୫ ଦିନରେ ୪୦ରୁ ଅଧିକ ମାମଲା

ଭୁବନେଶ୍ବର,୭ା୧୦(ବ୍ୟୁରୋ):ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ବଢ଼ିବା ଆଶଙ୍କା କରି କମିଶନରେଟ ପୋଲିସ ପକ୍ଷରୁ ଆଗୁଆ ସତର୍କ କରାଯିବା ସହ ଅପରାଧୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ବିଭିନ୍ନ ଥାନାଞ୍ଚରେ ଚଢ଼ାଉ କରାଯାଇ ଅଭ୍ୟାସଗତ ଅପରାଧୀଙ୍କ ସମେତ ବହୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏଥିସହ ଚୋରି, ଲୁଟ୍‌ ଆଦି ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ପକ୍ଷରୁ ନଜର ରଖାଯାଇଥିଲା। ବିଶେଷକରି ପୂଜାମଣ୍ଡପ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସିସିଟିଭି ଲଗାଯିବା ସହ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଥିଲା। ଏହାସତ୍ତ୍ୱେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦୁର୍ଗାପୂଜାରେ ଅପରାଧୀମାନେ ଉତ୍ପାତ କରିଥିଲେ। ପୂଜା ଭିଡ଼ ସହ ଘରେ ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରି, ଲୁଟ୍‌, ଛିନ୍‌ତାଇ ଆଦି ଅପରାଧ ଘଟାଇଥିଲେ। ଷଷ୍ଠୀରୁ ଦଶମୀ ଅର୍ଥାତ ଏହି ୫ ଦିନରେ ୪୦ରୁ ଊର୍ଦ୍ଧ୍ୱ ଚୋରି ଓ ଲୁଟ୍‌ ହୋଇଥିବାନେଇ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏସବୁ ମାମଲାରେ ପୋଲିସ ହାତଗଣତି କେତେଜଣଙ୍କୁ ଧରିଆଣି ପଚରାଉଚରା କରିଥିବାବେଳେ ଅଳ୍ପ କେତେଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ବାଇକ୍‌, ମୋବାଇଲ୍‌ ଫୋନ୍‌, ସୁନା ଚେନ୍‌, ପର୍ସ ଆଦି ଚୋରି ଓ ଲୁଟ୍‌ ହୋଇଥିବାବେଳେ ସହରର କେତେକ ଘରୁ ଚୋରି ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନାରେ ମୋବାଇଲ ଓ ପର୍ସ ଲୁଟ୍‌ ନେଇ ୧୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଥିବାବେଳେ ୮ ମାମଲା ରୁଜୁ ହୋଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପ୍ରାୟ ୮ରୁ ଊର୍ଦ୍ଧ୍ୱ ଲୁଟ୍‌ ନେଇ ଅଭିଯୋଗ ରହିଥିବାବେଳେ ପୋଲିସ କେତେଜଣଙ୍କୁ ଅଟକ ରଖି ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡିଛି। ସେହିପରି ମଞ୍ଚେଶ୍ୱର ଥାନାରେ ଏକାଧିକ ମୋବାଇଲ ଲୁଟ୍‌, ଚନ୍ଦ୍ରଶେଖରପୁର ଥାନାରେ ୬ରୁ ଊର୍ଦ୍ଧ୍ୱ ଓ ଖଣ୍ଡଗିରି ଥାନାରେ ୮ରୁ ଊର୍ଦ୍ଧ୍ୱ ଚୋରି ଏବଂ ଲୁଟ୍‌ ଅଭିଯୋଗ ହୋଇଛି। ସେହିପରି କ୍ୟାପିଟାଲ, ଖାରବେଳନଗର ଏବଂ ଶହୀଦନଗର ଥାନାରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଥିବାବେଳେ ସହରର ଅନ୍ୟ ଥାନାଞ୍ଚଳରେ ମଧ୍ୟ ଏପରି ଏକାଧିକ ଘଟଣା ଘଟିଥିବା ଜଣାପଡିଛି। ତେବେ ଏସବୁ ଅଭିଯୋଗକୁ ଭିତ୍ତି କରି ପୋଲିସ ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ରାଜ୍ୟ ବାହାରୁ ଆସିଥିବା ଅନେକ ଅଣଓଡିଆ ଏପରି କାଣ୍ଡ ଘଟାଇ ଫେରାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

୨ ଘରୁ ସୁନା ଅଳଙ୍କାର, ଟଙ୍କା ଚୋରି

ଶହୀଦନଗର ଥାନା ଅନ୍ତର୍ଗତ ୟୁନିଟ-୯ ଅଞ୍ଚଳରେ ରହୁଥିବା ଅନୁଗୋଳ ଜିଲା ଠାକୁରଗଡ଼ ଅଞ୍ଚଳର ପଞ୍ଚାନନ ନାୟକ ରବିବାର ରାତିରେ କୌଣସି କାମରେ ବାହାରକୁ ଯାଇଥିଲେ। ହେଲେ ରାତି ୧୦ଟା ବେଳେ ଘରକୁ ଫେରିବା ପରେ ତାଙ୍କ ଘରୁ ଚୋରି ହୋଇଥିବା ଦେଖିଥିଲେ। କେହି ଦୁର୍ବୃତ୍ତ ଘରେ ପଶି ତାଙ୍କ ଆଲମିରାରୁ ୧୫ ଗ୍ରାମ୍‌ର ସୁନା ହାର, ୧୫ ଗ୍ରାମ୍‌ର ସୁନା କାନଫୁଲ, ୬ ଗ୍ରାମ୍‌ର ସୁନା ଚେନ୍‌, ୬ଟି ସୁନା ଲକେଟ, ୬ ହଳ ରୂପା ପାଉଁଜି, ୧୩ ହଳ ରୁପା ଚୁଡି, ୨୧ ହଜାର ୫୦୦ ଟଙ୍କା ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।
ସେହିପରି ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ଟେଲ୍‌କୋ ପୋଲିସ କଲୋନୀର କ୍ୱାର୍ଟର୍ସର ନଂ.ଏଫ୍‌-୯୨ରୁ ବୁଧବାର ରାତିରେ ଚୋରି ହୋଇଥିଲା। ଉକ୍ତ ଘରେ ରହୁଥିବା ରାକେଶ ରାଉତ ତାଙ୍କ ପରିବାର ସହ ସନ୍ଧ୍ୟା ୭ଟାରେ ଚାଲା ପକାଇ ଦୁର୍ଗାପୂଜା ଦେଖିବାକୁ ଯାଇଥିଲେ। ରାତି ୯ଟାରେ ସେ ଘରକୁ ଫେରିବାବେଳେ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଯାଞ୍ଚ କରିବାରୁ ସୁନା ଓ ରୁପା ଅଳଙ୍କାର ସହିତ ୪୮ ହଜାର ଟଙ୍କା, ଏକ ଟିଭି ଓ ଗ୍ରାଇଣ୍ଡର୍‌ ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୌଣସି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri