ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି ୩୯୬ କୋଟିରୁ ଅଧିକ ଲୋକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଫଳରେ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ୟୁଜରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଡାଟା ରିପୋର୍ଟଲ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ପୃଥିବୀର ୭୭୯ କୋଟି ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି। ଏଭଳି ଲୋକଙ୍କ ସଂଖ୍ୟା ୩୯୬ରୁ ଅଧିକ ରହିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ଲୋକ ସୋସିଆଲ୍‌ ମିଡ଼ିଆରେ ଯୋଗ ଦେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ପ୍ରତି ସେକେଣ୍ଡରେ ୧୨ ଜଣ ଲୋକ ସୋସିଆଲ୍‌ ମିଡ଼ିଆରେ ଯୋଗଦେଉଛନ୍ତି। ୩୯୧ କୋଟି ଲୋକ ମୋବାଇଲ୍‌ ମାଧ୍ୟମରେ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି। ଗତ ଏକବର୍ଷ ମଧ୍ୟରେ ସୋସିଆଲ୍‌ ମିଡ଼ିଆ ୟୁଜରଙ୍କ ସଂଖ୍ୟା ୩୭ କୋଟି ୬୦ ଲକ୍ଷ ବଢ଼ିଛି। ଭାରତ ୫୯ ପ୍ରତିଶତ ଲୋକ ସୋସିଆଲ୍‌ ମଡ଼ିଆରେ ଆକ୍ଟିଭ୍‌ ରହୁଥିବା ରିପୋର୍ଟ ଉଲ୍ଲେଖ ରହିଛି। ଭାରତର ୧୩୫ କୋଟି ଲୋକଙ୍କ ମଧ୍ୟରୁ ୪୦ କୋଟିରୁ ଅଧିକ ସୋସିଆଲ୍‌ ମିଡ଼ିଆରେ ବ୍ୟସ୍ତ ରହୁଛନ୍ତି। ହ୍ବାଟସ୍‌ଅପ୍‌ରେ ୪୦ କୋଟି, ଫେସବୁକ୍‌ରେ ୨୮ କୋଟି ଏବଂ ଇନଷ୍ଟାଗ୍ରାମ୍‌ରେ ୮କୋଟି ୮୦ ଲକ୍ଷ ଭାରତୀୟ ସମୟ ବିତାଉଛନ୍ତି। ଜୁଲାଇରେ ମିଳିଥିବା ରିପୋର୍ଟ ଅନୁସାରେ ପ୍ରତିଦିନ ୨୪ ଘଣ୍ଟାରୁ ଲୋକେ ୬ଘଣ୍ଟା ୪୨ ମିନିଟ ସୋସିଆଲ୍‌ ମିଡ଼ିଆରେ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ…

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri