୫ ଦିନରେ ୪୦ରୁ ଅଧିକ ମାମଲା

ଭୁବନେଶ୍ବର,୭ା୧୦(ବ୍ୟୁରୋ):ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ବଢ଼ିବା ଆଶଙ୍କା କରି କମିଶନରେଟ ପୋଲିସ ପକ୍ଷରୁ ଆଗୁଆ ସତର୍କ କରାଯିବା ସହ ଅପରାଧୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ବିଭିନ୍ନ ଥାନାଞ୍ଚରେ ଚଢ଼ାଉ କରାଯାଇ ଅଭ୍ୟାସଗତ ଅପରାଧୀଙ୍କ ସମେତ ବହୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏଥିସହ ଚୋରି, ଲୁଟ୍‌ ଆଦି ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ପକ୍ଷରୁ ନଜର ରଖାଯାଇଥିଲା। ବିଶେଷକରି ପୂଜାମଣ୍ଡପ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସିସିଟିଭି ଲଗାଯିବା ସହ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଥିଲା। ଏହାସତ୍ତ୍ୱେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦୁର୍ଗାପୂଜାରେ ଅପରାଧୀମାନେ ଉତ୍ପାତ କରିଥିଲେ। ପୂଜା ଭିଡ଼ ସହ ଘରେ ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରି, ଲୁଟ୍‌, ଛିନ୍‌ତାଇ ଆଦି ଅପରାଧ ଘଟାଇଥିଲେ। ଷଷ୍ଠୀରୁ ଦଶମୀ ଅର୍ଥାତ ଏହି ୫ ଦିନରେ ୪୦ରୁ ଊର୍ଦ୍ଧ୍ୱ ଚୋରି ଓ ଲୁଟ୍‌ ହୋଇଥିବାନେଇ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏସବୁ ମାମଲାରେ ପୋଲିସ ହାତଗଣତି କେତେଜଣଙ୍କୁ ଧରିଆଣି ପଚରାଉଚରା କରିଥିବାବେଳେ ଅଳ୍ପ କେତେଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ବାଇକ୍‌, ମୋବାଇଲ୍‌ ଫୋନ୍‌, ସୁନା ଚେନ୍‌, ପର୍ସ ଆଦି ଚୋରି ଓ ଲୁଟ୍‌ ହୋଇଥିବାବେଳେ ସହରର କେତେକ ଘରୁ ଚୋରି ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନାରେ ମୋବାଇଲ ଓ ପର୍ସ ଲୁଟ୍‌ ନେଇ ୧୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଥିବାବେଳେ ୮ ମାମଲା ରୁଜୁ ହୋଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପ୍ରାୟ ୮ରୁ ଊର୍ଦ୍ଧ୍ୱ ଲୁଟ୍‌ ନେଇ ଅଭିଯୋଗ ରହିଥିବାବେଳେ ପୋଲିସ କେତେଜଣଙ୍କୁ ଅଟକ ରଖି ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡିଛି। ସେହିପରି ମଞ୍ଚେଶ୍ୱର ଥାନାରେ ଏକାଧିକ ମୋବାଇଲ ଲୁଟ୍‌, ଚନ୍ଦ୍ରଶେଖରପୁର ଥାନାରେ ୬ରୁ ଊର୍ଦ୍ଧ୍ୱ ଓ ଖଣ୍ଡଗିରି ଥାନାରେ ୮ରୁ ଊର୍ଦ୍ଧ୍ୱ ଚୋରି ଏବଂ ଲୁଟ୍‌ ଅଭିଯୋଗ ହୋଇଛି। ସେହିପରି କ୍ୟାପିଟାଲ, ଖାରବେଳନଗର ଏବଂ ଶହୀଦନଗର ଥାନାରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଥିବାବେଳେ ସହରର ଅନ୍ୟ ଥାନାଞ୍ଚଳରେ ମଧ୍ୟ ଏପରି ଏକାଧିକ ଘଟଣା ଘଟିଥିବା ଜଣାପଡିଛି। ତେବେ ଏସବୁ ଅଭିଯୋଗକୁ ଭିତ୍ତି କରି ପୋଲିସ ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ରାଜ୍ୟ ବାହାରୁ ଆସିଥିବା ଅନେକ ଅଣଓଡିଆ ଏପରି କାଣ୍ଡ ଘଟାଇ ଫେରାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

୨ ଘରୁ ସୁନା ଅଳଙ୍କାର, ଟଙ୍କା ଚୋରି

ଶହୀଦନଗର ଥାନା ଅନ୍ତର୍ଗତ ୟୁନିଟ-୯ ଅଞ୍ଚଳରେ ରହୁଥିବା ଅନୁଗୋଳ ଜିଲା ଠାକୁରଗଡ଼ ଅଞ୍ଚଳର ପଞ୍ଚାନନ ନାୟକ ରବିବାର ରାତିରେ କୌଣସି କାମରେ ବାହାରକୁ ଯାଇଥିଲେ। ହେଲେ ରାତି ୧୦ଟା ବେଳେ ଘରକୁ ଫେରିବା ପରେ ତାଙ୍କ ଘରୁ ଚୋରି ହୋଇଥିବା ଦେଖିଥିଲେ। କେହି ଦୁର୍ବୃତ୍ତ ଘରେ ପଶି ତାଙ୍କ ଆଲମିରାରୁ ୧୫ ଗ୍ରାମ୍‌ର ସୁନା ହାର, ୧୫ ଗ୍ରାମ୍‌ର ସୁନା କାନଫୁଲ, ୬ ଗ୍ରାମ୍‌ର ସୁନା ଚେନ୍‌, ୬ଟି ସୁନା ଲକେଟ, ୬ ହଳ ରୂପା ପାଉଁଜି, ୧୩ ହଳ ରୁପା ଚୁଡି, ୨୧ ହଜାର ୫୦୦ ଟଙ୍କା ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।
ସେହିପରି ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ଟେଲ୍‌କୋ ପୋଲିସ କଲୋନୀର କ୍ୱାର୍ଟର୍ସର ନଂ.ଏଫ୍‌-୯୨ରୁ ବୁଧବାର ରାତିରେ ଚୋରି ହୋଇଥିଲା। ଉକ୍ତ ଘରେ ରହୁଥିବା ରାକେଶ ରାଉତ ତାଙ୍କ ପରିବାର ସହ ସନ୍ଧ୍ୟା ୭ଟାରେ ଚାଲା ପକାଇ ଦୁର୍ଗାପୂଜା ଦେଖିବାକୁ ଯାଇଥିଲେ। ରାତି ୯ଟାରେ ସେ ଘରକୁ ଫେରିବାବେଳେ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଯାଞ୍ଚ କରିବାରୁ ସୁନା ଓ ରୁପା ଅଳଙ୍କାର ସହିତ ୪୮ ହଜାର ଟଙ୍କା, ଏକ ଟିଭି ଓ ଗ୍ରାଇଣ୍ଡର୍‌ ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୌଣସି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri