Posted inଜାତୀୟ

୩୦ ବର୍ଷରେ ୫ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା

ନୂଆଦିଲ୍ଲୀ,୭।୧୧(ଆଇଏଏନ୍‌ଏସ୍‌):କଶ୍ମୀର ଉପତ୍ୟକାରେ ଗତ ୩୦ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ରାଜନୈତିକ ନେତା ଓ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ୧୯୮୯ରୁ ୨୦୧୯ ମଧ୍ୟରେ ପାକ୍‌ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ଏଭଳି କାଣ୍ଡ ରଚାଯାଇଛି। ତେବେ ୨୦୦୦ ମସିହାରେ ଭାଜପାର ୮ ଜଣଙ୍କୁ ମିଶାଇ ମୋଟ ୧୦ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ କୌଣସି ରାଜନୈତିକ ହତ୍ୟାକାଣ୍ଡ ପରେ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ନିଜକୁ ଦାୟୀ କରାଯାଉଥିଲା। ଏବେ ଆଉ ପ୍ରାୟ ସେଭଳି ଘଟୁନି କି ସେଭଳି ପ୍ରତିକ୍ରିୟା ପ୍ରକାଶ ପାଉନାହିଁ।
୧୯୮୯ ଅଗଷ୍ଟ ୨୧ରେ ନ୍ୟାଶନାଲ କନ୍‌ଫରେନ୍ସର କର୍ମକର୍ତ୍ତା ମହମ୍ମଦ ୟୁସୁଫ ହଲ୍‌ଓ୍ବାଇଙ୍କୁ ହତ୍ୟା କରାଯାଇଥିଲା। ପରେ ଭାରତୀୟ ଜନସଂଘ ନେତା ଟିକାଲାଲ୍‌ ଟାପ୍‌ଲୁଙ୍କୁ ଶ୍ରୀନଗରରେ ଗୁଳିମାଡ଼ କରାଗଲା। ସ୍ବାଧୀନ ବିଧାୟକ ମୀର୍‌ ମୁସ୍ତାଫାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ସିପିଆଇ ନେତା ଅବ୍‌ଦୁଲ ସତାର ରଞ୍ଜୁରଙ୍କୁ ମାର୍ଚ୍ଚ ୧୯୯୦ରେ ଟାର୍ଗେଟ କରାଗଲା। ପୂର୍ବତନ ମନ୍ତ୍ରୀ ଶେଖ୍‌ ଜାବର, ପୂର୍ବତନ ବିଧାୟକ ଶେଖ୍‌ ମନ୍‌ସୁର, ପୂର୍ବତନ ବିଧାୟକ ଗୁଲାମ୍‌ କାଦିର ଓ୍ବାନି ଓ ତାଙ୍କ ପୁଅ ତଥା ପୂର୍ବତନ ବିଧାୟକ ନାଜିର ଅହମଦ ଓ୍ବାନିଙ୍କୁ ହତ୍ୟା କରାଯାଇଥିଲା। ପୂର୍ବତନ ବିଧାୟକ ପୀର ମହମଦ ସାଫି, ମୋହମ୍ମଦ ଶୁଭମ୍‌ ଭଟଙ୍କୁ ୧୯୯୧ରେ ଗୁଳିମାଡ଼ କରାଯାଇଥିଲା। ୧୯୯୦ରେ ମୀରଓ୍ବରଇଜ ଫାରୁକ ଓ ୧୯୯୪ରେ ନାସିର ଅହମଦଙ୍କୁ ହତ୍ୟା କରାଗଲା। ବିଚ୍ଛିନ୍ନତାବାଦୀ ନେତା ଓ ସରକାର ଏଥିଲାଗି ପରସ୍ପରକୁ ଦୋଷାରୋପ କରିଥିଲେ। ପରେ ଭାଜପା ନେତା ଗୁଲାମ କାଦିର, ବାନ୍ଦିପୋରାରେ ବାପା ଓ ଭାଇଙ୍କ ସହ ଭାଜପା ନେତା ଶେଖ୍‌ ଓ୍ବାସିମ୍‌ ବାରି, କଂଗ୍ରେସ ସରପଞ୍ଚ ଅଜୟ ପଣ୍ଡିତାଙ୍କୁ ଲାର୍କିପୋଡାରେ ହତ୍ୟା କରାଯାଇଥିଲା। ଭାଜପା ସରପଞ୍ଚ ଶେଖ୍‌ ସାଜାଦ୍‌ ଅହମଦ, ଅବଦୁଲ ହମିର ନାଜ୍ଜାରଙ୍କୁ ଗୁଳିମାଡ଼ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ଓ୍ବାଲି ମୋହମ୍ମଦ ଇତୁ, ପୂର୍ବତନ ବିଧାୟକ ଗୁଲାମ୍‌ ନବୀ ଦରଙ୍କୁ ୧୯୯୪ରେ ହତ୍ୟା କରାଯାଇଥିଲା। ୧୯୯୬ରେ ନ୍ୟାଶ୍‌ନାଲ କନ୍‌ଫରେନ୍ସ କ୍ଷମତାକୁ ଆସିବା ପରେ ବିଧାୟକ ଅବ୍‌ଦୁଲ ଆହଦଓ୍ବାନି, ଗୁଲାମ ହାସନ ଭଟ, କଂଗ୍ରେସ ନେତା ଆଗା ସୟେଦ ମେହଦିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ୨୦୦୨ରେ ମନ୍ତ୍ରୀ ମୁସ୍ତାକ ଅହମଦ ଲୋନ, ୨୦୦୪ରେ ପୂର୍ବତନ ମନ୍ତ୍ରୀ ସଫ୍‌ଦର ଅଲି ବେଗ୍‌ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହା ପରେ ବିଚ୍ଛିନ୍ନତାବାଦୀ ନେତା ତଥା ପିପୁଲ୍ସ କନ୍‌ଫରେନ୍ସ ଅଧ୍ୟକ୍ଷ ଅବ୍‌ଦୁଲ ଗନି ଲୋନ୍‌, ପିଡିପି ନେତା ଗୁଲାମ୍‌ ନବୀ ଲୋନ୍‌ଙ୍କ ସମେତ ଅନେକ ପଞ୍ଚାୟତ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ବିଚ୍ଛିନ୍ନତାବାଦୀ ନେତା ଓ ସ୍ଥାନୀୟ ଯୁବକମାନେ ଆତଙ୍କବାଦୀଙ୍କ ସହ ଭିତିରି ସମ୍ପର୍କ ରଖି ଏଭଳି ହତ୍ୟାକାଣ୍ଡକୁ ପ୍ରୋତ୍ସାହନ ଦେଇଥିଲେ। ପରେ ବିଭିନ୍ନ ହାଇପ୍ରୋଫାଇଲ ନେତାଙ୍କୁ ଟାର୍ଗେଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri