Posted inଜାତୀୟ

୩୦ ବର୍ଷରେ ୫ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା

ନୂଆଦିଲ୍ଲୀ,୭।୧୧(ଆଇଏଏନ୍‌ଏସ୍‌):କଶ୍ମୀର ଉପତ୍ୟକାରେ ଗତ ୩୦ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ରାଜନୈତିକ ନେତା ଓ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ୧୯୮୯ରୁ ୨୦୧୯ ମଧ୍ୟରେ ପାକ୍‌ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ଏଭଳି କାଣ୍ଡ ରଚାଯାଇଛି। ତେବେ ୨୦୦୦ ମସିହାରେ ଭାଜପାର ୮ ଜଣଙ୍କୁ ମିଶାଇ ମୋଟ ୧୦ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ କୌଣସି ରାଜନୈତିକ ହତ୍ୟାକାଣ୍ଡ ପରେ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ନିଜକୁ ଦାୟୀ କରାଯାଉଥିଲା। ଏବେ ଆଉ ପ୍ରାୟ ସେଭଳି ଘଟୁନି କି ସେଭଳି ପ୍ରତିକ୍ରିୟା ପ୍ରକାଶ ପାଉନାହିଁ।
୧୯୮୯ ଅଗଷ୍ଟ ୨୧ରେ ନ୍ୟାଶନାଲ କନ୍‌ଫରେନ୍ସର କର୍ମକର୍ତ୍ତା ମହମ୍ମଦ ୟୁସୁଫ ହଲ୍‌ଓ୍ବାଇଙ୍କୁ ହତ୍ୟା କରାଯାଇଥିଲା। ପରେ ଭାରତୀୟ ଜନସଂଘ ନେତା ଟିକାଲାଲ୍‌ ଟାପ୍‌ଲୁଙ୍କୁ ଶ୍ରୀନଗରରେ ଗୁଳିମାଡ଼ କରାଗଲା। ସ୍ବାଧୀନ ବିଧାୟକ ମୀର୍‌ ମୁସ୍ତାଫାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ସିପିଆଇ ନେତା ଅବ୍‌ଦୁଲ ସତାର ରଞ୍ଜୁରଙ୍କୁ ମାର୍ଚ୍ଚ ୧୯୯୦ରେ ଟାର୍ଗେଟ କରାଗଲା। ପୂର୍ବତନ ମନ୍ତ୍ରୀ ଶେଖ୍‌ ଜାବର, ପୂର୍ବତନ ବିଧାୟକ ଶେଖ୍‌ ମନ୍‌ସୁର, ପୂର୍ବତନ ବିଧାୟକ ଗୁଲାମ୍‌ କାଦିର ଓ୍ବାନି ଓ ତାଙ୍କ ପୁଅ ତଥା ପୂର୍ବତନ ବିଧାୟକ ନାଜିର ଅହମଦ ଓ୍ବାନିଙ୍କୁ ହତ୍ୟା କରାଯାଇଥିଲା। ପୂର୍ବତନ ବିଧାୟକ ପୀର ମହମଦ ସାଫି, ମୋହମ୍ମଦ ଶୁଭମ୍‌ ଭଟଙ୍କୁ ୧୯୯୧ରେ ଗୁଳିମାଡ଼ କରାଯାଇଥିଲା। ୧୯୯୦ରେ ମୀରଓ୍ବରଇଜ ଫାରୁକ ଓ ୧୯୯୪ରେ ନାସିର ଅହମଦଙ୍କୁ ହତ୍ୟା କରାଗଲା। ବିଚ୍ଛିନ୍ନତାବାଦୀ ନେତା ଓ ସରକାର ଏଥିଲାଗି ପରସ୍ପରକୁ ଦୋଷାରୋପ କରିଥିଲେ। ପରେ ଭାଜପା ନେତା ଗୁଲାମ କାଦିର, ବାନ୍ଦିପୋରାରେ ବାପା ଓ ଭାଇଙ୍କ ସହ ଭାଜପା ନେତା ଶେଖ୍‌ ଓ୍ବାସିମ୍‌ ବାରି, କଂଗ୍ରେସ ସରପଞ୍ଚ ଅଜୟ ପଣ୍ଡିତାଙ୍କୁ ଲାର୍କିପୋଡାରେ ହତ୍ୟା କରାଯାଇଥିଲା। ଭାଜପା ସରପଞ୍ଚ ଶେଖ୍‌ ସାଜାଦ୍‌ ଅହମଦ, ଅବଦୁଲ ହମିର ନାଜ୍ଜାରଙ୍କୁ ଗୁଳିମାଡ଼ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ଓ୍ବାଲି ମୋହମ୍ମଦ ଇତୁ, ପୂର୍ବତନ ବିଧାୟକ ଗୁଲାମ୍‌ ନବୀ ଦରଙ୍କୁ ୧୯୯୪ରେ ହତ୍ୟା କରାଯାଇଥିଲା। ୧୯୯୬ରେ ନ୍ୟାଶ୍‌ନାଲ କନ୍‌ଫରେନ୍ସ କ୍ଷମତାକୁ ଆସିବା ପରେ ବିଧାୟକ ଅବ୍‌ଦୁଲ ଆହଦଓ୍ବାନି, ଗୁଲାମ ହାସନ ଭଟ, କଂଗ୍ରେସ ନେତା ଆଗା ସୟେଦ ମେହଦିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ୨୦୦୨ରେ ମନ୍ତ୍ରୀ ମୁସ୍ତାକ ଅହମଦ ଲୋନ, ୨୦୦୪ରେ ପୂର୍ବତନ ମନ୍ତ୍ରୀ ସଫ୍‌ଦର ଅଲି ବେଗ୍‌ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହା ପରେ ବିଚ୍ଛିନ୍ନତାବାଦୀ ନେତା ତଥା ପିପୁଲ୍ସ କନ୍‌ଫରେନ୍ସ ଅଧ୍ୟକ୍ଷ ଅବ୍‌ଦୁଲ ଗନି ଲୋନ୍‌, ପିଡିପି ନେତା ଗୁଲାମ୍‌ ନବୀ ଲୋନ୍‌ଙ୍କ ସମେତ ଅନେକ ପଞ୍ଚାୟତ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ବିଚ୍ଛିନ୍ନତାବାଦୀ ନେତା ଓ ସ୍ଥାନୀୟ ଯୁବକମାନେ ଆତଙ୍କବାଦୀଙ୍କ ସହ ଭିତିରି ସମ୍ପର୍କ ରଖି ଏଭଳି ହତ୍ୟାକାଣ୍ଡକୁ ପ୍ରୋତ୍ସାହନ ଦେଇଥିଲେ। ପରେ ବିଭିନ୍ନ ହାଇପ୍ରୋଫାଇଲ ନେତାଙ୍କୁ ଟାର୍ଗେଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri