କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ନରଭକ୍ଷୀ କଙ୍କଡ଼ା…

ମେଲବୋର୍ନ,୧୭।୧୧: ଅଷ୍ଟ୍ରେଲିଆର କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ୍‌ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍‌ ହୋଇ ରାସ୍ତାକ ପଳାଇ ଆସିଛନ୍ତି। ଏହାକୁ ନେଇ ଅଷ୍ଟ୍ରେଲିଆରେ ଥିବା ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି କଙ୍କଡ଼ା ପ୍ରତିବର୍ଷ ଉତ୍ତର ପଶ୍ଚିମ ଅଷ୍ଟ୍ରେଲିଆର ଜଙ୍ଗଲରୁ ଜାତୀୟ ଉଦ୍ୟାନ କୂଳକୁ ଅଣ୍ଡା ଦେବାକୁ ଆସିଥାନ୍ତି। ଫଳରେ ସମ୍ପୂର୍ଣ୍ଣ ଦ୍ୱୀପ ଲାଲ ହୋଇଯାଇଥାଏ ।

ଏତେ ସଂଖ୍ୟକ ଲାଲ କଙ୍କଡ଼ା ଦେଖି ସେଠାରେ ଉପସ୍ଥିତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକମାନେ ଦୂରରୂ ଭିଡିଓ ଏବଂ ଫଟୋ ଉଠାଇ ଏହାକୁ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଏସବୁ ଏବେ ଭାଇରାଲ ହେବାରେ ଲାଗିଛି। ଡକ୍ଟର ତାନିଆ ଡେଟ୍ଟୋ ଡେଲି ମେଲ ଅଷ୍ଟ୍ରେଲିଆକୁ କହିଛନ୍ତି ଯେ ୨୦୦୫ ପରଠାରୁ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ କଙ୍କଡ଼ା ଏହି ଅଞ୍ଚଳକୁ ଆସିଛନ୍ତି। ସେ କହିଛନ୍ତି ଯେ ୫ କୋଟିରୁ ଅଧିକ କଙ୍କଡ଼ା ନିୟନ୍ତ୍ରଣ କରିବା ଲାଗି ସ୍ଥାନୀୟ ପରିବେଶ୍‌ବିତ୍‌ଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଛି। ଯାହା ଦ୍ୱାରା ସେମାନେ ଫ୍ଲାଇଙ୍ଗ ଫିସ କୋଭ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଯାତ୍ରା ଶେଷ କରିପାରିବେ।

ତାନିଆ କହିଛନ୍ତି ଯେ କିଛି କଙ୍କଡ଼ା କେତେକ ଲୋକଙ୍କ କୋଠାଘର ଉପରକୁ ମଧ୍ୟ ଚଢ଼ିଛନ୍ତି। ପ୍ରତିବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପ୍ରଥମ ବର୍ଷା ପରେ ଏହି କଙ୍କଡାମାନେ ଅଣ୍ଡା ଦେବାକୁ ସ୍ଥଳଭାଗ ମୁହାଁ ହୋଇଥାନ୍ତି।

ଭାରତ ମହାସାଗରରେ ଆଗାମୀ ୫-୬ ଦିନ ଧରି ମାଈ କଙ୍କଡ଼ା ଅଣ୍ଡା ଦେବେ ବୋଲି ପରିବେଶ୍‌ବିତ୍‌ କହିଛନ୍ତି। ଗୋଟିଏ ମାସ ପରେ, ଅଣ୍ଡାରୁ ଛୋଟଛୋଟ ଲାଲ୍‌ କଙ୍କଡ଼ା ବାହାରି ସମୁଦ୍ର ମୁହାଁ ହେବେ। ତେବେ ସମୁଦ୍ରର ଅଧିକାଂଶ କଙ୍କଡାଙ୍କୁ କ୍ରିସ୍‌ମାସ୍‌ ଦ୍ୱୀପକୁ ଯିବା ବାଟରେ ମାଛ ଏବଂ ସାର୍କ ଖାଇ ଦେଇଥାନ୍ତି। ଏହି ଦୃଶ୍ୟକୁ ଦେଖିବାକୁ ପ୍ରତିବର୍ଷ ପୃଥିବୀର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାରେ ପହଞ୍ଚିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri