ପୋଲିସ ଛାଡ଼ି ପଳାଇଲା

ଭୁବନେଶ୍ୱର,୧୯ା୪(ବ୍ୟୁରୋ): ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ଡାକରାରେ ଆନ୍ଦୋଳନ କରିବାକୁ ସୋମବାର ଆସିଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭରଙ୍କ କବ୍‌ଜାକୁ ଚାଲିଯାଇଥିଲା ରାଜଧାନୀ ଭୁବନେଶ୍ୱର। କେବଳ ପିଏମ୍‌ଜି, ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳ ନୁହେଁ, ସମସ୍ତ ପ୍ରମୁଖ ରାସ୍ତା ଓ ଏହାକୁ ସଂଯୋଗ କରୁଥିବା ସଡ଼କକୁ ଅଚଳ କରିଦେଇଥିଲେ ଡ୍ରାଇଭରମାନେ। ଲୋକେ ରାସ୍ତାରେ ଅଟକି ରହି ଦୁର୍ଦ୍ଦଶା ଭୋଗୁଥିବାବେଳେ ପୋଲିସ ସେମାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ପଳାଇଥିଲା।

୧୧ ଦଫା ଦାବି ନେଇ ରବିବାର ରାତିରୁ ସୋମବାର ପୂର୍ବାହ୍ନ ୧୧ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରୁ ଡ୍ରାଇଭରମାନେ ଭୁବନେଶ୍ୱରରେ ପହଞ୍ଚି ଆନ୍ଦୋଳନ, ପ୍ରତିବାଦ ସାଙ୍ଗକୁ ଧାରଣା ଦେଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଡ୍ରାଇଭରମାନଙ୍କୁ ପୋଲିସ ଓ ଜନସାଧାରଣଙ୍କଠାରୁ ସୁରକ୍ଷା, ଦୁର୍ଘଟଣାରେ କୌଣସି ଡ୍ରାଇଭରଙ୍କ ମୃତ୍ୟୁ ହେଲେ ୧୦ ଲକ୍ଷ ଏବଂ ଗୋଡ଼, ହାତ ଭାଙ୍ଗିଗଲେ ୫ ଲକ୍ଷ ଟଙ୍କାର ବୀମା ସୁବିଧା ଯୋଗାଇ ଦେବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି। କିଛି ମାସ ତଳେ ଡ୍ରାଇଭରମାନେ ଦାବିପୂରଣ ପାଇଁ ଭୁବନେଶ୍ୱର ଆସି ଜୋରଦାର ଆନ୍ଦୋଳନ କରଥିଲେ। ସେମାନଙ୍କ ୧୧ରୁ ୮ ଦଫା ଦାବି ପୂରଣ କରାଯିବ ବୋଲି କହି ସରକାର ସେମାନଙ୍କୁ ଫେରାଇ ଦେଇଥିଲେ। ତାହା ପୂରଣ ନ ହେବାରୁ ସୋମବାର ଡ୍ରାଇଭରମାନେ ଯୋଜନାବଦ୍ଧ ଭାବେ ପହଞ୍ଚତ୍ ବଡ଼ଧରଣର ଆନ୍ଦୋଳନ କରିଛନ୍ତି। ସେମାନଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ, ଭୁବନେଶ୍ୱରର ସମସ୍ତ ପ୍ରବେଶ ପଥ, ପ୍ରମୁଖ ଅଞ୍ଚଳରେ ଭିଡ଼ ଜମିଥିଲା। ଏହାକୁ ନେଇ ଭୀଷଣ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାବିଗୁଡ଼ିକ ପ୍ରତି ସରକାରଙ୍କ ହାଲୁକା ଆଭିମୁଖ୍ୟକୁ ଦେଖି ଡ୍ରାଇଭରମାନେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଜନସାଧାରଣଙ୍କ ଯାତାୟାତକୁ ବନ୍ଦ କରିଦେଇଥିଲେ। ଏପରି କି ପ୍ରମୁଖ ଛକଗୁଡ଼ିକର ଟ୍ରାଫିକ୍‌ ପୋଷ୍ଟଗୁଡ଼ିକୁ କବ୍‌ଜା କରି ମହାସଂଘ ସଦସ୍ୟମାନେ ଜଗି ରହିଥିଲେ। କେବଳ ଟ୍ରାଫିକ୍‌ ପୋଲିସ ନୁହେଁ, ରାଜଧାନୀର ସମସ୍ତ ଥାନା ପୋଲିସ ଏହି ଆନ୍ଦୋଳନ ଆଗରେ ଅସହାୟ ମନେ କରି ପଳାୟନ କରିଥିଲେ। ଫଳରେ ଭୁବନେଶ୍ୱର ପ୍ରମୁଖ ରାସ୍ତା ଓ ଛକଗୁଡ଼ିକରେ ଜନସାଧାରଣଙ୍କ ଦୁର୍ଦ୍ଦଶା ବଢ଼ିଯାଇଥିଲା।
ଫସି ରହିଲା ଆମ୍ବୁଲାନ୍ସ, ସ୍କୁଲ ଭ୍ୟାନ
ଏହି ଆନ୍ଦୋଳନ ଯୋଗୁ ଗଳିକନ୍ଦିରେ ଲୋକଙ୍କ ଯାତାୟାତ ଠପ୍‌ ହୋଇଯାଇଥିଲା। କେତେକ ସ୍ଥାନରେ ଆମ୍ବୁଲାନ୍ସ, ସ୍କୁଲ ଭ୍ୟାନ୍‌ ଫସିଯାଇଥିଲା। ଲୋକେ ଅଫିସ୍‌ ଓ କର୍ମସ୍ଥଳକୁ ଯାଇପାରି ନ ଥିଲେ। ମାଷ୍ଟରକ୍ୟାଣ୍ଟିନ ଛକଠାରେ ରାସ୍ତାରୋକୋ ସହ ସଂଲଗ୍ନ ରାସ୍ତାକୁ ମଧ୍ୟ ଆନ୍ଦୋଳନକାରୀମାନେ ବନ୍ଦ କରିଦେଇଥିଲେ। କେଉଁଠାରେ ବାଉଁଶ, ଭଙ୍ଗା ଡାଳପତ୍ର ଏବଂ ଆଉ କେତେକ ସ୍ଥାନରେ କଂକ୍ରିଟ ପାଇପ୍‌ ପକାଇ ରାସ୍ତା ବନ୍ଦ କରିଥିଲେ। ଫଳରେ ରେଳଷ୍ଟେଶନକୁ ଯାଉଥିବା ଲୋକଙ୍କୁ ଚାଲି ଚାଲି ଯିବାକୁ ପଡ଼ିଥିଲା। ବିଭିନ୍ନ ଛକରେ ଲୋକମାନଙ୍କୁ ଘଣ୍ଟାଘଣ୍ଟା ଧରି ପ୍ରଚଣ୍ଡ ଖରାରେ ଠିଆ ହେବାକୁ ପଡ଼ିଥିଲା। ଯୁଆଡେ ଦେଖିଲେ ଡ୍ରାଇଭରମାନେ ହାତରେ ଠେଙ୍ଗା, ବାଡ଼ି ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ବାଣୀବିହାର ଛକ ଏବଂ ରାଜମହଲ ଛକଠାରେ ମଧ୍ୟ ଗାଡିମୋଟର ଅଟକାଇଦେବା କାରଣରୁ ଗୁରୁତର ଟ୍ରାଫିକ ଜାମ୍‌ ହୋଇଯାଇଥିଲା। ଟ୍ରାଫିକ ଡିସିପି ଏସ୍‌ ସୁଶ୍ରୀ ଆସି ହାତଯୋଡ଼ି ଗାଡ଼ିମୋଟର ଛାଡ଼ି ଦେବା ଲାଗି ଅନୁରୋଧ କରୁଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ୩୦ ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ଆସିଥିଲେ। ଟ୍ରାଫିକ ସମସ୍ୟା ଦୂର କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲୁ। ତଥାପି କିଛି ସ୍ଥାନରେ ଟ୍ରାଫିକ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି।
ସାଧାରଣ ଲୋକଙ୍କ ଗାଡ଼ିକୁ ଆକ୍ରମଣ
କେତେଗୁଡିଏ ସ୍ଥାନରେ ଡ୍ରାଇଭରମାନେ ସାଧାରଣ ଲୋକଙ୍କ ଗାଡିକୁ ଆକ୍ରମଣ କରି ଭାଙ୍ଗିବା ସହ ଭୟଭୀତ କରି ଅଟକାଇଥିଲେ। ପୋଲିସ ଦେଖଣାହାରୀ ସାଜିଥିଲା। ସବୁ ଦେଖି କାହିଁକି ପୋଲିସ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଲା ନାହିଁ ବୋଲି ଡ୍ରାଇଭରଙ୍କ ଆକ୍ରୋଶର ଶିକାର ହୋଇଥିବା ଲୋକଙ୍କଠାରୁ ଶୁଣିବାକୁ ମିଳିଛି।
ସଂଘରେ ଫାଟ, ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା
୫ ଘଣ୍ଟାର ଆନ୍ଦୋଳନ ପରେ ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମନ୍ଦୁଲି, ସମ୍ପାଦକ ଚୈତନ୍ୟ ପ୍ରଧାନଙ୍କ ସମେତ ଅନ୍ୟମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଆଲୋଚନା କରିବାକୁ ଡକାଯାଇଥିଲା। ସେପଟେ ରାଜ୍ୟ ସରକାରଙ୍କ ସହ ଆଲୋଚନା ଲାଗି ୩୦ ଜିଲାରୁ ଆସିଥିବା ଡ୍ରାଇଭରମାନଙ୍କ ସଭାପତିମାନେ ଲୋକସେବା ଭବନ ଭିତରକୁ ଯିବାପରେ ଏହା ସମ୍ମୁଖରେ ଡ୍ରାଇଭରମାନେ ଭିଡ଼ ଜମାଇଥିଲେ। ସୁରକ୍ଷା ବଳୟକୁ ଭେଦ କରି ଲୋକସେବା ଭବନ ଆଗରେ ସେମାନେ ନିଜର ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି। ତେବେ ଏହି ଆଲୋଚନା ପରେ ସଂଘରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସଭାପତି ମନ୍ଦୁଲି ଆନ୍ଦୋଳନ ସ୍ଥଗିତ କଥା କହିଥିବା ବେଳେ ସମ୍ପାଦକ କିନ୍ତୁ ଭିନ୍ନ ମତ ରଖିଛନ୍ତି। ସମ୍ପାଦକ ପ୍ରଧାନ କହିଛନ୍ତି, ମଙ୍ଗଳବାରଠାରୁ କୌଣସି ଡ୍ରାଇଭର ଷ୍ଟିଅରିଂ ଧରିବେ ନାହିଁ। ସମସ୍ତ ଡ୍ରାଇଭର ଗାଡ଼ି ନ ଚଳାଇ ଘରେ ବସିବେ। ରାଜ୍ୟ ସରକାରଙ୍କ ସହ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମାତ୍ର ସେଥିରୁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। କେବଳ କୁହାଗଲା ପୋଲିସ ପ୍ରଶାସନ ଏବଂ ଜନସାଧାରଣ ହଇରାଣ କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୩ ମାସ ପରେ ବୀମା କଥା ବୁଝିବେ ବୋଲି ସରକାର କହିଲେ। ସେଥିଲାଗି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିବ ବୋଲି ଚୈତନ୍ୟ କହିଛନ୍ତି। ଅନ୍ୟପଟେ ସଭାପତି ଆନ୍ଦୋଳନ ସ୍ଥଗିତ ରହିବା କଥା କହିବା ପରେ ସଂଘ ସଦସ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ସହିତ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ସରକାରଙ୍କ ପାଖରେ ଆଲୋଚନା କରିବାକୁ ଯାଇଥିବା ସଦସ୍ୟମାନେ ବିକ୍ରି ହୋଇଗଲେ ବୋଲି ଗୋଟିଏ ଗୋଷ୍ଠୀ କହିବା ସହିତ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।
ହ୍ବାଟ୍ସଆପ୍‌ ଜରିଆରେ ଡକାଡକି ହୋଇ ଆସିଥିଲେ: ପୋଲିସ କମିଶନର
ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ପ୍ରାୟ ୫୦ ହଜାର ଡ୍ରାଇଭର ଆସିଥିଲେ। ସେମାନେ ସ୍ବତଃସ୍ଫୂର୍ତ୍ତ ଭାବେ ଆସିଥିଲେ। ହ୍ବାଟ୍ସଆପ୍‌ ମେସେଜ୍‌ ମାଧ୍ୟମରେ ଡକାଡ଼କି ହୋଇ ସେମାନେ ଆସି ରାଜଧାନୀରେ ପହଞ୍ଚିଥିଲେ। ଲୋକସେବା ଭବନ ଆଗରେ ସେମାନେ ଆନ୍ଦୋଳନ କରିନାହାନ୍ତି। ୫୦ ହଜାର ଲୋକଙ୍କୁ ଯଦି ହାଇଓ୍ବେ ଉପରେ ଅଟକା ଯାଇଥାଆନ୍ତା, ତେବେ ବହୁତ ଅସୁବିଧା ହୋଇଥାଆନ୍ତା। କିଛି ସ୍ଥାନରେ ସେମାନେ ରାସ୍ତାରୋକୋ କରିଥିଲେ। ହେଲେ ବିକଳ୍ପ ରାସ୍ତା ମଧ୍ୟ ଖୋଲାଥିଲା। ଆସିଥିବା ଡ୍ରାଇଭରଙ୍କ ମଧ୍ୟରୁ କେତେଜଣ ମଦୁଆ ଥିଲେ, ଯେଉଁମାନେ କି ଗାଡି, ମୋଟର ଭାଙ୍ଗିଛନ୍ତି। ଯଦି ୫୦ ହଜାର ଡ୍ରାଇଭର ଭଙ୍ଗାଭଙ୍ଗି କରିଥାଆନ୍ତେ ଅସୁବିଧା ହୋଇଥାଆନ୍ତା।
ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଓଡ଼ିଶାରେ ମିଳିବ: ମନ୍ତ୍ରୀ
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟର ଘରୋଇ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଆଲୋଚନା କରାଯାଇଛି। ପଡ଼ୋଶୀ ରାଜ୍ୟଗୁଡିକରେ ଘରୋଇ ଡ୍ରାଇଭରଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସୁବିଧାସୁଯୋଗ ଓଡ଼ିଶାରେ ଯୋଗାଇଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ୩ ମାସ ମଧ୍ୟରେ ଏସବୁଗୁଡ଼ିକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ବୈଠକ ପରେ ମନ୍ତ୍ରୀ ବେହେରା ସୂଚନା ଦେଇଛନ୍ତି। ଘରୋଇ ଡ୍ରାଇଭରଙ୍କୁ କାର୍ଯ୍ୟସ୍ଥଳରେ ଯେପରି କୌଣସି ପ୍ରକାରର ହଇରାଣ କିମ୍ବା ଅସୁବିଧା ନ ହୁଏ ସେଥିପ୍ରତି ସଜାଗ ରହିବା ପାଇଁ ପୋଲିସ ପ୍ରଶାସନ ତରଫରୁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ଡ୍ରାଇଭରଙ୍କ ନୂତନ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତି କିମ୍ବା ଲାଇସେନ୍ସ ରିନ୍ୟୁ କରିବା କାର୍ଯ୍ୟ ନେଇ ପରିବହନ ବିଭାଗ କାର୍ଯ୍ୟାଳୟକୁ ଗଲେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ ପାଇଁ ସବୁ ପରିବହନ ଅଧିକାରୀ (ଆର୍‌ଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ବେହେରା ପ୍ରକାଶ କରିଛନ୍ତି। ଘରୋଇ ଡ୍ରାଇଭରମାନଙ୍କ ଦାବିଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରି ପୂରଣ କରିବା ନିମନ୍ତେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବେ। ଏହି କମିଟିରେ ୪ଟି ବିଭାଗ ଯଥା-ଗୃହ, ଅର୍ଥ, ପରିବହନ ଓ ଶ୍ରମ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ରହିବେ। ଘରୋଇ ଡ୍ରାଇଭରମାନଙ୍କ ପାଇଁ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସୁବିଧା ସୁଯୋଗଗୁଡ଼ିକୁ କମିଟି ଅନୁଧ୍ୟାନ କରି ଆମ ରାଜ୍ୟରେ ଏହାକୁ ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ମେୟର ସୁବାସ ସିଂ, ଏଡିଜି (ଆଇନଶୃଙ୍ଖଳା) ଆର୍‌.କେ. ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri