ଦୋହଲିଲା ବିଜେଡି ଗଡ଼

ଚାନ୍ଦବାଲି,୧୪ା୩(କିଷାନ ପାତ୍ର): ନିର୍ବାଚନ ପୂର୍ବରୁ ଦଳ ବଦଳ ଚାଲିଥିବା ବେଳେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ବିଧାନସଭା କ୍ଷେତ୍ର ଚାନ୍ଦବାଲିରେ ବିଜେଡିି ଛାଡ଼ି ହଜାରରୁ ଊର୍ଦ୍ଧ୍ୱ କର୍ମୀ ବୁଧବାର ଭାଜପାରେ ସାମିଲ ହୋଇଛନ୍ତି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ବଜାର ଭାଜପା କାର୍ଯ୍ୟାଳୟରେ ଖେରଙ୍ଗ ପଞ୍ଚାୟତ ପ୍ରଭାରୀ ପ୍ରଭାସ ଶୁଭଦର୍ଶନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅଞ୍ଚଳର ବିଜେଡିିର ଟାଣୁଆ ନେତା ବାପି ମାଝି ଓ ପ୍ରଶାନ୍ତ ମାଝିଙ୍କ ନେତୃତ୍ୱରେ ୩୦୦ ପରିବାରର ୭୦୦ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡ଼ି ଛାଡ଼ି ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ସେହିପରି ରାଜନଗର ପଞ୍ଚାୟତରୁ ୫୦ ପରିବାରର ୨୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗ ଦେଇଛନ୍ତି। ରାଜ୍ୟ ଉପସଭାପତି ବିରଞ୍ଚତ୍ ତ୍ରିପାଠୀ, ଜିଲା ସଭାପତି ହେମନ୍ତ ପାଢ଼ୀ, ଯୁବନେତା ସୀତାଂଶୁ ମହାପାତ୍ର, ଚଳଚ୍ଚିତ୍ର ଅଭିନେତ୍ରୀ ଜୀନା ସାମଲ ନୂତନ କର୍ମୀମାନଙ୍କୁ ଦଳୀୟ ଉତ୍ତତୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଜିଲା ଉପସଭାପତି କମଳାକାନ୍ତ ସୂତାର, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର ରାଉଳ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ଆରଡ଼ି ଜୋନ ସଭାପତି କିଶୋର ନାୟକ, ରାଜାରାମ ମହାକୁଡ଼, ମାଳତୀଲତା ସାହୁ, ସସ୍ମିତା ନାୟକ, ଖେରଙ୍ଗ ସଭାପତି ବାଇଧର ସୂତାର, ପୂର୍ଣ୍ଣଚନ୍ଦ୍ର ପାଣି, ମୀନକେତନ ବିଶ୍ୱାଳ, ମୁକ୍ତିକାନ୍ତ ନାୟକ, ଅଭୟ ବଳ, ମନୋଜ ଭଳ, ଯୁବ ନେତା ଅଂଶୁମାନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।