶୁକ୍ରବାର ଦୁଶାନବେଠାରେ ଏକ ସମ୍ମିଳନୀରେ ଯୋଗ ଦେଇ ଇମ୍ରାନ ଏହା କହିଛନ୍ତି। ପଞ୍ଜଶିର ସ୍ଥିତି ଚିନ୍ତାଜନକ ଥିବାରୁ ଏ ନେଇ ସେ ତାଲିବାନ୍‌ ସହ ଆଲୋଚନା କରିବେ। ପାକିସ୍ତାନ ଓ ତାଜିକିସ୍ତାନ କଥାବାର୍ତ୍ତା ମାଧ୍ୟମରେ ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ଚାହୁଁଛନ୍ତି। ଆଫଗାନିସ୍ତାନରେ ସ୍ଥିରତା ବଜାୟ ନ ରହିଲେ ଏହା ଦ୍ୱାରା ପଡ଼ୋଶୀ ଦେଶ ପ୍ରଭାବିତ ହେବେ। ତେଣୁ ସେଠାରେ ଏକ ପୂର୍ଣ୍ଣ ସରକାର ଗଠନ ଜରୁରୀ ବୋଲି ଇମ୍ରାନ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?