ଶିକ୍ଷାରୁ ବଞ୍ଚିତ ହେବେ ଅର୍ଦ୍ଧାଧିକ ଆଫଗାନ୍‌

କାବୁଲ, ୧୯ା୯: ଉଚ୍ଚ ବିଦ୍ୟାଳୟରେ କେବଳ ଛାତ୍ରଙ୍କୁ ଶିକ୍ଷାଦାନର ଅନୁମତି ଦେଇ ତାଲିବାନ୍‌ ଆଫଗାନିସ୍ତାନର ସମସ୍ତ ଛାତ୍ରୀଙ୍କୁ ଏଥିରୁ ବଞ୍ଚିତ କରିଛି। ଏହା ଦ୍ୱାରା କୌଣସି ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ମାଧ୍ୟମିକ ଶିକ୍ଷାରୁ ବାଦ୍‌ ପଡ଼ିବାରେ ଆଫଗାନିସ୍ତାନ ବିଶ୍ୱର ପ୍ରଥମ ରାଷ୍ଟ୍ର ହେବ। ପ୍ରାୟ ମାସେ କାଳ ଧରି ଦେଶରେ ଅସ୍ଥିରତା ଲାଗି ରହିବା ପରେ ତାଲିବାନ୍‌ ସରକାର ଶୁକ୍ରବାର ସ୍କୁଲଗୁଡ଼ିକୁ ଖୋଲିବା ସହ ପାଠପଢ଼ା ପାଇଁ କେବଳ ଛାତ୍ର ଏବଂ ଶିକ୍ଷକମାନଙ୍କୁ ଅନୁମତି ଦେଇଥିଲା। ତାଲିବାନ୍‌ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହେବା ପରେ ଶନିବାରଠାରୁ ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଖୋଲିଛି। ତେବେ ତାଲିବାନ୍‌ର ମହିଳା ବିରୋଧୀ ଏଭଳି ନିଷ୍ପତ୍ତି ଯୋଗୁ ଛାତ୍ରୀ ଏବଂ ଶିକ୍ଷୟିତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଯିବାର ଆଶଙ୍କା ଉପୁଜିଛି।

ଆଫଗାନିସ୍ତାନରେ ସକ୍ରିୟ ପାକ୍‌ ବିରୋଧୀ ସଙ୍ଗଠନ: ଇମ୍ରାନ୍‌

ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ପାକିସ୍ତାନ ବିରୋଧରେ ଆଫଗାନିସ୍ତାନରେ ସକ୍ରିୟ ଅଛନ୍ତି ୩ ସଙ୍ଗଠନ। ଆତଙ୍କବାଦୀଙ୍କ ସ୍ଥାୟୀ ଘର ପାଲଟିଥିବା ପାକିସ୍ତାନ ଏହି ସଙ୍ଗଠନର ଟାର୍ଗେଟରେ ଅଛି ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କହିଛନ୍ତି। ତାଜିକିସ୍ତାନ ରାଷ୍ଟ୍ରପତି ଇମୋମାଲି ରେହମାନ୍‌ଙ୍କ ସହ ଶୁକ୍ରବାର ଦୁଶାନବେଠାରେ ଏକ ସମ୍ମିଳନୀରେ ଯୋଗ ଦେଇ ଇମ୍ରାନ ଏହା କହିଛନ୍ତି। ପଞ୍ଜଶିର ସ୍ଥିତି ଚିନ୍ତାଜନକ ଥିବାରୁ ଏ ନେଇ ସେ ତାଲିବାନ୍‌ ସହ ଆଲୋଚନା କରିବେ। ପାକିସ୍ତାନ ଓ ତାଜିକିସ୍ତାନ କଥାବାର୍ତ୍ତା ମାଧ୍ୟମରେ ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ଚାହୁଁଛନ୍ତି। ଆଫଗାନିସ୍ତାନରେ ସ୍ଥିରତା ବଜାୟ ନ ରହିଲେ ଏହା ଦ୍ୱାରା ପଡ଼ୋଶୀ ଦେଶ ପ୍ରଭାବିତ ହେବେ। ତେଣୁ ସେଠାରେ ଏକ ପୂର୍ଣ୍ଣ ସରକାର ଗଠନ ଜରୁରୀ ବୋଲି ଇମ୍ରାନ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri